ନର୍ସରୀରେ ମାନିଲା ମନ

(ମନୋଜ ନନ୍ଦ)
ତାଳଚେର,୧୮ା୩ – ଚାକିରି ନ କରି ବ୍ୟବସାୟ କରିବେ ବୋଲି ସ୍ଥିର କଲେ। ତେଣୁ ଘର ଅନୁଗୋଳରେ ହୋଇଥିଲେ ବି କୋଇଲା ବ୍ୟବସାୟ ପାଇଁ ତାଳଚେରରେ ରହିଗଲେ। ହେଲେ ସେହି ବେପାର ସେପରି ସନ୍ତୋଷ ଦେଇପାରିଲା ନାହିଁ। ଏହାପରେ କିଛିଦିନ କୁକୁଡା ଓ ପରେ ଫୁଲ ବିକ୍ରି ପାଇଁ ମନ ବଳାଇଲେ। ସେଥିରୁ ଅଧିକ ଟଙ୍କା ଆୟ କଲେ ସିନା ଆଗକୁ ବଢ଼ିପାରିଲେ ନାହିଁ। ଶେଷରେ ନର୍ସରୀ କରି ଚାରା ବିକିବାକୁ ତାଙ୍କର ଇଚ୍ଛା ହେଲା। ୧୯୯୭ରେ ସେ ଏହି ବ୍ୟବସାୟ ଆରମ୍ଭ କଲେ। ଆଉ ନର୍ସରୀରେ ମନ ଏପରି ମାନିଗଲା ଯେ ସେବେଠାରୁ ଏବେଯାଏ ବଢ଼ି ବଢ଼ି ଚାଲିଛି ଶ୍ରୀକାନ୍ତ ସାହୁ (୫୩)ଙ୍କ ଚାରା ବେପାର।
ଦୀର୍ଘବର୍ଷ ହେଲା ତାଳଚେରରେ ରହୁଥିବା ଶ୍ରୀକାନ୍ତଙ୍କ ଘର ଅନୁଗୋଳରେ। ସେଠାରେ ତାଙ୍କର ମା’ ଓ ୬ ଭାଇ ରହୁଛନ୍ତି। କିନ୍ତୁ ତାଳଚେର କାଳୀ ମନ୍ଦିର ନିକଟରେ ନର୍ସରୀ କରିଥିବାରୁ ଶ୍ରୀକାନ୍ତ ସେଠାରେ ରହିଯାଇଛନ୍ତି। ଶ୍ରୀକାନ୍ତ କୁହନ୍ତି, ଚାକିରି ପଛରେ ନ ଗୋଡ଼ାଇ ବ୍ୟବସାୟ ପାଇଁ ଆଗ୍ରହ ଦେଖାଇଥିଲେ ବି ପ୍ରଥମେ ତାଙ୍କ ମନ କୌଣସି ବେପାରରେ ଲାଗୁ ନ ଥିଲା। ତେବେ ଫୁଲ ଦୋକାନ ଦେଇଥିବା ବେଳେ ସ୍ଥନୀୟ ଅଞ୍ଚଳର ଜଣେ ବାସିନ୍ଦା ଥରେ ତାଙ୍କୁ ୩/୪ଟି ଚାରା ବିକ୍ରି କରିବାକୁ ଦେଇଥିଲେ। ତାହା ବିକ୍ରି କରିବା ତାଙ୍କ ବ୍ୟବସାୟର ଗତିପଥ ବଦଳାଇ ଦେଇଥିଲା। ଅଧିକରୁ ଅଧିକ ଚାରା କିପରି ବିକ୍ରି କରିପାରିବେ ସେଥିରେ ମନୋନିବେଶ କରିବା ସହ ୧୯୯୭ରେ ନର୍ସରୀ ଆରମ୍ଭ କଲେ। ସେବେଠାରୁ ସେ ଆଉ ପଛକୁ ଫେରି ନାହାନ୍ତି। ପ୍ରଥମେ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରି ପ୍ରାୟ ୫୦ ପ୍ରକାର ଚାରା ବିକ୍ରି କରୁଥିଲେ। ହେଲେ ଦୀର୍ଘ ୨୩ ବର୍ଷ ମଧ୍ୟରେ ସେ ନର୍ସରୀର କଳେବର ବୃଦ୍ଧି କରିସାରିଛନ୍ତି। ଏବେ ୫ ଶହ ପ୍ରକାରରୁ ଅଧିକ ଫୁଲ, ଫଳ, ଔଷଧୀୟ ଚାରା ଓ ବିଭିନ୍ନ ଶୋ’ ଗଛ ବ୍ୟବସାୟ କରୁଛନ୍ତି। ବିଭିନ୍ନ ମଞ୍ଜି, ଚାରା କଲିକତାରୁ ଆଣି ଲୋକଙ୍କୁ ବିକ୍ରି କରୁଛନ୍ତି। ପିଲାଙ୍କ ଯତ୍ନ ନେବା ଭଳି ଦୈନିକ ସକାଳୁ ସନ୍ଧ୍ୟା ଯାଏ ନର୍ସରୀରେ ଖଟୁଛନ୍ତି। କାମ ବଢି ଯାଇବାରୁ ୨ଜଣ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। କୋଇଲା ଠାରୁ ନର୍ସରୀ ପର୍ଯ୍ୟନ୍ତ କେଉଁ ବ୍ୟବସାୟରୁ ଅଧିକ ଅର୍ଥ ପାଇଛନ୍ତି ଅବା କେତେ କ୍ଷତି କେତେ ଲାଭ ହୋଇଛି ତାହା ତାଙ୍କ ମନକୁ କେବେ ଆସିନାହିଁ। ଲୋକଙ୍କୁ ଚାରା ବିକି ଯେଉଁ ଆନନ୍ଦ ପାଇଛନ୍ତି ତାହା ଅନ୍ୟ କେଉଁଥିରୁ ପାଇନାହାନ୍ତି। ଏହି ଅନୁଭବ ଓ ଆତ୍ମସନ୍ତୋଷ ଯୋଗୁ ହଁି ନର୍ସରୀରେ ଏତେ ବର୍ଷ ତିଷ୍ଠିପାରିଛି ବୋଲି ଶ୍ରୀକାନ୍ତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri