ନାଁ ଧନମତି, ଦାରିଦ୍ର୍ୟ-ଦୁଃଖ ଆଜନ୍ମ

ବୈପାରୀଗୁଡ଼ା,୨୦ା୧(ଡି.ଏନ୍‌.ଏ.) ନାଁ ତାଙ୍କର ଧନମତି। କିନ୍ତୁ ଦୁଃଖ ଓ ଦାରିଦ୍ର୍ୟ ତାଙ୍କର ଆଜନ୍ମ। ବୈପାରୀଗୁଡ଼ା ବ୍ଲକ ଚେରକା ପଞ୍ଚାୟତ ସିନ୍ଧିଗାଁ ନିକଟସ୍ଥ ଭେଜାପଦର ଗ୍ରାମର ଧନମତି ଗୌଡ଼ (୬୩)ଙ୍କ ଜୀବନ ହେଉଛି ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଅଧ୍ୟାୟ।
ଦିନ ମଜୁରିଆ ପରିବାରରେ ଜନ୍ମ ହୋଇ ପିଲାଦିନୁ ଅଭାବ ଅନଟନ ଭିତରେ ବଢ଼ିଥିଲେ। ଯୁବା ବୟସରେ ସିନ୍ଧିଗାଁର ଚୈତନ୍ୟ ଗୌଡ଼ଙ୍କ ସହ ତାଙ୍କର ବିବାହ ହୋଇଥିଲା। କିନ୍ତୁ ବିବାହର ମାତ୍ର ୨ ବର୍ଷରେ ସ୍ବାମୀ ଆରପାରିକୁ ଚାଲିଗଲେ। ବାପଘରକୁ ଚାଲିଆସିଲେ ଧନମତି ା ୫ ବର୍ଷ ପରେ ସେ ଗାଁର ନରହରି ଗୌଡ଼ଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଭାଗ୍ୟର ଦାଉ ସରି ନ ଥିଲା। ନୂଆ ସଂସାରରେ ପାଦ ଦେଉଦେଉ ଦ୍ୱିତୀୟ ସ୍ବାମୀ ମଧ୍ୟ ବର୍ଷକ ଭିତରେ ଆରପାରିକୁ ଚାଲିଗଲେ। ଗାଁର ଜଣେ ବିଧବା ତରୁଣୀ ପିଲା ଜନ୍ମ ଦେବା ପରେ ତାକୁ ଧନମତିଙ୍କ ହାତକୁ ଟେକିଦେଇ ଅନ୍ୟତ୍ର ଘର ସଂସାର କରିବାକୁ ଚାଲିଗଲେ। ପିଲାଟିର ନାଁ ପରଦେଶୀ ରଖି ମୁଲ ଲାଗି ତାକୁ ଷଷ୍ଠ ପର୍ଯ୍ୟନ୍ତ ପଢ଼ାଇଲେ ଧନମତି। କିନ୍ତୁ ନିଅଣ୍ଟିଆ ଆର୍ଥିକ ସ୍ଥିତି ଯୋଗୁ ପରଦେଶୀ ଆଗକୁ ପଢ଼ିପାରିଲା ନାହିଁ। ମା’ଙ୍କ କଷ୍ଟ ସହି ନ ପାରି ପରଦେଶୀ ୧୩ ବର୍ଷ ବୟସରେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଗୋତି ଶ୍ରମିକ ହେଲେ। କଅଁଳ ବୟସରେ ଗାଈ ଚରାଇବା, ଜମିରେ ହଳ କରିବା କାମ କରିବାକୁ ହେଲା। ମା’ଠାରୁ ଅଲଗା ହୋଇ ମାଲିକଙ୍କ ଘରେ ୨ ବର୍ଷ ହେଲା ରହି କାମ କରୁଛି ପରଦେଶୀ। ପ୍ରଥମ ବର୍ଷର ପାଉଣା ମାତ୍ର ୨ ହଜାର ଓ ଦ୍ବିତୀୟ ବର୍ଷ ପାଇଁ ୩ ହଜାର ଟଙ୍କା ଦେଇଛନ୍ତି ମାଲିକ। ଶିଶୁ ଶ୍ରମିକ ପ୍ରଥା ରୋକିବା ପାଇଁ ସରକାରଙ୍କ ଆଇନ ପରଦେଶୀଙ୍କ ପାଇଁ ଫିକା ପଡ଼ିଛି। ମୁଣ୍ଡ ଗୁଞ୍ଜିବା ପାଇଁ ଜାଗାଟିଏ ନ ଥିବାବେଳେ ପର ଜାଗାରେ ଝୁମ୍ପୁଡ଼ି କରି ରହିଛନ୍ତି ଧନମତି। ଏବେ ଆବାସ ଯୋଜନାରେ ଘର ଆସିଛି। ଜାଗା ମାଲିକଙ୍କୁ ୩ ହଜାର ଟଙ୍କା ଦେଇ ସେ ରହୁଥିବା ସ୍ଥାନରେ ଘର ତିଆରି କରୁଛନ୍ତି। କିନ୍ତୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରୁ ସେ ବାଦ୍‌ ପଡ଼ିଛନ୍ତି। ବାରମ୍ବାର ଆବେଦନ କରିବା ପାଇଁ ବ୍ଲକ ଅଫିସ୍‌କୁ ଯାଇ ଖର୍ଚ୍ଚାନ୍ତ ହୋଇ ନିରାଶ ହୋଇଛନ୍ତି। ବଜାରରୁ ତାଙ୍କୁ ବହୁ ଅଧିକ ଟଙ୍କାରେ ଚାଉଳ କିଣିବାକୁ ପଡୁଛି। ଜବ୍‌ କାର୍ଡ଼ କିମ୍ବା ଶ୍ରମ କାର୍ଡ଼ ନ ଥିବାରୁ ଶ୍ରମିକଙ୍କ ପାଇଁ ଥିବା ସରକାରୀ ସୁବିଧାରୁ ସେ ବଞ୍ଚତ୍ତ ରହିଛନ୍ତି। ତାଙ୍କ ଅନ୍ତେ ପାଳିତ ପରଦେଶୀଙ୍କ ଭବିଷ୍ୟତ ଚିନ୍ତା ଏବେ ତାଙ୍କୁ ଘାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri