ନବବଧୂଙ୍କୁ ନିର୍ଯାତନା ମାମଲା: ତିର୍ତ୍ତୋଲ ପୋଲିସ ବିରୋଧରେ ଏସ୍‌ପିଙ୍କୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୨ା୩: ତିର୍ତ୍ତୋଲ ଥାନା ଅଧୀନ ଦୋନ୍ଦୁଅ ଗ୍ରାମର ଜଣେ ନବ ବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇଥିବା ସମ୍ପର୍କିତ ମାମଲା ଭିନ୍ନ ମୋଡ ନେଇଛି। ପୀଡ଼ିତା ନବ ବିବାହିତା ତଥା ଏହି ଗାଁର ରୋହିତାଶ୍ୱ ନାୟକଙ୍କ ସ୍ତ୍ରୀ ମଧୁସ୍ମିତା ନାୟକ ତିର୍ତ୍ତୋଲ ପୋଲିସର ନିସ୍କ୍ରିୟତା ବିରୋଧରେ ବୁଧବାର ଏସ୍‌ପି ପ୍ରକାଶ ଆର୍‌ଙ୍କ ନିକଟରେ ଫେରାଦ ହୋଇଛନ୍ତି। ମଧୁସ୍ମିତାଙ୍କ ଅଭିଯୋଗ ଗ୍ରହଣ କରି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ୭ ଦିନ ଭିତରେ ରିପୋର୍ଟ ଦେବାକୁ ତିର୍ତ୍ତୋଲ ଆଇଆଇସିଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ବାସୁଦେବପୁରର ବଟକୃଷ୍ଣ ନାୟକଙ୍କ ଝିଅ ମଧୁସ୍ମିତା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ୧୬ା୨ା୨୦ରେ ରୋହିତାଶ୍ୱଙ୍କ ସହ ତାଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ଯୌତୁକ ବାବଦରେ ୧ ଲକ୍ଷ ଟଙ୍କା, ସୁନା ଗହଣା ୧୫ ଭରି, ରୂପା ଗହଣା ୧୦ ଭରି ସହ ଘରକରଣା ସାମଗ୍ରୀ ଦିଆଯାଇଥିଲା। ବାହାଘର ପରେ ସ୍ବାମୀ, ଶ୍ୱଶୂର, ଶାଶୁ, ଦେଢଶୂର, ଯାଆ, ନଣନ୍ଦ, ଦିଅରଙ୍କ ସମେତ ଜଣେ ପଡୋଶୀ ଅଧିକ ଯୌତୁକ ବାବଦ ଏକ ବାଇକ୍‌ ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଯେହେତୁ କମ ଦିନ ଭିତରେ ସେମାନଙ୍କ ବାହାଘର ହୋଇଥିଲା ଏବଂ ଯୌତୁକ ଦିଆଯାଇଥିଲା ତେଣୁ ତାଙ୍କ ବାପା ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। ପରେ ଶାଶୁଘର ଲୋକେ ନିର୍ଯାତନା ଆରମ୍ଭ କରି ଦେଇଥିଲେ। କଠୋର ଶାରୀରିକ ଓ ମାନସିକ ନିର୍ଯାତନା ଦେବାରୁ ମଧୁସ୍ମିତା ଅଣନିଃଶ୍ୱାସ ହୋଇ ପଡିଥିଲେ। ଏପରି କି ଟଙ୍କା ନ ମିଳିଲେ ହତ୍ୟା କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ସ୍ବାମୀ ରୋହିତାଶ୍ୱଙ୍କୁ ଅନ୍ୟତ୍ର ବିବାହ କରିଦେବାର ମଧ୍ୟ ଧମକ ଦିଆଯାଇଥିଲା। ପରେ ରୋହିତାଶ୍ୱଙ୍କୁ ଫେରାର କରି ଦିଆଯାଇଥିଲା। ସୌଭାଗ୍ୟ ୨୪ା୨ା୨୦ରେ ତାଙ୍କ ବାପା ଓ ଭାଇ ଶାଶୁ ଘରକୁ ବୁଲି ଯାଇଥିଲେ। କିନ୍ତୁ ସେମାନଙ୍କ ଉପସ୍ଥିତିରେ ମଧ୍ୟ ଶାଶୁଘର ଲୋକେ ମାଡ ମାରିଥିଲେ ବୋଲି ମଧୁସ୍ମିତା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ସେ ଏକଥା ମଧ୍ୟ ଦର୍ଶାଇଛନ୍ତି ଯେ, ଏଭଳି ପରିବେଶ ଦେଖି ବାପା ଓ ଭାଇ ତାଙ୍କୁ ସାଙ୍ଗରେ ନେଇଯିବାକୁ ଚାହିଁଥିଲେ। ଶାଶୁଘର ଲୋକେ ତାହା ମଧ୍ୟ କରିବାକୁ ଦେଲେନି। ତେଣୁ ବାଧ୍ୟ ହୋଇ ପୋଲିସ ସହାୟତାରେ ବାପା, ଭାଇଙ୍କ ସହ ସେ ବାପଘରକୁ ଯାଇଥିଲେ। ସେବେଠାରୁ ବାପଘରେ ରହୁଛନ୍ତି। ଏ ସମ୍ପର୍କରେ ସେ ଗତ ୨ ତାରିଖରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କଲାପରେ ପୋଲିସ ମାମଲା ସଂଖ୍ୟା ୭୫/୨୦ ରୁଜୁ କରିଥିଲା। କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ନ୍ୟାୟ ପାଇ ଥାନାକୁ ବାରମ୍ବାର ଧାଇଁ ନିରାଶ ହେଲା ପରେ ଶେଷରେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିବା ମଧୁସ୍ମିତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri