Categories: ଜାତୀୟ

ନାଗରିକତ୍ୱ ସଂଶୋଧନ ଆଇନରେ ପରିବର୍ତ୍ତନ ଆସିପାରେ: ସଙ୍କେତ ଦେଲେ ଶାହା

ନୂଆଦିଲ୍ଲୀ,୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସମଗ୍ର ଉତ୍ତରପୂର୍ବ ଭାରତରେ ହିଂସା ଉପୁଜିଛି। କେବଳ ସେତିକି ନୁହେଁ ଏହାକୁ ନେଇ ବିଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଗଲାଣି। ତେବେ ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଝାଡ଼ଖଣ୍ଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧନ ଦେବା ସମୟରେ ଏହି ଆଇନରେ ପରିବର୍ତ୍ତନ ଆସିପାରେ ବୋଲି ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଆଇନକୁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ହେଲେ ଏହାକୁ ନେଇ କେହି ଭୟଭୀତ ହେବ ଉଚିତ୍‌ ନୁହଁ ବୋଲି ଶାହା କହିଛନ୍ତି। ସକରାତ୍ମକ ମନୋଭାବ ନେଇ ମେଘାଳୟରରେ ଥିବା ସମସ୍ୟାର ସମାଧାନ କରନ୍ତୁ ଦେଖିବେ ସବୁ ଠିକ୍‌ ହୋଇଯିବ। ଶାହାଙ୍କ ଏହି କଥାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ଚାଲିଛି। କୁହାଯାଉଛି କି ଶାହା ଯାହା କହୁଛନ୍ତି ତାକୁ ଦେଖିଲେ ଲାଗୁଛି ନାଗରିକତ୍ୱ ସଂଶୋଧନ ଆଇନରେ ପରିବର୍ତ୍ତନ ଆସିପାରେ। ଏବେ ଏହାକୁ ନେଇ ଯେଉଁ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ସେ ବିରୋଧୀ କଂଗ୍ରେସକୁ ଦାୟୀ କରିଛନ୍ତି।

Share