Categories: ଗଞ୍ଜାମ

ନରସିଂହପୁରରେ ମେଣ୍ଢା ମଡ଼କ

କୁକୁଡାଖଣ୍ଡି,୩ା୧୨ (ଡି.ଏନ.ଏ.)- କୁକୁଡ଼ାଖଣ୍ଡି ବ୍ଲକ ମହୁଡା ପଞ୍ଚାୟତର ନରସିଂହପୁରରେ ଗତ କିଛିଦିନ ମଧ୍ୟରେ ୮୧ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ମେଣ୍ଢା ପ୍ରଥମେ ନିମୋନିଆରେ ଆକ୍ରାନ୍ତ ହେଉଛନ୍ତି। ପରେ ସେମାନଙ୍କ ଫୁସଫୁସରେ କ୍ଷତ ସୃଷ୍ଟି ହୋଇ ମୃତ୍ୟୁ ହୋଇଛି ବୋଲି କଟକରୁ ଆସିଥିବା ୨ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ଙ୍କଠାରୁ ସୂଚନା ମିଳିଛି। ଗ୍ରାମର ବିନ ଗୌଡ଼ ଏବଂ ତାଙ୍କ ଭାଇ ମୁନାଙ୍କର ୨୫୦ ମେଣ୍ଢା ମଧ୍ୟରୁ ବର୍ତ୍ତମାନ ୮୧ ମେଣ୍ଢା ମୃତ୍ୟୁ ହୋଇଥିବା ସେମାନେ କହିଛନ୍ତି। ଅନ୍ୟ ମେଣ୍ଢାଙ୍କ ଚିକିତ୍ସା ଜାରି ରହିଛି। ଏହି ରୋଗରେ ଆକ୍ରାନ୍ତ ମେଣ୍ଢା ଠିକ ରୂପେ ଚାଲି ପାରୁ ନ ଥିବାରୁୁ ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି। ଏ ନେଇ ମେଣ୍ଢା ପାଳକମାନେ ଚିନ୍ତାରେ ପଡ଼ିଛନ୍ତି। ଫଳରେ କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ମହୁଡା ଅଞ୍ଚଳବାସୀ ଦାବି କରିଛନ୍ତି।