ନବୀନଙ୍କ ୫ମ ପାଳିରେ ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିବ ରାଜ୍ୟ ସଙ୍ଗୀତ ମାନ୍ୟତା: ଦିଲୀପ ଦାଶଶର୍ମା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୫ମ ଥର ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଉତ୍କଳ ସମ୍ମିଳନୀ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲୀପ ଦାଶଶର୍ମା ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନାଦେଇ କହିଛନ୍ତି ଯେ, ନବୀନବାବୁଙ୍କ ୫ମ ପାଳିରେ ଓଡ଼ିଶାର ରାଜ୍ୟ ସଙ୍ଗୀତ ଭାବେ ‘ବନ୍ଦେ ଉତ୍କଳ ଜନନୀ’କୁ ମାନ୍ୟତା ଦେଇ ଆଇନ ପ୍ରଣୟନ କରିବେ। ନବୀନବାବୁ ତାଙ୍କ ଶାସନ କାଳରେ ଓଡ଼ିଶାର ତଥା ଓଡ଼ିଆ ଭାଷାର ସମ୍ମାନ ପାଇଁ ବହୁ କାମ କରିଛନ୍ତି। ୧୯ ବର୍ଷର ଶାସନ କାଳ ମଧ୍ୟରେ ଆମ ରାଜ୍ୟରେ ବହୁ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି। ତେଣୁ ବନ୍ଦେ ଉତ୍କଳ ଜନନୀକୁ ବିଭିନ୍ନ ସମୟରେ ଓଡ଼ିଆର ଅସ୍ମିତା କହୁଥିବା ମୁଖ୍ୟମନ୍ତ୍ରୀ ଏଥର ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ଅଗ୍ରାଧିକାର ଦେବେ ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ଦିଲୀପ କହିଛନ୍ତି।