ନାଗରିକତ୍ୱ ସଂଶୋଧନ ଆଇନ ପ୍ରତ୍ୟାହାର ଦାବି:ଓଡ଼ିଶାରେ ତେଜିଲା ବିରୋଧର ସ୍ବର

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ (ଏନ୍‌ଆରସି) ବିରୋଧୀ ଆନ୍ଦୋଳନ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି। ଆସାମ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଦିଲ୍ଲୀ ସମେତ ଦେଶର ବିଭିନ୍ନ ପ୍ରାନ୍ତରରେ ହିଂସା ଲାଗି ରହିଥିବାବେଳେ ଓଡ଼ିଶାରେ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟ ରାସ୍ତାକୁ ଓହ୍ଲାଇଛି। ଦୁଇଦିନ ତଳେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ। ଗୁରୁବାର ମଧ୍ୟ ରାଜ୍ୟ ବ୍ୟାପୀ ସିଏଏ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ରାଜଧାନୀର ଲୋୟର ପିଏମ୍‌ଜିରେ ବାମପନ୍ଥୀ ଦଳ ଓ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଟକ ସାଲେପୁରରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଥିଲା। ରାୟଗଡାରେ ସିପିଆଇ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରାଯାଇଥିଲା। ସେହିଭଳି ରାଉରକେଲା ଉଦିତ ନଗର ଆମ୍ବେଦକର ଛକରେ ସିପିଆଇ, ସିପିଆଇ(ଏମ୍‌) ଏବଂ ସିପିଆଇ(ଏମ୍‌ଏଲ)ର ସଦସ୍ୟମାନେ ଧାରଣାରେ ବସି ପ୍ରତିବାଦ ଜଣାଇଥିଲେ।
ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌) ଲିବରେଶନ, ସିପିଆଇଏମ୍‌ଏଲ୍‌ ରେଡ୍‌ଷ୍ଟାର୍‌ ଓ ଫରଓ୍ବାର୍ଡ ବ୍ଲକ୍‌ ପକ୍ଷରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ସିଏଏ ବିରୋଧୀ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚତ୍ବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସିପିଆଇ(ଏମ୍‌)ର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ କ୍ଷୀରୋଦ କୁମାର ସିଂଦେଓ, ସିପିଆଇ(ଏମ୍‌) ଲିବରେଶନର ରାଜ୍ୟ ନେତା ମହେନ୍ଦ୍ର ପରିଡା, ଫର୍‌ଓ୍ବାର୍ଡ ବ୍ଲକର ଯୁବନେତା ନାରାୟଣ ଡାଳୁଅ ପ୍ରମୁଖ ସିଏଏ ବିରୋଧରେ ଗର୍ଜିଥିଲେ। ସିପିଆଇ(ଏମ୍‌)ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ କହିଛନ୍ତି, ସିଏଏ ଆମ ସମ୍ବିଧାନର ମୌଳିକ ଢାଞ୍ଚାକୁ ବିରୁଦ୍ଧାଚରଣ କରୁଛି। ଧର୍ମ ନାମରେ ବିଦେଶୀ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ଓ ମୁସଲମାନଙ୍କୁ ବାଦ୍‌ଦେବା ସମ୍ବିଧାନ ଓ ଧର୍ମ ନିରପେକ୍ଷତାକୁ ଜଳାଞ୍ଜଳି ଦିଆଯାଇଛି। ଯେଉଁଭଳି ଭାବେ ଉଭୟ ଗୃହରେ ବିଲ୍‌କୁ ପାସ୍‌ କରାଯାଇଛି ତାହା ସମ୍ବିଧାନ ବିରୋଧୀ। ତେଣୁ ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର କରାଯାଉ ବୋଲି ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଗୁରୁବାର ରାତିରେ ରାଜଧାନୀର ବିଭିନ୍ନ କଲେଜରେ ପଢୁଥିବା ଛାତ୍ରୀଛାତ୍ର, ଯୁବବର୍ଗ ଓ ମହିଳା ଆନ୍ଦୋଳନକୁ ଓହ୍ଲାଇଥିଲେ। ୧୯୪୭ରୁ ଜନ୍ମ ନେଇଥିବା ଭାରତର ସମ୍ବିଧାନ ୨୦୧୯ରେ ମୃତ୍ୟୁ ଘଟିଥିବା ଦର୍ଶାଇ କଫିନରେ କ୍ୟାଣ୍ଡେଲ ଲଗାଇ ଛାତ୍ରୀଛାତ୍ରମାନେ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରିହାନ ନାମକ ଯୁବକ କହିଛନ୍ତି, ଅନ୍ୟ ଦେଶରୁ ଆସି ଆଶ୍ରୟ ନେଉଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବା ଠିକ୍‌ ଅଛି। କିନ୍ତୁ ମୁସଲମାନଙ୍କୁ କ’ଣ ପାଇଁ ଅଣଦେଖା କରାଗଲା ବୋଲି ପ୍ରଶ୍ନ ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri