ନଷ୍ଟ ହେଉଛି ହେଲିପ୍ୟାଡ୍‌, ଗଦା ହେଉଛି ଚିପ୍ସ, ବାଲି

ସୋନପୁର,୧୪।୧୧(ନି.ପ୍ର.) – ସୁବର୍ଣ୍ଣପୁର ସହରର ରାମେଶ୍ୱର ନିକଟରେ ନିର୍ମିତ ହୋଇଥିବା ୩ଟି ହେଲିପ୍ୟାଡ୍‌ ଏବେ ନଷ୍ଟ ହେବାକୁ ବସିଛି । ହେଲିପ୍ୟାଡ୍‌ରେ ଚିପ୍ସ ଓ ବାଲି ଗଛିତ କରି ରଖାଯାଉଛି । ଚିପ୍ସ ବୋଝେଇ ଟିପର ଯିବା ଆସିବା ଫଳରେ ଏହା ନଷ୍ଟ ହେଉଛି। ସେହିପରି ଭାରିଯାନ ଚଳାଚଳ ଯୋଗୁଁ କୁଷ୍ଠାଶ୍ରମକୁ ଯାଇଥିବା ମ୍ୟୁନିସିପାଲିଟି ରାସ୍ତା ମଧ୍ୟ ଭାଙ୍ଗିରୁଜି ଗଲାଣି। ମାତ୍ର ଜିଲା ପ୍ରଶାସନର ଏଥିପ୍ରତି ଦୃଷ୍ଟି ନାହିଁ। ପ୍ରକାଶ ଯେ, ଗତ ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ପାଇଁ ବାୟୁସେନାର ୩ଟି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଆସିଥିଲେ। ହେଲିକପ୍ଟର ଅବତରଣ ପାଇଁ ୩୦ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ୩ଟି ସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରିଥିଲା। ଲକ୍ଷ୍ୟ ଥିଲା ଭବିଷ୍ୟତରେ କୌଣସି ଭିଆଇପି ଜିଲା ଗସ୍ତ କଲେ ଏହି ହେଲିପ୍ୟାଡ ବ୍ୟବହାର କରି ପାରିବେ। କିନ୍ତୁ ଏହାର ସରକ୍ଷା ପାଇଁ କାହାରି ଦୃଷ୍ଟିନାହିଁ। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଅସିତ କୁମାର ବଡପଣ୍ଡା କୁହନ୍ତି, ଏହି ପ୍ରକଳ୍ପ ଆମେ ନିର୍ମାଣ କରିଛୁ । କିନ୍ତୁ ସ୍ଥାନଟି ରାଜସ୍ବ ବିଭାଗର। ଚିପ୍ସ ଓ ବାଲି ଜମା କରୁଥିବା ଠିକାଦାର ରାଜସ୍ବ ବିଭାଗ ନିକଟରୁ ଅନୁମତି ଆଣିଛନ୍ତି କି ନାହିଁ ତହସିଲଦାର କହିପାରିବେ କହି ନିଜ ବିଭାଗର ଦାୟିତ୍ୱକୁ ଏଡାଇ ଯାଇଥିଲେ। ଘଟଣା ସମ୍ପର୍କରେ ସୋନପୁର ତହସିଲଦାର ଅରବିନ୍ଦ ବେହେରା କୁହନ୍ତି, ମୋ ପାଖରେ ଏହି ଖବର ନଥିଲା। ସଦର ଆରଆଇଙ୍କୁ ପଠାଇ ଘଟଣାର ଅନୁଧ୍ୟାନ କଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri