ନବଜାତ ଶିଶୁ ଇସାରାରେ କହିଥାନ୍ତି ନିଜ ସମସ୍ୟା

ନବଜାତ ଶିଶୁ କଥା କହିପାରି ନ ଥାନ୍ତି। ମାତ୍ର ସେମାନେ ନିଜର ଖୁସି ତଥା କଷ୍ଟକୁ ଇସାରାରେ ପ୍ରକାଶ କରିଥାନ୍ତି। ଶିଶୁ କାନ୍ଦିବାଠାରୁ ଆରମ୍ଭକରି ହାକୁଟିମାରିବା, ହାତ ପାଟିରେ ପୂରାଇବା ଆଦି କିଛି ସଙ୍କେତ ଦେଇଥାଏ। ତାହା କେବଳ ବୁଝିବାକୁ ହେବ ଯେ ଶିଶୁ କ’ଣ କହିବାକୁ ଚାହୁଁଛି। ଏହାଦ୍ୱାରା ଆପଣ ଶିଶୁର ସମସ୍ୟାକୁ ଅତି ସହଜରେ ଦୂର କରିପାରିବେ।

ଜାଣିବା ସେ ବିଷୟରେ:


ଶିଶୁ କାନ୍ଦିବା: ନବଜାତ ଶିଶୁ ସାଧାରଣତଃ କାନ୍ଦିଥାନ୍ତି। ତେବେ ଶିଶୁ କାନ୍ଦିବା ପଛରେ ଅନେକ କାରଣ ରହିଛି। ଯେମିତି କି ଭୋକ, ଡର ବା କଷ୍ଟ ଲାଗିବା ଆଦି। ମାତ୍ର ଶିଶୁକୁ କଷ୍ଟ ହେଲେ ସେମାନେ କାନ୍ଦିବା ସମୟରେ ଆଖି ବନ୍ଦ କରିଥାନ୍ତି। ହେଲେ ଭୋକ ହେଲେ ସେମାନେ ଆଖି ଖୋଲା ରଖି କାନ୍ଦିଥାନ୍ତି। ତେଣୁ ଶିଶୁର କାନ୍ଦିବା ପଛରେ କ’ଣ କାରଣ ରହିଛି ଆମକୁ ବୁଝିବାକୁ ହେବ।
ଜୋର୍‌ରେ ନିଃଶ୍ୱାସ-ପ୍ରଶ୍ୱାସ ନେବା: ନବଜାତ ଶିଶୁ ଜୋର୍‌ରେ ନିଃଶ୍ୱାସପ୍ରଶ୍ୱାସ ନେବା ପଛରେ ୨ଟି କାରଣ ରହିଛି। ଗୋଟିଏ ହେଉଛି ସେମାନେ ବହୁତ ଉତ୍ସାହିତ ଅଛନ୍ତି। ଅନ୍ୟଟି ହେଲା ଡରିଯାଇଛନ୍ତି। ଏହି ସମୟରେ ପିଲାକୁ ନିଜ ଛାତିରେ ଜାବୁଡ଼ି ଧରିବା ସହ ଇସାରାରେ ତା’ସହ କଥାବାର୍ତ୍ତା ହେବାକୁ ଚେଷ୍ଟା କରନ୍ତୁ।

ଗୋଡ଼କୁ ପେଟରେ ଲଗାଇ ରଖିବା: ବେଳେ ବେଳେ ଶିଶୁ ନିଜ ଗୋଡ଼କୁ ପେଟରେ ଲଗାଇ ଶୋଇଥାନ୍ତି। ଏହାର ଅର୍ଥ ଶିଶୁ ପାଚନ ସମସ୍ୟାରେ ପୀଡ଼ିତ ଥାଇପାରେ। ପେଟ ଦରଜ, କୋଷ୍ଠକାଠିନ୍ୟ ପରି ସମସ୍ୟା ହୋଇଥାଇ ପାରେ। ତେଣୁ ପିଲାକୁ କ୍ଷୀର ପିଆଇବା ପରେ ଏହି ଲକ୍ଷଣ ପୁନର୍ବାର ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

ଗୋଡ଼ ଉପରକୁ ଉଠାଇ ହଲାଇବା: ନବଜାତ ଶିଶୁ ଉପରକୁ ଗୋଡ଼କରି ହଲାଇବା ସାମାନ୍ୟ କଥା। ମାତ୍ର ଏହା ପଛରେ ମଧ୍ୟ କାରଣ ରହିଛି। ଶିଶୁ ଅଧିକ ଖୁସିରେ ଏପରି କରିଥାଏ। ବେଳେବେଳେ କାନ୍ଦିବା ସମୟରେ ମଧ୍ୟ ଉପରକୁ ଗୋଡ଼କରି କାନ୍ଦିଥାଏ। ଶିଶୁ ଉପରକୁ ଗୋଡ଼କରି କାନ୍ଦିବା ଅର୍ଥ ସେ କୌଣସି ଅସୁବିଧାରେ ଥାଇପାରେ। ସେ ପରିସ୍ରା କରି କାନ୍ଦୁଥାଇପାରେ। ତେଣୁ ତୁରନ୍ତ ଶିଶୁର ପ୍ୟାଣ୍ଟ ବଦଳାଇ ଦେବା ଉଚିତ। ଯଦି ଖୁସିରେ ଶିଶୁଟି ଏପରି କରୁଥାଏ ତେବେ ଏଥିପାଇଁ ଅଧିକ ପ୍ରୋତ୍ସାହିତ କରନ୍ତୁ। କାରଣ ଏପରି କରିବା ଦ୍ୱାରା ପିଲାର ଗୋଡ଼ର ମାଂସପେଶୀ ବିକଶିତ ହେବ।

କାନ ଟାଣିବା: ଶିଶୁ ବାରମ୍ବାର କାନ ଟାଣିବା ଅର୍ଥ ସେ କାନ ସମ୍ବନ୍ଧୀୟ କୌଣସି ସମସ୍ୟାରେ ପଡ଼ିଥାଇପାରେ।

ଆଖି ମଳିବା: ଅଧିକାଂଶ ସମୟରେ ଶିଶୁ ଥକିଗଲେ ଅବା ନିଦ ଲାଗିଲେ ଆଖି ମଳିଥାଏ। ହେଲେ ନିଦରୁ ଉଠିବା ପରେ ଯଦି ଶିଶୁ ଆଖି ମଳୁଥାଏ ତେବେ ଆପଣ ପରୀକ୍ଷା କରାଇଦିଅନ୍ତୁ। ବେଳେ ବେଳେ ଆଖିରେ କିଛି ପଡ଼ିଗଲେ ଅବା ସଂକ୍ରମଣ ଯୋଗୁ ଶିଶୁ ଏପରି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri