ନରହନ୍ତା ଦନ୍ତାର ଉଗ୍ରରୂପ:୯ ଘର ଭାଙ୍ଗିଲା, ରାତିସାରା ବର୍ଷାରେ ଭିଜିଲେ କ୍ଷତିଗ୍ରସ୍ତ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନ ଡିହଡୋଳ ଫରେଷ୍ଟ ସେକ୍ସନରେ ନରହନ୍ତା ଦନ୍ତା ତାଣ୍ଡବ ଚରମ ସୀମାରେ ପହଞ୍ଚତ୍ଛି। ଦାନ୍ତ କଟାଯିବା ପରେ କିଛି ମାତ୍ରାରେ ଶାନ୍ତ ପଡ଼ିଥିବା ହାତୀ ହଠାତ୍‌ ହିଂସ୍ର ହୋଇଉଠିଛନ୍ତି। ସପ୍ତାହେ ହେଲା ହାତୀ ଉନ୍ମତ୍ତ ହୋଇ ଘୂରି ବୁଲୁଛି। ଯେଉଁ ଗଁାରେ ପଶୁଛି ସେଠି ବ୍ୟାପକ କ୍ଷୟକ୍ଷତି କରୁଛି। ଛାତ ଘର, ପାଚେରି, ଛପର କିଛି ବି ଛାଡୁନାହିଁ। ହାତୀକୁ ଘଉଡ଼ାଇବା ଲାଗି ବନ ବିଭାଗ କର୍ମଚାରୀଙ୍କ ସମସ୍ତ ଉଦ୍ୟମ ଫେଲ ମାରୁଛି। ନରହନ୍ତା ଦନ୍ତା ଉପଦ୍ରବରେ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକୁଥିବାବେଳେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଡିହଡୋଳ ଫରେଷ୍ଟ ସେକ୍ସନରେ ୧୮ରୁ ଊର୍ଦ୍ଧ୍ୱ ହାତୀ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି। ହେଲେ ଦନ୍ତା ପଲରୁ ଅଲଗା ହୋଇ ବାରମ୍ବାର ଜନବସତି ମୁହଁା ହେଉଛି। ଶୁକ୍ରବାର ରାତି ସାରା କନ୍ଦରସିଂହା ପଞ୍ଚାୟତ ମଝିକା ଗ୍ରାମରେ ତାଣ୍ଡବ ରଚିଥିବା ଉକ୍ତ ହାତୀ ଶନିବାର ରାତିରେ ସରାଙ୍ଗ ପଞ୍ଚାୟତ କନ୍ଦରସିଂହା ଗ୍ରାମରେ ଉପଦ୍ରବ ସୃଷ୍ଟି କରଛି। ହାତୀକୁ ଜନବସତିରୁ ବାହାର କରିବାକୁ ଲୋକମାନେ ବାଣ ଫୁଟାଇଥିଲେ। ଏଥିରେ ଅଧିକ ହିଂସ୍ର ହୋଇ ହାତୀ ଗ୍ରାମରେ ବ୍ୟାପକ କ୍ଷତି କରିଥିଲା। ଏଥିରେ ହରିଶ୍ଚନ୍ଦ୍ର ବିଶ୍ୱାଳ, ମୁଗା ନାୟକ, ସୁମ ନାୟକ, ତ୍ରିଲୋଚନ କାଣ୍ଡି, ଶାନ୍ତନୁ କାଣ୍ଡି, ସନାତନ କାଣ୍ଡି, ସୁନୀଲ ବେହେରା, ଶଙ୍କର୍ଷଣ ଶଙ୍ଖୁଆ, ସରାଙ୍ଗ ଗ୍ରାମର ଦିବାକର ନାହାକଙ୍କ ଘର ଭାଙ୍ଗିଯାଇଛି। ଘଡ଼ଘଡ଼ି ସାଙ୍ଗକୁ ବର୍ଷା କଚାଡୁଥିବାବେଳେ ଭଙ୍ଗା ଘର ଛାଡ଼ି କ୍ଷତିଗ୍ରସ୍ତ ପରିବାର ଲୋକେ ଛାତ ଘର ଉପରେ ଅସହାୟ ଅବସ୍ଥାରେ ରାତି କଟାଇଥିଲେ।
ଅଞ୍ଚଳରେ ହାତୀଭୟ ଲାଗିରହିଛି। ସନ୍ଧ୍ୟା ହେଲେ ତାଟିକବାଟ ପଡ଼ିଯାଉଛି। ଘରକୁ ବାହାରିବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ଏ ନେଇ ଫରେଷ୍ଟର ରାମଚନ୍ଦ୍ର ରାଉତ କୁହନ୍ତି, ଉକ୍ତ ଦନ୍ତା ଆକ୍ରମଣରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ହାତୀକୁ ଅନ୍ୟତ୍ର ଘଉଡ଼ାଇବାକୁ ଚାପ ବଢୁଛି। ବନ କର୍ମଚାରୀ ଏବଂ ହାତୀ ସ୍କ୍ବାଡ୍‌ ସଦସ୍ୟ ବର୍ଷାରେ ଭିଜି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ହେଲେ କୌଣସି ସୁଫଳ ମିଳୁନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ କ୍ଷୟକ୍ଷତି ଆକଳନ ପରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରେଞ୍ଜର ହରମୋହନ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri