ନବଯୌବନ ଲୀଳାରୁ ପାବନ ମଣିଷ

ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିବର୍ଷ ଅଣସର ଲୀଳା ପରେ ନବଯୌବନ ରୂପରେ ଦର୍ଶନ ଦିଅନ୍ତି। ଶ୍ରୀଜଗନ୍ନାଥ ଧାମ ବ୍ୟତୀତ ବର୍ଷକୁ ଥରେ ନିଶ୍ଚିତ ଭାବରେ ନବଯୌବନ ରୂପରେ ଦର୍ଶନ ଦେବା ପରମ୍ପରା ଅନ୍ୟତ୍ର ପ୍ରଚଳିତ ନାହିଁ। ତେବେ ଶ୍ରୀଜଗନ୍ନାଥଙ୍କ ଉପାସନାରେ ପ୍ରତ୍ୟେକ ଲୀଳାର ଏକ ସାମାଜିକ ବାର୍ତ୍ତା ରହିଥିବା ପରି, ନବଯୌବନ ଲୀଳା ପଛରେ ମଧ୍ୟ ସାମାଜିକ ବାର୍ତ୍ତା ରହିଅଛି। ଏହି ବାର୍ତ୍ତା ଖୁବ୍‌ ରହସ୍ୟମୟ।
ଯଉବନ ଶବ୍ଦ ପ୍ରଥମେ ଅଥର୍ବ ବେଦ (୧୮/୪/୫୦)ରେ ବ୍ୟବହୃତ ହୋଇଅଛି। ମଣିଷ ଜନ୍ମର ୧୬ବର୍ଷରୁ ୭୦ବର୍ଷ ପର୍ଯ୍ୟନ୍ତ ଯଉବନ କାଳ ବୋଲି ବହୁ ପ୍ରାଚୀନ ଆଲୋଚକ ଏକମତ ହୋଇଛନ୍ତି। ଧର୍ମଶାସ୍ତ୍ରରେ କୁହାଯାଇଛି ମଣିଷର ୧୬ବର୍ଷ ପୂର୍ବର ସମୟ ହେଉଛି ବାଳ-ଅବସ୍ଥାନ। ଯାହାକୁ ସଂସ୍କୃତରେ କୁହାଯାଏ ବାଲ୍ୟକାଳ। ବାଲ୍ୟକାଳର ଶେଷ ୪ ବର୍ଷକୁ ବହୁ ଆଲୋଚକ କିଶୋର-କାଳ ବୋଲି ମତ ଦେଇଛନ୍ତି। ୧୬ ବର୍ଷ ପରର କାଳକୁ ତରୁଣ କାଳ ମଧ୍ୟ କୁହାଯାଇଥାଏ। ୭୦ ବର୍ଷ ପରେ ମଣିଷର ବୃଦ୍ଧ କାଳ ବୋଲି ବିଚାର କରାଯାଏ।
ଯଉବନ କାଳରେ ମଣିଷ ଶରୀରରେ କେତେକ ବିଚାରଗତ ପରିବର୍ତ୍ତନ ହୁଏ। ୟାକୁ ସେ ସମୟର ଲକ୍ଷଣ ବୋଲି ସେହି କାଳକୁ ପାରି ହୋଇସାରିଥିବା ଆମେ ସଭିଏଁ ଅନୁଭବ କରୁଛେ। ସେ ସମୟରେ ଦେଖିବାର କଳାଟି ଭାରି ସରାଗପୂର୍ଣ୍ଣ ହୁଏ। ପୁରୀ ଭାଷାରେ ସରାଗିଆ ଚାହାଣି ବୋଲି କୁହାଯାଏ। ପୁରୁଷଟିଏ ହୋଇଥିଲେ ସ୍ବାଭାବିକ ପ୍ରକୃତି (ନାରୀ) ସହିତ ମିଶିବାକୁ ଅନ୍ତରର କେଉଁ ଅନ୍ଧାରିଆ କୋଣରେ ଇଚ୍ଛାଟିଏ ଉଙ୍କି ମାରେ। ପ୍ରକୃତି ହୋଇଥିଲେ ସେହିପରି ପୁରୁଷ ପ୍ରତି ସୃଷ୍ଟି ହୁଏ। ଉପଭୋଗର ଏକ ମୃଗତୃଷ୍ଣା ନିଛାଟିଆ ବେଳାରେ ବାଦଲ ଭଳି ମନ ଆକାଶରେ ଭାସିଯାଏ। ଖାଲି ସେତିକି ନୁହେଁ, ବଡ଼ବଡ଼ିଆମାନେ ମଣିଷର ଇନ୍ଦ୍ରିୟକୁ ହରିଣ ସହିତ ତୁଳନା କରିଛନ୍ତି। ସେହି ହରିଣଟି କେମିତି ଏକ ଲଗାମହୀନ ଭାବରେ ନିଜ ଇଚ୍ଛାରେ ସମ୍ରାଟ ହୋଇଯାଏ, ନିଜ ଭିତରେ ସେ ନିଜେ ଏକାଙ୍ଗ ଚକ୍ରବର୍ତ୍ତୀର ଭାବନାରେ ବୁଡ଼ିରୁହେ, ୟାକୁ ମହାଜନମାନେ ଭାରତୀୟ ଧାରାରେ ମୋହ ବୋଲି କହିଛନ୍ତି। ତାରୁଣ୍ୟର ମୋହ। ଏଇ ମୋହ ସାମାଜିକ ତଥା ପାରିବାରିକ ବନ୍ଧନ ଭିତରେ ଦିଗହୀନର ରୂପ ସହଜରେ ନେଇପାରେ ନାହିଁ। ଯଦି ଦୁଇଟି ଯାକ ବନ୍ଧନ ହୁଗୁଳା ଥାଏ, ତେବେ ଏହି ମୋହ ଦିଗଭାଙ୍ଗି କୂଳ ଲଘଂନ କରେ। ଜୀବନ ନଦୀରେ ଘାଇ ସୃଷ୍ଟି କରିଦିଏ। ୟାର ପ୍ରାଚୀନ ଉଦାହରଣଟିଏ ଦେଇଛନ୍ତି ମହାକବି ବାଣଭଟ୍ଟ। କାଦମ୍ବରୀ ଗଦ୍ୟ କାବ୍ୟରେ ଚନ୍ଦ୍ରାପୀରଙ୍କ ପ୍ରତି ଶୁପନାଶଙ୍କର ଉପଦେଶ ତାହାର ଜ୍ୱଳନ୍ତ ଉଦାହରଣ।
ବାସ୍ତବରେ ଯଉବନର ଲକ୍ଷଣ ହେଲା ଲାବଣ୍ୟ। ଏଇ ଲାବଣ୍ୟ ହିଁ ଆମର କାମ୍ୟ। ଲାବଣ୍ୟର ଉପାସକ ହେବା ସାଧନାର କଥା। ଲାବଣ୍ୟର ମୋହରେ ଆକାଶ କୁସୁମ ତୋଳିବାର ନକାରାତ୍ମକ ପ୍ରଚେଷ୍ଟା ମୂଳରୁ ଜୀବନଧାରାକୁ ବିଗିଡ଼େଇ ଦିଏ। ଦିନେ ବିଗିଡ଼େଇ ଦେଇଥିଲା ସଂସ୍କୃତ ମହାଭାରତ କାଳରେ ଉତ୍ତରାପଥର ଏକ ଯାତ୍ରୀ ବିଶେଷକୁ। ଯଉବନ କାଳରେ ଯଉବନ ପାପ କରିବାରୁ ସେମାନେ ପରିଚିତ ହୋଇଥିଲେ ଯବନ ଭାବରେ। ଏଠି ପାପର ବିଚାର ହୋଇଥିଲା ନିଷିଦ୍ଧ ଜନନେନ୍ଦ୍ରିୟ ସହିତ ସମ୍ପର୍କ ରଖିବା।
ବାସ୍ତବରେ ମହାପ୍ରଭୁଙ୍କ ନବଯୌବନ ଲୀଳା ଏକ ଲାବଣ୍ୟମୟ ଲୀଳା। ଦେଖିଲେ ମନ ଭରିଯାଏ। ପାଟିରୁ ବାହାରିଆସେ ଆ ହା! କି ଦିବ୍ୟରୂପ ଦର୍ଶନ ହେଲା। ଏଇ ଦିବ୍ୟ ଦର୍ଶନ ହିଁ ଉପଭୋଗର ମୃଗତୃଷ୍ଣାରୁ ମନକୁ ଅଜାଣତରେ ବାରଣ କରିନିଏ। ମୋହ ମୁକ୍ତ କରିଦିଏ ଚିତ୍ତକୁ। ବିପଥଗାମୀ ଇଚ୍ଛାକୁ ବାହୁଡ଼େଇ ଆଣେ। ଜୀବନ ନଦୀରେ ଆଉ ଘାଇ ସୃଷ୍ଟି ହୁଏ ନାହିଁ। ମଣିଷ ଯବନରେ ପରିଣତ ନ ହୋଇ ପାବନରେ ପରିଣତ ହୁଏ।
– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ…

ଶନିଙ୍କ ବକ୍ରୀ ଚଳନରେ ୩ ରାଶିଙ୍କ ପାଇଁ ବଢ଼ିପାରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା ସହ ଚାକିରି…

ବର୍ତ୍ତମାନ ଶନି ଗ୍ରହ ବକ୍ରୀ ଅବସ୍ଥାରେ ମୀନ ରାଶିରେ ରହିଛନ୍ତି। ଜ୍ୟୋତିଷ ମତ ଅନୁସାରେ, ଶନିଙ୍କ ଏହି ସ୍ଥିତି କିଛି ରାଶି ପାଇଁ ଚ୍ୟାଲେଞ୍ଜ ଆଣିପାରେ। ଶନିଙ୍କୁ…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଚେତିଲେ ଓଡ଼ିଶା ସରକାର: ମନ୍ତ୍ରୀ କହିଲେ ଭଙ୍ଗାଯିବ ଦୁର୍ବଳ କୋଠା

ଭୁବନେଶ୍ୱର, ୭।୯: ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଓଡ଼ିଶା ସରକାର ଦୁର୍ବଳ କୋଠାଗୁଡ଼ିକୁ ନେଇ ତତ୍ପର ହୋଇଛନ୍ତି। ରାଜ୍ୟରେ ଥିବା ଦୁର୍ବଳ ସରକାରୀ ଓ ବେସରକାରୀ କୋଠାଗୁଡ଼ିକୁ…

ଗଡକରୀଙ୍କ ବୟାନ ପରେ ରାଜନୀତିରେ ହଇଚଇ, ଭୋଟ୍ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୯: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ନାଗପୁରରେ ରବିବାର…

ଜିନପିଙ୍ଗଙ୍କ ଗସ୍ତ ପୂର୍ବରୁ କଠୋର ଆଭିମୁଖ୍ୟ ଗ୍ରହଣ କଲା ଭାରତ; ସୀମାରେ ଜାରି କଲା ଅଲଟିମେଟମ

ନୂଆଦିଲ୍ଲୀ,୭।୯: ଅରୁଣାଚଳ ପ୍ରଦେଶରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ରିପୋର୍ଟ ମଧ୍ୟରେ, ଭାରତ ବେଜିଂକୁ କଡ଼ା ଚେତାବନୀ ଦେଇଛି। ନୂଆଦିଲ୍ଲୀ ସ୍ପଷ୍ଟ କରିଛି ଯେ ଚାଇନା ସୈନ୍ୟବାହିନୀର ଏପରି…

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ: କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୭।୯: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri