ନନ୍ଦିପଦା ଥାନା ଅଧିକାରୀଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ

ହାଟଡ଼ିହୀ, ୩୦।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ନନ୍ଦିପଦା ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ ମହାନ୍ତିଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଉପଢ଼ୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ ନନ୍ଦିପଦା ପୋଲିସର କାର୍ଯ୍ୟ ଦକ୍ଷତା ଓ ସଠିକ ଭାବେ ପୋଲିସ ନିଜର ଦାୟିତ୍ୱ ତୁଲାଇବାକୁ ପ୍ରଶଂସାକରି ସମ୍ବର୍ଦ୍ଧିତ କରିଥିବା ବିଧାୟକ ପ୍ରାର୍ଥୀ ସେଠୀ କହିଛନ୍ତି।
ସୂଚନା ଯୋଗ୍ୟ, ଏହି ଥାନା ଅଧୀନରେ ୧୦୮ଟି ଗ୍ରାମ ରହିଛି।