Categories: ଜାତୀୟ

ନାଗରିକତା ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ; ଜାନୁୟାରୀ ୨୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦାଖଲ ହୋଇଥିବା ୫୯ଟି ଆବେଦନ ଉପରେ ବୁଧବାର ବିଚାର କରି ସୁପ୍ରିମ୍‌କୋର୍ଟ ଏହା ଉପରେ ରୋକ ଲଗାଇବାକୁ ମନା କରିଛନ୍ତି। ଏସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୨୨ରେ କରାଯିବ ବୋଲି ସୁପ୍ରିମ୍‌କୋର୍ଟ ସୂଚନା ଦେଇଛନ୍ତି।

Share