୫ ବର୍ଷ ବିତିଗଲା, ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି ଏମଏସଏମଇ ପାର୍କ

କେସିଙ୍ଗା,୨୧।୨(ତୁମେଶ୍ୱେର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କୁର୍ଲୁପଡାଗ୍ରାମସ୍ଥିତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟାନ (ଏମଏସଏମଇ) ନିର୍ମାଣ କରିବା ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆଜିକୁ ୫ବର୍ଷ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁ ନ ଥିବାରୁ ଜମି ହରାଇଥିବା ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜମି ହରାଇଥିବା ଚାଷୀଙ୍କୁ ଚାକିରି ଖଣ୍ଡେ ଦିଆ ଯିବ କହି କମ ମୂଲ୍ୟରେ ଜମି ଅଧିଗ୍ରହଣ କରାଯାଇଥିଲା।
ଗତ ୧୯୮୩ ମସିହାରେ ୧୫୦ଜଣ ଚାଷୀଙ୍କଠାରୁ ଜେକେ ପେପର ମିଲ ୧୮୦ଏକର ଜମି କମ ମୂଲ୍ୟରେ ଜମି ଅଧିଗ୍ରହଣ କରିଥିଲା। ଗତ ୧୯୮୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ପେପର ମିଲ ହେବା ପାଇ ଉଦଘାଟନ କରା ଯାଇଥିଲା। କିନ୍ତୁ ଜେକେ ପେପର ମିଲ ମାଲିକ ପେପେର ମିଲ ନ କରି ଗୁପ୍ତ ଭାବେ ୧୯୯୪-୯ ୫ମସିହାରେ ଇଡକୋ ଓଡ଼ିଶାକୁ ୧୮୦ଏକର ଜମି ବିକ୍ରି କରିଦେଲା। ଗତ ୨୦୦୭-୦୮ମସିହାରେ ଇଡକୋ ଓଡ଼ିଶା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବସ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ୧୨ଏକର ଜମି ବିକ୍ରି କରିଦେଲା। ଜମି ହରାଇଥିବା ଚାଷୀମାନେ ତତ୍କାଳୀନ ବିଜେଡି ସରକାରଙ୍କୁ ଚାକିରି ଖଣ୍ଡେ ଦେବା ପାଇ ଅଭିଯୋଗ କରିଥିଲେ। ଚାଷୀଙ୍କ ସମସ୍ୟାକୁ ଦୂର କରିବା ପାଇଁ ବିଜେଡି ସରକାର ଗତ ୨୦୦୦ମସିହାରେ ଏମଏସଏମଇ ପାର୍କ ନିର୍ମାଣ ପାଇଁ ଯୋଜନା କରିଥିଲେ।

ପ୍ରଥମେ କୁର୍ଲୁପଡ଼ା ଗ୍ରାମରେ ଥିବା ଅଧିଗ୍ରହଣ କରିଥିବା ଜମିରେ ଇଡକୋ ଓଡ଼ିଶା ବଲାଙ୍ଗିର ଶାଖା ପକ୍ଷରୁ ପ୍ରଥମେ ଟେଣ୍ଡର ଦ୍ୱାରା ୨ କୋଟି ବ୍ୟୟ ଅଟକରେ ୧୮୦ଏକର ଜମିରେ ଚତୁଃପାର୍ଶ୍ୱରେ ବାଡ଼ା ନିର୍ମାଣ କରାଗଲା। ପାର୍କ ନିର୍ମାଣ ପାଇଁ ୧୦କୋଟି ବ୍ୟାୟ ଅଟକଳରେ ଉକ୍ତ ଜମିରେ ୩ ଲାଇନ ବିଶିଷ୍ଟରେ ପିଚୁ ଓ ଡ୍ରେନ ନିର୍ମାଣ କରାଗଲା। କିନ୍ତୁ ଆଜକୁ ୫ ବର୍ଷ ବିତିଗଲା ସେହି ପାର୍କ ଅକାମୀ ହୋଇ ପଡ଼ିରହିଛି। ଜମି ଉପରେ କଣ୍ଟା ବୁଦା ଅନାବନା ଗଛ ହୋଇପଡ଼ିରହିଛି। ଜମି ହରାଇଥିବା ଚାଷୀମାନେ କେତେ ଆଶା ରଖିଥିଲେ ଯେ ଜମି ତ ଗଲା କିନ୍ତୁ ପେପର ମିଲ ହୋଇଥିଲେ ଚାକିରି ଖଣ୍ଡେ ମିଳିଥାନ୍ତା। ସେହି କାମ ବି ହେଲା ନାହିଁ। ଯଦି ପାର୍କ ନିର୍ମାଣ କରା ନ ଗଲେ ଚାଷୀଙ୍କ ଜମି ଫେରାଇ ଦିଆ ଯାଉ ବୋଲି ଚାଷୀ ଦାବି କରୁଛନ୍ତି। ଯଦି କାର୍ଯ୍ୟ କାରି କରା ନ ଗଲେ ଜାତୀୟ ରାଜପଥ ୨୬ରେ ରାସ୍ତାରୋକୋ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଭାଜପା ସରକାର ଅଛି। ଏହି ପାର୍କ ନିର୍ମାଣ ରାଜ୍ୟ ସରକାର ଦୃଷ୍ଟି ଦେଲେ ଅଞ୍ଚଳବାସୀ ଉପକୃତ ହୁଅନ୍ତେ। ପାର୍କ ନିର୍ମାଣ କରିବା କେସିଙ୍ଗା ଅଞ୍ଚଳର ଶିଳ୍ପ ଉଦ୍ୟୋଗୀମାନେ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଦେଇ ପାର୍କ ନିର୍ମାଣ କରିବା ପାଇଁ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଇଡକୋ ଓଡ଼ିଶା ବଲାଙ୍ଗିର ଶାଖାର ଯନ୍ତ୍ରୀ ଆଲୋକ ରଞ୍ଜନ ବାଇଙ୍କୁ ପଚାରିବାରୁ ସରକାର ବଦଳିଛି। ଏପର୍ଯ୍ୟନ୍ତ କିଛି ଆଦେଶ ଆସିନାହିଁ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri