ନନ୍ଦପୁରରେ ସ୍ବାଧୀନତା ଦିବସ

ନନ୍ଦପୁର, ୧୫।୮(ଡି.ଏନ୍‌.ଏ.)-କୋରାପୁଟ ଜିଲା ନନ୍ଦପୁର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ନନ୍ଦପୁର ସଦର ମହକୁମାସ୍ଥିତ ସମସ୍ତ ବିଦ୍ୟାଳୟ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ, ଅଭିଭାବକ, ସମସ୍ତ କାର୍ଯ୍ୟାଳୟ କର୍ମଚାରୀ ସକାଳ ୯ଟାରେ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଏକତ୍ରିତ ହୋଇଥିଲେ। ସେଠାରେ ବ୍ଲକ ଅଧ୍ୟକ୍ଷ ମଧୁ ମୁଦୁଲି ପତାକା ଉତ୍ତାଳନ କରିଥିଲେ। ବିଡିଓ କୈଳାଶ ଚନ୍ଦ୍ର ଶିଆଳ, ସରପଞ୍ଚ ବାସୁଦେବ ଖରା, ପୂର୍ବତନ ସରପଞ୍ଚ ଜଗନ୍ନାଥ ପାଙ୍ଗୀଙ୍କ ସମେତ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।