Categories: ଗଞ୍ଜାମ

ନର୍ସ, ଆଟେଣ୍ଡାଣ୍ଟ ନିଲମ୍ବିତ

ଫୁଲବାଣୀ ଅଫିସ,୪ା୭-ଫୁଲବାଣୀ ଜିଲା କ.ନୂଆଗଁ। ବ୍ଲକ ସାରଙ୍ଗଗଡ ଚିକିସତ୍ାଳୟରୁ ପୁଣି ଜଣେ ବ୍ୟକ୍ତିଙ୍କ ମୃତଦେହ ବୋହି ନେବା ଘଟଣାରେ ମଙ୍ଗଳବାର ଜିଲା ଚିକିତ୍ସାଧିକାରୀ ସମୀର କୁମାର ଦାସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଲିଗୁଡା ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ରିପୋର୍ଟ ପାଇବା ପରେ ସିଡିଏମଓ ସାରଙ୍ଗଡ ଡାକ୍ତରଖାନାର ୨ଡାକ୍ତରଙ୍କୁ କାରଣଦର୍ଶାଅ ନୋଟିଶ ଦେବା ସହ ଜଣେ ଷ୍ଟାଫନର୍ସ ଓ ଜଣେ ଆଟେଣ୍ଡାଣ୍ଟଙ୍କୁ ନିଳମ୍ବିତ କରିଛନ୍ତି।
ସୂଚନାଯୋଗ୍ୟ ଯେ, କ.ନୂଆଗଁ। ବ୍ଲକ ସାରଙ୍ଗଗଡ ଥାନା ବଣ୍ଡାଗୁଡା ଗ୍ରାମର ପଞ୍ଚାୟତ ରାତ୍ର ଜଗୁଆଳୀ ଦିଲୀପ ଦଳବେହେରା ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସାରଙ୍ଗଗଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା। ମହାପ୍ରୟାଣ ଗାଡି ନ ମିଳିବାରୁ ତାଙ୍କ ସମ୍ପର୍କୀୟ ଡାକ୍ତରଖାନା ଠାରୁ ପ୍ରାୟ ୪ କିମି ଦୁର ବଣ୍ଡାଗୁଡାକୁ ଭାରରେ ବୋହି ନେଇଥିଲେ। ଏହି ଘଟଣା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଜିଲା ଚିକିତ୍ସାଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ରିପୋର୍ଟ ପାଇବା ପରେ ସିଡିଏମଓ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୩ ଦିନ ତଳେ ଦାରିଙ୍ଗିବାଡି ଅଞ୍ଚଳରେ ଏପରି ଖଟରେ ମୃତଦେହ ବୋହିନେବା ଘଟଣାରେ ସିଡିଏମ୍‌ଓ ଏକ ଗାଇଡ ଲାଇନ ଜାରି କରି ଏହାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମଧ୍ୟ ସାରଙ୍ଗଗଡ ଡାକ୍ତରଖାନାରେ ପୁଣି ମୃତଦେହ ଭାରରେ ବୁହାହେବା ଘଟଣାକୁ ଜିଲା ପ୍ରଶାସନ ଗୁରୁତର ସହ ନେଇଛି।