ନାଉଲ ସରକାରୀ ପ୍ରାଥମିକ ବିଦ୍ୟାଳୟ: ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ

ତିର୍ତ୍ତୋଲ,୧୧ା୧୨(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ନାଉଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଶ୍ରେଣୀଗୃହର କାନ୍ଥରେ ଫାଟ ସୃଷ୍ଟିହେବା ସହ ଖୁଣ୍ଟଗୁଡିକର ମୂଳ ଖାଇଗଲାଣି। କବାଟ, ଝରକା ଭାଙ୍ଗିରୁଜିଯାଇଛି। ଫଳରେ ଏହା ପାଠ ପଢାଇବା ନିମନ୍ତେ ଅନୁପଯୁକ୍ତ ହୋଇପଡିଛି। ଶ୍ରେଣୀଗୃହ କାନ୍ଥରେ ଏହିଘର ବିପଦପୂର୍ଣ୍ଣ ବୋଲି ସୂଚନା ଦିଆଯାଇଛି। ହେଲେ ବିଦ୍ୟାଳୟ ପରିସରରେ ଥିବା ଏହି ବିପଦସଙ୍କୁଳ ଶ୍ରେଣୀଗୃହ ପାଖଦେଇ ଛୋଟପିଲାମାନେ ଯିବାଆସିବା କରୁଛନ୍ତି। ବିଦ୍ୟାଳୟ ଖେଳକୁଦ ସମୟରେ ପିଲାମାନେ ମଧ୍ୟ ଏହାର ବାରଣ୍ଡା ମଧ୍ୟକୁ ଚାଲିଯାଉଛନ୍ତି। ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପ୍ରତି ଏହି ଶ୍ରେଣୀଗୃହ ବିପଦର କାରଣ ଭାବରେ ଠିଆହୋଇଛି। ତେଣୁ ଏହି ଗୃହକୁ ଭାଙ୍ଗିବା ପାଇଁ ଅଭିଭାବକ ଏବଂ ଗ୍ରାମବାସୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଡିଓ ରଞ୍ଜନ କୁମାର ପରିଡା ଅଭିଯୋଗ ପାଇବା ପରେ ବିଦ୍ୟାଳୟ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରି ଶ୍ରେଣୀଗୃହକୁ ଭାଙ୍ଗିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିର୍ଦ୍ଦେଶକୁ ବହୁ ଦିନ ବିତିଯାଇଥିଲେ ମଧ୍ୟ ଏହି ବିପଦସଙ୍କୁଳ ଘର ଭଙ୍ଗାଯିବା ସମ୍ଭବ ହୋଇନାହିଁ। ଫଳରେ ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଶୀଘ୍ର ଏହି ବିପଦସଙ୍କୁଳ ଶ୍ରେଣୀଗୃହ ଭାଙ୍ଗିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଅଭିଭାବକମାନେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ବିଶ୍ୱାଳଙ୍କୁ ପଚାରିବାରୁ ବିଦ୍ୟାଳୟରେ ଦୀର୍ଘମାସ ହେବ ପରିଚାଳନା କମିଟି ନ ଥିଲା। ଏହି ଘର ଭାଙ୍ଗିବା ନିମନ୍ତେ କମିଟିର ଅନୁମତି ନେବାର ଆବଶ୍ୟକତା ଥିବାରୁ ଏହା ସମ୍ଭବ ହୋଇପାରି ନ ଥିଲା। ନିକଟରେ କମିଟି ଗଠନ କରାଯାଇଛି। ତେଣୁ ଖୁବ୍‌ଶୀଘ୍ର ଏହି ବିପଦସଙ୍କୁଳ ଅବସ୍ଥାରେ ଥିବା ଶ୍ରେଣୀଗୃହ ଭାଙ୍ଗିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏବେ ଦେଖିବାକୁ ଅପେକ୍ଷା କେବେ ଏହି ବିପଦସଙ୍କୁଳ ଶ୍ରେଣୀଗୃହ ଭଙ୍ଗାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri