ନନ୍ଦନକାନନରେ ହେବ ମଇଳାପାଣି ବିଶୋଧନ ପ୍ରକଳ୍ପ

ବାରଙ୍ଗ, ୨୬।୭(ଡି.ଏନ୍‌.ଏ.) : ରାଜ୍ୟର ଏକମାତ୍ର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପରିସରକୁ କର୍ତ୍ତୃପକ୍ଷ ପ୍ରଦୂଷଣମୁକ୍ତ ରଖିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ନନ୍ଦନକାନନରୁ ପ୍ରତିଦିନ ବାହାରୁଥିବା ମଇଳାପାଣିକୁ ବିଶୋଧନ କରିବା ପାଇଁ ୫ଟି ପ୍ରକଳ୍ପ ଆରମ୍ଭ ହେବ। ଫଳରେ ବିଭିନ୍ନ ଏନ୍‌କ୍ଲୋଜରରୁ ବାହାରୁଥିବା ମଇଳାପାଣି ଓ ନର୍ଦ୍ଦମାପାଣିକୁ ବିଶୋଧନ କରାଯାଇ ପୁଣି ତାକୁ ବ୍ୟବହାର ଉପଯୋଗୀ କରାଯିବ। ଏଥିପାଇଁ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜାଗା ଚିହ୍ନଟ ସରିଥିବାବେଳେ ଟେଣ୍ଡର ପ୍ରକିୟାକୁ ଅପେକ୍ଷା।
୧କୋଟି ବ୍ୟୟବରାଦରେ ୫ଟି ପ୍ରକଳ୍ପ ଶରୀସୃପଉଦ୍ୟାନ, ଜଳଚର ବିହଙ୍ଗସରଣୀ, ଡାକ୍ତରଖାନା, ହାତୀସଫାରୀ ଓ ଲେବରକଲୋନୀ ପାଖରେ କରାଯିବ। ଶରୀସୃପ ଉଦ୍ୟାନ ଓ ଜଳଚର ବିହଙ୍ଗସରଣୀରେ ଥିବା ଜୀବଜନ୍ତୁଙ୍କ ଏନ୍‌କ୍ଲୋଜରରୁ ବାହାରୁଥିବା ମଇଳାପାଣି ଯାଇ କାଞ୍ଜିଆ ହ୍ରଦରେ ମିଶୁଥିଲା। ସେହିଭଳିଭାବେ ଡାକ୍ତରଖାନା, ହାତୀସଫାରୀ ଓ ଲେବରକଲୋନୀର ମଇଳା ଓ ନର୍ଦ୍ଦମା ପାଣି ସବୁ ଯାଇ ବଡବାଙ୍କରେ ପଡୁଥିଲା। ଏହି ମଇଳା ଓ ଅପରିଷ୍କାର ପାଣି ସବୁ ଗୋଟିଏ ଏନକ୍ଲୋଜରରୁ ବାହାରି ଯାଉଥିବାବେଳେ ବାଟରେ ଥିବା ବିଭିନ୍ନ ଏନକ୍ଲୋଜର ଦେଇ ଗତି କରୁଥିଲା। ଫଳରେ ପଶୁପକ୍ଷୀମାନଙ୍କ ଉପରେ ଏହାର ପ୍ରଭାବ ପଡୁଥିଲା। ଏହି ପ୍ରଦୁଷିତ ଜଳ କାଞ୍ଜିଆରେ ମିଶିବାଦ୍ୱାରା କାଞ୍ଜିଆ ପ୍ରଦୂଷିତ ହେଉଥିଲା। କାଞ୍ଜିଆ କର୍ତ୍ତୃପକ୍ଷ ବିଶୋଧନ କରି କେତେକ ଏନ୍‌କ୍ଲୋଜରରେ ଥିବା ପଶୁପକ୍ଷୀଙ୍କୁ ଯୋଗାଉଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ କାଞ୍ଜିଆର ସୁଦ୍ଧତା ବଜାୟ ରହିବ। ଏହା ସହ ପ୍ରଦୂଷିତ ପାଣି ପରିଷ୍କାର ହୋଇ ପୁଣି ବ୍ୟବହାର ଉପଯୋଗୀ ହୋଇପାରିବ।
ମଇଳାପାଣି ପରେ ମାଂସାଶୀ ପ୍ରାଣୀମାନଙ୍କ ପାଇଁ ଆସୁଥିବା ମଇଁଶି ମାଂସ ପ୍ରଦୂଷଣର ଅନ୍ୟଏକ କାରଣ। ପରିସରରେ ଥିବା ସ୍ଲଟରହାଉସରେ ଠିକାଦାର ଆଣୁଥିବା ମଂଇଶୀମାନଙ୍କୁ ମାରିଦେବାପରେ ସେମାନଙ୍କ ହାଡ, ଅନ୍ତବୁଜୁଳା, ପୁଟା ଭଳି ଅଦରକାରୀ ଜିନିଷସବୁ ସ୍ଲଟର ହାଉସଠାରୁ ଅଳ୍ପଦୂରରେ ପଡ଼ୁଛି। ସେହିଭଳିଭାବେ ମାଂସାସୀ ପ୍ରାଣୀଙ୍କୁ ଦିଆଯାଉଥିବା ମାଂସ ଗୁଡିକରୁ ବଞ୍ଚୁଥିବା ବଳକା ଖାଦ୍ୟ ସବୁକୁ ଗୋଟେ ଜାଗାରେ ଏକାଠିକରି ରଖିବାଦ୍ୱାରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ମୃତ୍ୟୁବରଣ କରୁଥିବା ପଶୁପକ୍ଷୀଙ୍କୁ କାଠ ସାହାଯ୍ୟରେ ପୋଡାଯାଉଥିଲେ ମଧ୍ୟ ବଳକା ଓ ଅଦରକାରୀ ସାମଗ୍ରୀଗୁଡିକ ଗଚ୍ଛିତ ରହିବାଦ୍ୱାରା ପରିବେଶ ଉପରେ ଏହାର ପ୍ରଭାବ ପଡୁଛି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଡିଜେଲଚୂଲା ବ୍ୟବହାର କରିବାକୁ ଯାଉଛନ୍ତି। ପ୍ରାୟ୬୦ଲକ୍ଷ ଟଙ୍କା ବ୍ୟୟରେ ୨ଟି ଚୁଲା ହେବ। ବଡ ଚୂଲାଟି ସ୍ଲଟରହାଉସ ପାଖରେ ବସିବା ସହ ଛୋଟ ଚୂଲାଟି ୧୦ନଂ ଫାଟକ ପାଖରେ ବସିବାକୁ ସିଦ୍ଧାନ୍ତ ହୋଇଛି। ମୃତ୍ୟୁବରଣ କରୁଥିବା ପଶୁପକ୍ଷୀଙ୍କୁ ଏହି ଡିଜେଲଚୂଲା ମାଧ୍ୟମରେ ଦାହ କରିବାସହ ବଳକା ରହୁଥିବା ହାଡ, ଅନ୍ତବୁଜୁଳା, ପୁଟା ଆଦିକୁ ଏହି ଚୁଲାଦ୍ୱାରା ପୋଡାଯିବ। ଏ ସର୍ମ୍ପକରେ ନନ୍ଦନକାନନ ପର୍ଯ୍ୟଟକ ଦାୟିତ୍ୱରେ ଥିବା ଏସିଏଫ ଅମୁଲ୍ୟ କୁମାର ପରିଡାଙ୍କୁ ପଚାରିବାରୁ ନନ୍ଦନକନାନର ପରିବେଶ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ସବୁବେଳେ ଉଦ୍ୟମ କରୁଛନ୍ତି। ଏହି ଦୁଇଟି ଯୋଜନା ଖୁବ୍‌ ଶୀଘ୍ର ନନ୍ଦନକାନନରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି କାମ ପାଇଁ ଟେଣ୍ଡର ପକ୍ରିୟା ସରିଛି। ଏହାଦ୍ୱାରା ଚିରଶ୍ରୋତା କାଞ୍ଜିଆ ହ୍ରଦର ଜଳରାଶି ନିର୍ମଳ ରହିବା ସହ ପଶୁପକ୍ଷୀମାନଙ୍କ ଉପରେ ପ୍ରଭାବଶୂନ୍ୟ ରହିବ। ଅନ୍ୟପଟେ ମାଂସାସୀ ପ୍ରାଣୀମାନଙ୍କର ବଳକା ଖାଦ୍ୟକୁ ମଧ୍ୟ ପୋଡିଦିଆଯିବ। ନନ୍ଦନକାନନ ପକ୍ଷରୁ ବଞ୍ଚୁଥିବା ହାଡଗୁଡିକୁ ବର୍ଷକୁ ପ୍ରାୟ୨ଥର ନିଲାମ କରାଯାଉଛି। ହେଲେ ସେଗୁଡିକୁ ଏବେ ପୋଡାଯିବାଦ୍ୱାରା ଦୁର୍ଗନ୍ଧମୟ ବାତାବରଣରୁ ମୁକ୍ତିମିଳିବ। ଏଥିସହ ସହ ପରିବେଶ ସୁରକ୍ଷାରେ ଏହା ସହାୟକ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri