Categories: ଜାତୀୟ

ନାଗରିକତା ସଂଶୋଧନ ଆଇନ: ୯ ରାଜ୍ୟରେ ବିରୋଧ

ନୂଆଦିଲ୍ଲୀ, ୧୯।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଅଣାୟତ ହେବାରେ ଲାଗିଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ମହାରାଷ୍ଟ୍ର, ତେଲଙ୍ଗାନା ଏବଂ କର୍ନାଟକ ଆଦି ୯ଟି ରାଜ୍ୟରେ ଏହାକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଛି। ଦିଲ୍ଲୀରେ ୧୫ରୁ ଅଧିକ ମେଟ୍ରୋ ଷ୍ଟେଶନ ବନ୍ଦ ହେବା ସହିତ କିଛି ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି। ସେହିପରି ଉତ୍ତରପ୍ରଦେଶରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯିବା ସହିତ ସମସ୍ତ ଜିଲାରେ ୧୪୪ ଧାରା ଲାଗୁ କରାଯାଇଛି। ବିହାରର ପାଟନା, ଦରଭଙ୍ଗା, ଖଗଡ଼ିଆ ଆଦି କେତେକ ସ୍ଥାନରେ ଟ୍ରେନ୍‌ ରୋକୋ କରାଯାଇଛି। କର୍ନାଟକରେ ଏହାକୁ ନେଇ ପ୍ରଦର୍ଶନ ଜାରି ରହିଛି। ବେଙ୍ଗାଲୁରୁରେ ଐତିହାସିକ ରାମଚନ୍ଦ୍ର ଗୁହାଙ୍କୁ ଅଟକ ରଖାଯାଇଛି। ପଶ୍ଚିମବଙ୍ଗରେ ଏହାକୁ ବିରୋଧ କରି ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ତେଲଙ୍ଗାନାର ନାଗରିକତା ସଂଶୋଧନ ଆଇନକୁ ବିରୋଧ କରାଯାଇଛି। ହାଇଦ୍ରାବାଦ୍‌ରେ ୫୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରରେ ପ୍ରଦର୍ଶନକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେହିପରି ଆସାମ ଏବଂ ମେଘାଳୟରେ ମଧ୍ୟ ପ୍ରଦର୍ଶନ ଜାରି ରହିଛି।

Share