ନବମ ସ୍ଥାନକୁ ଉଠିଲା ଭାରତ

ଓ୍ବାଶିଂଟନ/ବ୍ରାଜିଲିଆ/ନୂଆଦିଲ୍ଲୀ,୨୯ା୫: ଦିନ ଗଡ଼ୁଛି, ସଂଖ୍ୟା ବଢ଼ୁଛି। ଅସମ୍ଭାଳ ହେଲାଣି କରୋନା ସ୍ଥିତି। ବିଶ୍ୱର ୨୧୩ ଦେଶରେ ଏବେ ରାଜୁତି କରୁଛି କରୋନା ଭୂତାଣୁ। ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ିବା ସହ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି। ବିଶ୍ୱରେ ଏବେ ଭୂତାଣୁଜନିତ ମୃତ୍ୟୁସଂଖ୍ୟା ବଢ଼ି ୩,୫୮, ୩୨୯ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ୫୮,୨୮,୧୫୭କୁ ବୃଦ୍ଧିପାଇଛି। ଯଦିଓ ଏପର୍ଯ୍ୟନ୍ତ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ତଥାପି କରୋନାର ଉଗ୍ର ସଂକ୍ରମଣ ସ୍ଥିତି ଆତଙ୍କ ଖେଳାଇଛି। ବିଶ୍ୱର ସର୍ବାଧିକ ଆକ୍ରାନ୍ତ ତାଲିକାର ଶୀର୍ଷରେ ଆମେରିକା ଥିବାବେଳେ ଦ୍ୱିତୀୟରେ ବ୍ରାଜିଲ, ତୃତୀୟରେ ରୁଷିଆ ଅଛନ୍ତି। ଏହି ୩ ଦେଶରେ ସ୍ଥିତି ଏବେ ଭୟଙ୍କର ରହିଛି। ଭାରତରେ ଗତ କିଛିଦିନ ମଧ୍ୟରେ ଉଗ୍ର ସଂକ୍ରମଣ ସ୍ଥିତି ଦେଖାଦେବା ଫଳରେ ଗୁରୁବାର ତାଲିକାର ନବମ ସ୍ଥାନକୁ ଏହି ଦେଶ ଉତ୍ତୀର୍ଣ୍ଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୪,୫୬୮ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ନଜରକୁ ଆସିଛି। ଏହି ସମୟ ମଧ୍ୟରେ ଆମେରିକାରେ ୪ ହଜାର, ରୁଷିଆରେ ୮,୩୩୧ ମାମଲା ସାମ୍ନାକୁ ଆସିଛି।
ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ବଢ଼ି ୧,୦୨,୨୪୯ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧୭.୪୯ ଲକ୍ଷ ଟପିଲାଣି। ବ୍ରାଜିଲରେ ୪୧.୪ ଲକ୍ଷରୁ ଅଧିକ ଭୂତାଣୁ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୫,୬୯୭କୁ ବୃଦ୍ଧିପାଇଛି। ଏହା ପଛକୁ ରହିଛି ରୁଷିଆ। ଏଠାରେ ରୋଗୀସଂଖ୍ୟା ୩.୭୯ ଲକ୍ଷରୁ ଅଧିକ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୧୪୨ ରହିଛି। ସ୍ପେନ୍‌, ବ୍ରିଟେନ, ଇଟାଲୀ, ଫ୍ରାନ୍ସ ଓ ଜର୍ମାନୀ ପଛକୁ ଭାରତ ରହିଛି। ଏହିସବୁ ଦେଶଗୁଡ଼ିକରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୨.୮୩ ଲକ୍ଷ, ୨.୬୭ ଲକ୍ଷ, ୨.୩୧ ଲକ୍ଷ, ୧.୮୨ ଲକ୍ଷ, ୧.୮୨ ଲକ୍ଷ ଓ ୧.୬୩ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୪୨, ରୁଷିଆରେ ୧୭୪, ଜର୍ମାନୀରେ ୧୫ ଓ ଭାରତରେ ୧୧୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ତୁର୍କୀରେ ୧.୫୯ ଲକ୍ଷ, ଇରାନରେ ୧.୪୩ ଲକ୍ଷ, ପେରୁରେ ୧.୩୫ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମଣ ହୋଇଛନ୍ତି। ଏଥିସହ ବେଲଜିୟମରେ ୯,୩୮୮, ମେକ୍ସିକୋରେ ୮,୫୯୭, ନେଦରଲାଣ୍ଡ୍ସରେ ୫,୯୦୩, ସୁଇଡେନରେ ୪,୨୬୬ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri