ନନ୍ଦନକାନନ ପାଇଁ ଅଡ଼ୁଆ ସାଜିଛି ବାଉଁଶ ଗଛ

ବାରଙ୍ଗ,୩୧।୭(ଡି.ଏନ୍‌.ଏ.): ବାତ୍ୟା ପ୍ରକୋପରେ ଅର୍ଦ୍ଧାଧିକ ନଷ୍ଟ ହୋଇଥିବା ନନ୍ଦନକାନନ ଚତୁଃପାର୍ଶ୍ୱକୁ ଧୀରେ ଧୀରେ ସଜଡା ଯାଉଥିବାବେଳେ ଏବେ ଅଡୁଆ ସାଜିଛି ବାଉଁଶ ଗଛ। ଏହି ବାଉଁଶ ପତ୍ର ହଁି ଜୀବଜନ୍ତୁମାନଙ୍କ ପାଇଁ ବିପଦର କାରଣ ପାଲଟିଛି। ନନ୍ଦନକାନନରେ ଏତେ ପରିମାଣର ଥିବା ବାଉଁଶ ଗଛକୁ କାଟିବା ସମ୍ଭବପର ନ ଥିବାବେଳେ ଫନୀରେ ଭାଙ୍ଗି ଯାଇଥିବା ଗଛର ମୂଳ ଉପଡାଯାଉଛି। ଏହାସହ ଗଛର ତଳପାର୍ଶ୍ୱର ଡାଳଗୁଡ଼ିକକୁ କାଟି ଦିଆଯାଉଛି। ନନ୍ଦନକାନନର ପୂର୍ବାବସ୍ଥାକୁ ଫେରାଇବା ପାଇଁ ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ଗଛ ଅଣାଯାଇ ପରିସରରେ ଲଗାଯାଉଛି। ଏହାସହ ନଷ୍ଟ ହୋଇଯାଇଥିବା ବାଉଁଶ ଗଛଗୁଡିକ ଯେଭଳି ପଶୁପକ୍ଷୀଙ୍କ ପାଇଁ କୌଣସି କ୍ଷତି ନ ହେବ ସେଥିପ୍ରତି ଧ୍ୟାନ ରଖାଯାଉଛି। କାରଣ ଏହି ବାଉଁଶଗଛର ପତ୍ରଗୁଡିକ ତଳେ ପଡିବାପରେ ବର୍ଷାକାକରରେ ପଚି ଟିଙ୍କ ସୃଷ୍ଟି ହେଉଛି ବୋଲି ଜନ୍ତୁ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ତେଣୁ ଏନକ୍ଲୋଜରଗୁଡ଼ିକରେ ଥିବା ବାଉଁଶ ଗଛଗୁଡିକୁ ଉଞ୍ଛିବା କାର୍ଯ୍ୟରେ ଲାଗିପଡିଛି ଜନ୍ତୁବିଭାଗ। ଗତ ମାସରେ ଓୟୁଏଟିର କେତେକ ଅଧିକାରୀମାନେ ନନ୍ଦନକାନନ ପରିଦର୍ଶନରେ ଆସିଥିବାବେଳେ ବାଉଁଶ ଗଛ ନଷ୍ଟ ହେବା ପତ୍ରଗୁଡ଼ିକ ଝାଉଁଳି ପଡି ଦେଖି ଟିଙ୍କ ସୃଷ୍ଟି ହେବାର ଥିବାରୁ କର୍ତ୍ତୃପକ୍ଷଙ୍କୁ ଯଥାଶୀଘ୍ର ସଫାସୁତରା କରିବା ପାଇଁ ପରାମର୍ଶ ଦେଇଥିଲେ। ଅର୍ଦ୍ଧଭଗ୍ନାବସ୍ଥା ଓ ଶୋଇରହିଥିବା ବାଉଁଶଗଛଗୁଡିକୁ କାଟିବା ସହ ସମ୍ପୂର୍ଣ ଭାଙ୍ଗି ମୂଳଥିବା ଗଛଗୁଡିକୁ ମଧ୍ୟ ଉପୁଡାଯାଉଛି। ସବୁଦିନେ ଏନ୍‌କ୍ଲୋଜରଗୁଡିକ ସହ ଡିସପ୍ଲେଗୁଡିକର ଝାଡୁମରା ହେଉଥିବାବେଳେ ଏହି ଗଛଗୁଡିକର ମୂଳକୁ ଝାଡୁମାରିବାରେ ଅସୁବିଧା ସୃଷ୍ଟି ହୋଇଥାଏ। ତଳେ ପଡୁଥିତ୍ବା ପତ୍ରଗୁଡିକ ପଚି ଟିଙ୍କ ସୃଷ୍ଟି ହେବାରୁ ଏନକ୍ଲୋଜରରେ ରହୁଥିବା ପଶୁପକ୍ଷୀଙ୍କ ପାଇଁ ବିପଦର କାରଣ ସାଜିଥାଏ। କାରଣ ଏହି ପତ୍ର ସବୁ ସେମାନେ ଖାଇଦେଲେ କୌଣସି ରୋଗ ହେବାର ଆଶଙ୍କା ଥାଏ। ଏଣୁ ଏବେ ବିଭିନ୍ନ ବାଘ, ଏମୁ, ଅଷ୍ଟ୍ରିଜ ଆଦି ଏନକ୍ଲୋଜରରେ ଜନ୍ତୁ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କୁ ଏହି କାମରେ ଲଗାଯାଇଥିବାର ଦେଖିବାକୁ ମିଳିଛି। ଏ ସର୍ମ୍ପକରେ ଜନ୍ତୁ ବିଭାଗ ଦାୟିତ୍ୱରେ ଥିବା ଏସିଏଫ ଅଶୋକ କୁମାର ଦାସ କୁହନ୍ତି, ବାଉଁଶ ଗଛ ମୂଳରେ ଝାଡୁମାରିବା କଷ୍ଟ ହେଉଛି। ମୂଳରେ ପତ୍ରପଡି ବର୍ଷା ପାଣିରେ ପଚି ଟିଙ୍କର ବାହକ ସାଜୁଛନ୍ତି। ନନ୍ଦନକାନନରେ ବହୁ ବାଉଁଶଗଛ ଥିବାରୁ ସେସବୁକୁ କାଟିବା ସମ୍ଭବପର ନୁହେଁ। ତେଣୁ ଭାଙ୍ଗିଥିବା ଗଛର ମୂଳକୁ ଉପାଡିବା ସହ ଗଛସବୁକୁ ତଳପଟୁ ଉଞ୍ଛୁଡା ଯିବ, ଯେପରି ଓଳାଇବାରେ ଅସୁବିଧା ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଟାର୍ଗେଟ୍‌ରେ ରାଜଧାନୀ: ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ସତର୍କତା ଜାରି କରିଛନ୍ତି। ଗୋଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଲସ୍କର-ଏ-ତୋଇବା (LeT) ଆତଙ୍କବାଦୀମାନେ ଲାଲକିଲ୍ଲା…

ବୁଲେଟକୁ ଧକ୍କା ଦେଲା ବାଇକ: ଆଉ ତା’ପରେ…

ଭଞ୍ଜନଗର,୨୧।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସମ୍ମୁଖରେ ଶନିବାର ସକାଳେ ଏକ ବୁଲେଟ ଗାଡ଼ି ସହ ବାଇକ ମଧ୍ୟରେ ଧକ୍କା ହୋଇଛି।…

୫ ବର୍ଷ ବିତିଗଲା, ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି ଏମଏସଏମଇ ପାର୍କ

କେସିଙ୍ଗା,୨୧।୨(ତୁମେଶ୍ୱେର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କୁର୍ଲୁପଡାଗ୍ରାମସ୍ଥିତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟାନ (ଏମଏସଏମଇ) ନିର୍ମାଣ କରିବା ପାଇଁ ୧୨ କୋଟି ଟଙ୍କା…

ଜମିରେ ପଡ଼ିଛି ମୃତଦେହ, ଉପରେ ପଡ଼ିଛି ସାଇକେଲ, ହତ୍ୟା ଅଭିଯୋଗ ଆଣି…

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ବାରକୋଟ ଥାନା ଦଣ୍ଡାସିଂହା ଗ୍ରାମ ନିକଟ ରାସ୍ତାକଡ଼ରୁ ଏକ ମୃତଦେହ ଜବତ ହୋଇଛି। ମୃତକ ଦଣ୍ଡାସିଂହା ଗ୍ରାମର ଶଙ୍କର…

ଗାଁରେ ଭୂତ ଭୟ ଘଟଣା, ଜିଲା ପ୍ରଶାସନ ସଚେତନ…..

ରାୟଗଡ଼ା,୨୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

କିସ୍‌ ହଷ୍ଟେଲ୍‌ରୁ ମିଳିଲା ଜଣେ ଛାତ୍ରଙ୍କ ମୃତଦେହ: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ତ୍ରିନାଥ ମହାନ୍ତି):ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିସ୍‌(କଳିଙ୍ଗ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସୋସିିଆଲ ସାଇନ୍ସ)ରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ହେଲେ ଚନ୍ଦନ ସବର। ତାଙ୍କ…

ବାଇକକୁ ପିଟିଲା ଟ୍ରକ, ଚାପି ହୋଇ ବାଇକ ଆରୋହୀଙ୍କ ଜୀବନ ଗଲା

ବାଲେଶ୍ୱର, ୨୧।୨( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି…

ଧସିଲା ଜଳସେଚନ ବିଭାଗର ସର୍ବପୁରାତନ କେନାଲ ବ୍ରିଜ୍‌, ଯାତାୟାତ ଠପ୍‌

ଜୟପୁର,୨୧।୨(ପବନ ପାଣିଗ୍ରାହୀ): ଜଳସେଚନ ବିଭାଗର ଏହି ସର୍ବପୁରାତନ କେନାଲ ବ୍ରିଜ ଧସିଯାଇଛି । ଫଳରେ ଜୟପୁର ସହରରୁ ବାରିଣୀପୁଟ ପଞ୍ଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri