ନବମ ସ୍ଥାନକୁ ଉଠିଲା ଭାରତ

ଓ୍ବାଶିଂଟନ/ବ୍ରାଜିଲିଆ/ନୂଆଦିଲ୍ଲୀ,୨୯ା୫: ଦିନ ଗଡ଼ୁଛି, ସଂଖ୍ୟା ବଢ଼ୁଛି। ଅସମ୍ଭାଳ ହେଲାଣି କରୋନା ସ୍ଥିତି। ବିଶ୍ୱର ୨୧୩ ଦେଶରେ ଏବେ ରାଜୁତି କରୁଛି କରୋନା ଭୂତାଣୁ। ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ିବା ସହ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି। ବିଶ୍ୱରେ ଏବେ ଭୂତାଣୁଜନିତ ମୃତ୍ୟୁସଂଖ୍ୟା ବଢ଼ି ୩,୫୮, ୩୨୯ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ୫୮,୨୮,୧୫୭କୁ ବୃଦ୍ଧିପାଇଛି। ଯଦିଓ ଏପର୍ଯ୍ୟନ୍ତ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ତଥାପି କରୋନାର ଉଗ୍ର ସଂକ୍ରମଣ ସ୍ଥିତି ଆତଙ୍କ ଖେଳାଇଛି। ବିଶ୍ୱର ସର୍ବାଧିକ ଆକ୍ରାନ୍ତ ତାଲିକାର ଶୀର୍ଷରେ ଆମେରିକା ଥିବାବେଳେ ଦ୍ୱିତୀୟରେ ବ୍ରାଜିଲ, ତୃତୀୟରେ ରୁଷିଆ ଅଛନ୍ତି। ଏହି ୩ ଦେଶରେ ସ୍ଥିତି ଏବେ ଭୟଙ୍କର ରହିଛି। ଭାରତରେ ଗତ କିଛିଦିନ ମଧ୍ୟରେ ଉଗ୍ର ସଂକ୍ରମଣ ସ୍ଥିତି ଦେଖାଦେବା ଫଳରେ ଗୁରୁବାର ତାଲିକାର ନବମ ସ୍ଥାନକୁ ଏହି ଦେଶ ଉତ୍ତୀର୍ଣ୍ଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୪,୫୬୮ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ନଜରକୁ ଆସିଛି। ଏହି ସମୟ ମଧ୍ୟରେ ଆମେରିକାରେ ୪ ହଜାର, ରୁଷିଆରେ ୮,୩୩୧ ମାମଲା ସାମ୍ନାକୁ ଆସିଛି।
ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ବଢ଼ି ୧,୦୨,୨୪୯ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧୭.୪୯ ଲକ୍ଷ ଟପିଲାଣି। ବ୍ରାଜିଲରେ ୪୧.୪ ଲକ୍ଷରୁ ଅଧିକ ଭୂତାଣୁ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୫,୬୯୭କୁ ବୃଦ୍ଧିପାଇଛି। ଏହା ପଛକୁ ରହିଛି ରୁଷିଆ। ଏଠାରେ ରୋଗୀସଂଖ୍ୟା ୩.୭୯ ଲକ୍ଷରୁ ଅଧିକ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୧୪୨ ରହିଛି। ସ୍ପେନ୍‌, ବ୍ରିଟେନ, ଇଟାଲୀ, ଫ୍ରାନ୍ସ ଓ ଜର୍ମାନୀ ପଛକୁ ଭାରତ ରହିଛି। ଏହିସବୁ ଦେଶଗୁଡ଼ିକରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୨.୮୩ ଲକ୍ଷ, ୨.୬୭ ଲକ୍ଷ, ୨.୩୧ ଲକ୍ଷ, ୧.୮୨ ଲକ୍ଷ, ୧.୮୨ ଲକ୍ଷ ଓ ୧.୬୩ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୪୨, ରୁଷିଆରେ ୧୭୪, ଜର୍ମାନୀରେ ୧୫ ଓ ଭାରତରେ ୧୧୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ତୁର୍କୀରେ ୧.୫୯ ଲକ୍ଷ, ଇରାନରେ ୧.୪୩ ଲକ୍ଷ, ପେରୁରେ ୧.୩୫ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମଣ ହୋଇଛନ୍ତି। ଏଥିସହ ବେଲଜିୟମରେ ୯,୩୮୮, ମେକ୍ସିକୋରେ ୮,୫୯୭, ନେଦରଲାଣ୍ଡ୍ସରେ ୫,୯୦୩, ସୁଇଡେନରେ ୪,୨୬୬ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri