ନଭେମ୍ବର ୧ ପୂର୍ବରୁ ଖୋଲିବ ପ୍ରକୃତି ନିବାସ

ପୁରୀ ଅଫିସ, ୫।୬: ପ୍ରକୃତି ନିବାସ। ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା। ହେଲେ ବାତ୍ୟାରେ ଉଜୁଡ଼ିଯାଇଛି ଏହାର ସବୁଜିମା। ଏହା ପରିସରରେ ଥିବା କଟେଜ୍‌ରୁ ଆଜ୍‌ବେଷ୍ଟସ ଉଡି ଯାଇଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଭାଙ୍ଗି ପଡିଛି। ତେବେ କ୍ଷୟକ୍ଷତିର ମରାମତି କରାଯାଇ ପର୍ଯ୍ୟଟନ ଋତୁ ଆରମ୍ଭରୁ ଅର୍ଥାତ୍‌ ନଭେମ୍ବର ୧ ତାରିଖ ପୂର୍ବରୁ ପ୍ରକୃତି ନିବାସ ଖୋଲାଯିବ ବୋଲି ପୁରୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି।
ଡିଏଫ୍‌ଓଙ୍କ ସୂଚନା ମୁତାବକ, ବାତ୍ୟା ପୂର୍ବରୁ ପ୍ରକୃତି ନିବାସର ତମ୍ବୁ, ଏସି, ସୋଲାର, ଲାଇଟ୍‌ ପ୍ରଭୃତି ସରଞ୍ଜାମ ଖୋଲି ଦିଆଯାଇଥିଲା। ତେଣୁ ଅଧିକ କିଛି ନଷ୍ଟ ହୋଇନାହିଁ। ଗଛଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ କେତେକ କଟେଜ୍‌ର ଟିଣ ଆଜ୍‌ବେଷ୍ଟସ ଉଡିଯାଇଛି। ସେହିପରି ପ୍ରକୃତି ନିବାସକୁ ଯାଇଥିବା ବିଦ୍ୟୁତ୍‌ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ସହରର ବିଦ୍ୟୁତ୍‌ ପୁନରୁଦ୍ଧାର କାମ ସରିବା ପରେ ପ୍ରକୃତି ନିବାସରେ କାମ ଆରମ୍ଭ କରାଯିବ। ଯାହା ସ୍ବଳ୍ପ କ୍ଷୟକ୍ଷତି ହୋଇଛି ତାହା ବେଶିଦିନ ଲାଗିବ ନାହିଁ, ମାସକ ମଧ୍ୟରେ ସବୁ ଠିକ୍‌ଠାକ ହୋଇଯିବ। ନଭେମ୍ବର ୧ରୁ ଆରମ୍ଭ ହେଉଥିବା ପର୍ଯ୍ୟଟନ ଋତୁ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଏହାକୁ ପ୍ରସ୍ତୁତ କରିଦିଆଯିବ। ବୋଟର କିଛି କ୍ଷତି ହୋଇ ନ ଥିବାରୁ ବୋଟିଂ ପାଇଁ କିଛି ସମସ୍ୟା ହେବ ନାହିଁ। ପୂର୍ବପରି ଶୀତଦିନରେ ପର୍ଯ୍ୟଟକମାନେ ପ୍ରକୃତି ନିବାସକୁ ଆସି ରହିପାରିବେ ଏବଂ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିପାରିବେ ବୋଲି ଡିଏଫ୍‌ଓ କହିଛନ୍ତି।
ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ସମୁଦ୍ର ମୁହାଣର ଅନତି ଦୂର ନୂଆନଈ କଡ଼ରେ ପ୍ରକୃତି ନିବାସ ତିଆରି କରାଯାଇଛି। ଏଠାରେ ଆକର୍ଷଣୀୟ ୧୦ଟି କଟେଜ ରହିଛି। ରେଷ୍ଟୁରାଣ୍ଟ ଏବଂ ନୂଆନଈରେ ବୋଟିଂ ସୁବିଧା ବି ରହିଥିଲା। ୨୦୧୭ ଫେବୃୟାରୀ ୧ ତାରିଖରେ ଏହା ଉଦ୍‌ଘାଟିତ ହେବା ପରେ ପର୍ଯ୍ୟଟକମାନେ ଏଠାରେ ରାତିରେ ରହିବା ସହ ପ୍ରାକୃତିକ ଦୃଶ୍ୟରାଜିକୁ ଉପଭୋଗ କରୁଥିଲେ। ଘଞ୍ଚ ଜଙ୍ଗଲ ଭିତରେ ରାତିରେ ହରିଣକୁ ମଧ୍ୟ ପାଖରେ ଦେଖିବାକୁ ପାଉଥିଲେ ପର୍ଯ୍ୟଟକ। ବିଶେଷକରି ଶୀତଦିନେ ଏହାର ଚାହିଦା ଅଧିକ ରହୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri