ନନ୍ଦନକାନନରେ ହେବ ମଇଳାପାଣି ବିଶୋଧନ ପ୍ରକଳ୍ପ

ବାରଙ୍ଗ, ୨୬।୭(ଡି.ଏନ୍‌.ଏ.) : ରାଜ୍ୟର ଏକମାତ୍ର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପରିସରକୁ କର୍ତ୍ତୃପକ୍ଷ ପ୍ରଦୂଷଣମୁକ୍ତ ରଖିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ନନ୍ଦନକାନନରୁ ପ୍ରତିଦିନ ବାହାରୁଥିବା ମଇଳାପାଣିକୁ ବିଶୋଧନ କରିବା ପାଇଁ ୫ଟି ପ୍ରକଳ୍ପ ଆରମ୍ଭ ହେବ। ଫଳରେ ବିଭିନ୍ନ ଏନ୍‌କ୍ଲୋଜରରୁ ବାହାରୁଥିବା ମଇଳାପାଣି ଓ ନର୍ଦ୍ଦମାପାଣିକୁ ବିଶୋଧନ କରାଯାଇ ପୁଣି ତାକୁ ବ୍ୟବହାର ଉପଯୋଗୀ କରାଯିବ। ଏଥିପାଇଁ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜାଗା ଚିହ୍ନଟ ସରିଥିବାବେଳେ ଟେଣ୍ଡର ପ୍ରକିୟାକୁ ଅପେକ୍ଷା।
୧କୋଟି ବ୍ୟୟବରାଦରେ ୫ଟି ପ୍ରକଳ୍ପ ଶରୀସୃପଉଦ୍ୟାନ, ଜଳଚର ବିହଙ୍ଗସରଣୀ, ଡାକ୍ତରଖାନା, ହାତୀସଫାରୀ ଓ ଲେବରକଲୋନୀ ପାଖରେ କରାଯିବ। ଶରୀସୃପ ଉଦ୍ୟାନ ଓ ଜଳଚର ବିହଙ୍ଗସରଣୀରେ ଥିବା ଜୀବଜନ୍ତୁଙ୍କ ଏନ୍‌କ୍ଲୋଜରରୁ ବାହାରୁଥିବା ମଇଳାପାଣି ଯାଇ କାଞ୍ଜିଆ ହ୍ରଦରେ ମିଶୁଥିଲା। ସେହିଭଳିଭାବେ ଡାକ୍ତରଖାନା, ହାତୀସଫାରୀ ଓ ଲେବରକଲୋନୀର ମଇଳା ଓ ନର୍ଦ୍ଦମା ପାଣି ସବୁ ଯାଇ ବଡବାଙ୍କରେ ପଡୁଥିଲା। ଏହି ମଇଳା ଓ ଅପରିଷ୍କାର ପାଣି ସବୁ ଗୋଟିଏ ଏନକ୍ଲୋଜରରୁ ବାହାରି ଯାଉଥିବାବେଳେ ବାଟରେ ଥିବା ବିଭିନ୍ନ ଏନକ୍ଲୋଜର ଦେଇ ଗତି କରୁଥିଲା। ଫଳରେ ପଶୁପକ୍ଷୀମାନଙ୍କ ଉପରେ ଏହାର ପ୍ରଭାବ ପଡୁଥିଲା। ଏହି ପ୍ରଦୁଷିତ ଜଳ କାଞ୍ଜିଆରେ ମିଶିବାଦ୍ୱାରା କାଞ୍ଜିଆ ପ୍ରଦୂଷିତ ହେଉଥିଲା। କାଞ୍ଜିଆ କର୍ତ୍ତୃପକ୍ଷ ବିଶୋଧନ କରି କେତେକ ଏନ୍‌କ୍ଲୋଜରରେ ଥିବା ପଶୁପକ୍ଷୀଙ୍କୁ ଯୋଗାଉଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ କାଞ୍ଜିଆର ସୁଦ୍ଧତା ବଜାୟ ରହିବ। ଏହା ସହ ପ୍ରଦୂଷିତ ପାଣି ପରିଷ୍କାର ହୋଇ ପୁଣି ବ୍ୟବହାର ଉପଯୋଗୀ ହୋଇପାରିବ।
ମଇଳାପାଣି ପରେ ମାଂସାଶୀ ପ୍ରାଣୀମାନଙ୍କ ପାଇଁ ଆସୁଥିବା ମଇଁଶି ମାଂସ ପ୍ରଦୂଷଣର ଅନ୍ୟଏକ କାରଣ। ପରିସରରେ ଥିବା ସ୍ଲଟରହାଉସରେ ଠିକାଦାର ଆଣୁଥିବା ମଂଇଶୀମାନଙ୍କୁ ମାରିଦେବାପରେ ସେମାନଙ୍କ ହାଡ, ଅନ୍ତବୁଜୁଳା, ପୁଟା ଭଳି ଅଦରକାରୀ ଜିନିଷସବୁ ସ୍ଲଟର ହାଉସଠାରୁ ଅଳ୍ପଦୂରରେ ପଡ଼ୁଛି। ସେହିଭଳିଭାବେ ମାଂସାସୀ ପ୍ରାଣୀଙ୍କୁ ଦିଆଯାଉଥିବା ମାଂସ ଗୁଡିକରୁ ବଞ୍ଚୁଥିବା ବଳକା ଖାଦ୍ୟ ସବୁକୁ ଗୋଟେ ଜାଗାରେ ଏକାଠିକରି ରଖିବାଦ୍ୱାରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ମୃତ୍ୟୁବରଣ କରୁଥିବା ପଶୁପକ୍ଷୀଙ୍କୁ କାଠ ସାହାଯ୍ୟରେ ପୋଡାଯାଉଥିଲେ ମଧ୍ୟ ବଳକା ଓ ଅଦରକାରୀ ସାମଗ୍ରୀଗୁଡିକ ଗଚ୍ଛିତ ରହିବାଦ୍ୱାରା ପରିବେଶ ଉପରେ ଏହାର ପ୍ରଭାବ ପଡୁଛି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଡିଜେଲଚୂଲା ବ୍ୟବହାର କରିବାକୁ ଯାଉଛନ୍ତି। ପ୍ରାୟ୬୦ଲକ୍ଷ ଟଙ୍କା ବ୍ୟୟରେ ୨ଟି ଚୁଲା ହେବ। ବଡ ଚୂଲାଟି ସ୍ଲଟରହାଉସ ପାଖରେ ବସିବା ସହ ଛୋଟ ଚୂଲାଟି ୧୦ନଂ ଫାଟକ ପାଖରେ ବସିବାକୁ ସିଦ୍ଧାନ୍ତ ହୋଇଛି। ମୃତ୍ୟୁବରଣ କରୁଥିବା ପଶୁପକ୍ଷୀଙ୍କୁ ଏହି ଡିଜେଲଚୂଲା ମାଧ୍ୟମରେ ଦାହ କରିବାସହ ବଳକା ରହୁଥିବା ହାଡ, ଅନ୍ତବୁଜୁଳା, ପୁଟା ଆଦିକୁ ଏହି ଚୁଲାଦ୍ୱାରା ପୋଡାଯିବ। ଏ ସର୍ମ୍ପକରେ ନନ୍ଦନକାନନ ପର୍ଯ୍ୟଟକ ଦାୟିତ୍ୱରେ ଥିବା ଏସିଏଫ ଅମୁଲ୍ୟ କୁମାର ପରିଡାଙ୍କୁ ପଚାରିବାରୁ ନନ୍ଦନକନାନର ପରିବେଶ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ସବୁବେଳେ ଉଦ୍ୟମ କରୁଛନ୍ତି। ଏହି ଦୁଇଟି ଯୋଜନା ଖୁବ୍‌ ଶୀଘ୍ର ନନ୍ଦନକାନନରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି କାମ ପାଇଁ ଟେଣ୍ଡର ପକ୍ରିୟା ସରିଛି। ଏହାଦ୍ୱାରା ଚିରଶ୍ରୋତା କାଞ୍ଜିଆ ହ୍ରଦର ଜଳରାଶି ନିର୍ମଳ ରହିବା ସହ ପଶୁପକ୍ଷୀମାନଙ୍କ ଉପରେ ପ୍ରଭାବଶୂନ୍ୟ ରହିବ। ଅନ୍ୟପଟେ ମାଂସାସୀ ପ୍ରାଣୀମାନଙ୍କର ବଳକା ଖାଦ୍ୟକୁ ମଧ୍ୟ ପୋଡିଦିଆଯିବ। ନନ୍ଦନକାନନ ପକ୍ଷରୁ ବଞ୍ଚୁଥିବା ହାଡଗୁଡିକୁ ବର୍ଷକୁ ପ୍ରାୟ୨ଥର ନିଲାମ କରାଯାଉଛି। ହେଲେ ସେଗୁଡିକୁ ଏବେ ପୋଡାଯିବାଦ୍ୱାରା ଦୁର୍ଗନ୍ଧମୟ ବାତାବରଣରୁ ମୁକ୍ତିମିଳିବ। ଏଥିସହ ସହ ପରିବେଶ ସୁରକ୍ଷାରେ ଏହା ସହାୟକ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?