ନାଗରିକତା ସଂଶୋଧନ ଅଧିନିୟମ ଜନଜାଗରଣ ଯାତ୍ରା

କେନ୍ଦୁଝର,୨୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଭାଜପା ପକ୍ଷରୁ ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ଜନଜାଗରଣ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ଏମପି ରୁଦ୍ର ନାରାୟଣ ପାଣି ଯୋଗଦେଇ ଏହି ଐତିହାସିକ ବିଲକୁ ସମର୍ଥନ କରିବାକୁ ନିବେଦନ କରିଥିଲେ। ବିରୋଧୀମାନେ ଅଯଥାରେ ଏହାକୁ ନେଇ ହୀନ ରାଜନୀତି କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏଣୁ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ କହିଥିଲେ। ଏହାଦ୍ୱାରା ଭାରତରେ ରହୁଥିବା ସବୁ ସମ୍ପ୍ରଦାୟର ଲୋକ ସୁରକ୍ଷିତ ରହିବେ ଏବଂ କୌଣସି ନାଗରିକ ଦେଶାନ୍ତର ହେବେ ନାହିଁ ବୋଲି କହିଥିଲେ। ଏହି ରାଲିରେ ଜିଲାର ବହୁ ଦଳୀୟ ନେତା, କର୍ମୀ, ବୁଦ୍ଧିଜୀବୀ, ଲଘୁ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଏହି ବିଲକୁ ସମର୍ଥନ ଜଣାଇବାକୁ ନିବେଦନ କରିଥିଲେ। ଏହି ଜନଜାଗରଣ ରାଲି କାଳି ପଡିଆରୁ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଏକ ସାଧାରଣ ସଭା ଆୟୋଜନ କରି ନାଗରିକତା ସଂଶୋଧନ ଅଧିନିୟମର ଉପକାରିତା ଜଣାଇବା ସହ ସମର୍ଥନ ଜଣାଇଥିଲେ। ବିଶ୍ୱ ହିନ୍ଦୁ ପରିଷଦ, ଆରଏସଏସ, ବିଜରଙ୍ଗ ଦଳ, ବିଏମଏସ ସମେତ ବହୁ ସଂଗଠନ ସାମିଲ ହୋଇଥିଲେ।