ନର୍ସିଂ ଛାତ୍ରୀ ଗଣବଳାତ୍କାର ଘଟଣାର ପର୍ଦ୍ଦାଫାଶ: ୮ ଅଭିଯୁକ୍ତ ଗିରଫ, ଆଜି ହେବେ କୋର୍ଟ ଚାଲାଣ; ଜଣେ ନାବାଳକ ବି ସମ୍ପୃକ୍ତ

ଜୁନାଗଡ,୨୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ଥାନା ଅଞ୍ଚଳରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲରେ ଗଣବଳାକତ୍ାର ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ନାବାଳକ ଏଥିରେ ସମ୍ପୃକ୍ତ ଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଗଣବଳାତ୍କାର ଘଟଣାରେ ୬ଜଣ ସମ୍ପୃକ୍ତ ରହିଛନ୍ତି। ସେମାନେ ହେଲେ ଜୁନାଗଡ ଥାନା ବକ୍ସିତୁଲସୀପାଲି ଗ୍ରାମର ଅମିତ ନାଏକ (୩୦), ପ୍ରକାଶ ନାଏକ ଓରଫ ଲୁକୁ (୨୨), ଶାନ୍ତ ନାଏକ (୨୪), ଲାବଣ୍ୟ ଛତ୍ରିଆ (୨୧), ଅନିରୁଦ୍ଧ ଛତ୍ରିଆ (୨୦) ଓ ଜଣେ ନାବାଳକ। ଭିଡିଓ ଭାଇରାଲ କରିଥିବା ଘଟଣାରେ ୩ ଜଣଙ୍କୁ ବି ପୋଲିସ ଗିରଫ କରିଛି । ସେମାନେ ହେଲେ ଜୁନାଗଡ ଥାନା ବକ୍ସିତୁଲସୀପାଲି ଗ୍ରାମର ବିନୋଦ ନାଏକ ଓରଫ ଘାଟୁ (୩୨), ସ୍ବୟମ୍ବର ବାଗ (୩୦) ଓ କୋକସରା ଥାନା ତେନ୍ତୁଲିପଡାର ଟିକମଣି ପୋଢ (୩୨)। ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ବୁଧବାର ଜୁନାଗଡ ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍‌ପି ବି.ଗଙ୍ଗାଧର କହିଛନ୍ତି। ଏହାସହ ଅଭିଯୁକ୍ତମାନଙ୍କଠାରୁ ଭାଇରାଲରେ ବ୍ୟବହୃତ ମୋବାଇଲ ଫୋନ୍‌ ଓ ଘଟଣାସ୍ଥଳରୁ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି। ଗୁରୁବାର ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ । ପୀଡିତାଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଏ ନେଇ ଜୁନାଗଡ ଥାନାରେ ଆଇପିସି ଦଫା ୩୭୬-ଡି/୨୯୨(୨)ଏ/୫୦୦/୫୦୯/୫୦୬/୩୪ ଆଇପିସି, ଆର/ଡବ୍ଲୁ ସେକ୍ସନ ୬୭/୬୭(ଏ) ଆଇଟି ଆକ୍ଟରେ ଏକ ମାମଲା (ନଂ. ୨୨୪/୧୯) ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୪ ତାରିଖ ୧.୪୫ ମିନିଟ୍‌ରେ ଛାତ୍ରୀ ଜଣକ ଧର୍ମଗଡ ଥାନା ପର୍ଲା ଗ୍ରାମର ଲଲିନ୍ଦ୍ର ଶବରଙ୍କ ସହ ବାଇକ୍‌ରେ ଭବାନୀପାଟଣାରୁ ନିଜ ଗଁାକୁ ଆସୁଥିଲେ। ଏହି ସମୟରେ ଜୁନାଗଡ ଥାନା ବନମାଳୀପୁର ୨୬ ନଂ. ଜାତୀୟ ରାଜପଥରେ ୬ଜଣ ବ୍ୟକ୍ତି ମୁହଁରେ କପଡା ବାନ୍ଧି ସେମାନଙ୍କୁ ଅଟକାଇ ଥିଲେ। ପରେ ଛାତ୍ରୀଙ୍କୁ ନିକଟସ୍ଥ ଘନା ଜଙ୍ଗଲକୁ ଟେକି ନେଇଥିଲେ। ସେଠାରେ ସେମାନେ ତାଙ୍କୁ ଛୁରି ଦେଖାଇ ଜଣକ ପରେ ଜଣେ ବଳାକତ୍ାର କରିଥିଲେ। ଏହି ଘଟଣା କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏପରିକି ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ ସୁଟିଂ କରିଥିଲେ। ବହୁ କଷ୍ଟରେ ଛାତ୍ରୀ ଜଣକ ସେମାନଙ୍କ କବଳରୁ ଆସି ରାସ୍ତାରେ ପହଞ୍ଚତ୍ ଥିଲେ। ଏହାର କିଛିଦିନ ପରେ ଅଭିଯୁକ୍ତମାନେ ଉକ୍ତ ଭିଡିଓକୁ ଭାଇରାଲ କରି ଦେଇଥିଲେ। ଏହା ଜଣାପଡିବା ପରେ ପୀଡିତା ଗତ ରବିବାର ବିଳମ୍ବିତ ରାତିରେ ଜୁନାଗଡ ଥାନାରେ ଏତଲା ଦେଇଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଏସ୍‌ପି ଗୋପୀନାଥ ମଣିପାତ୍ର, ଧର୍ମଗଡ ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା, ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri