ନନ୍ଦନକାନନରେ ହାତୀ ମୃତ୍ୟୁକୁ ନେଇ ବୈଷୟିକ କମିଟିର ବୈଠକ, ଚିକିତ୍ସା ପଦ୍ଧତିକୁ କଲେ ତର୍ଜମା

ବାରଙ୍ଗ,୨୨।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଗତ କିଛିଦିନ ମଧ୍ୟରେ ଲଗାତର ହାତୀ ମୃତ୍ୟୁ ହେଉଥିବାରୁ ଏହାର ମୁଖ୍ୟ କାରଣ ଖୋଜିବା ପାଇଁ ଶନିବାର ବୈଷୟିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନନ୍ଦନକାନନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଟିମର ଅଧ୍ୟକ୍ଷ ଡ.ଏସ୍‌.କେ.ରାୟଙ୍କ ସଭାପତିତ୍ୱରେ ଡ.ଏଲ.ଏନ. ଆଚାର୍ଯ୍ୟ, ଡ.ଜେ.ଏନ.ମହାନ୍ତି, ନିର୍ଦ୍ଦେଶକ ଶଶିପଲ, ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ନନ୍ଦନକାନନର ତିନିଜଣ ଡାକ୍ତରଙ୍କ ସହ ଜନ୍ତୁ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ବୈଷୟିକ କମିଟିର ସଦସ୍ୟମାନେ ଡାକ୍ତରମାନଙ୍କର ଚିକିତ୍ସା ପ୍ରଣାଳୀ ଉପରେ ତର୍ଜମା କରିଥିଲେ। ନନ୍ଦନକାନନରେ ଥିବା ଅନ୍ୟ ୪ ହାତୀଙ୍କର ରକ୍ତନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ଅଧିକ କ’ଣ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେନେଇ ମଧ୍ୟ ପଚାରି ବୁଝିଥିଲେ। ଶେଷରେ ଅଧ୍ୟକ୍ଷ ରାୟ ଖବରଦାତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତରରେ କହିଥିଲେ, ଭାଇରସକୁ ରୋକାଯିବା ପାଇଁ ଆସାମ, କେରଳର ଏକ ବିଶେଷଜ୍ଞ ଟିମକୁ ଡକାଯିବାର ବ୍ୟବସ୍ଥା କରାଯାଉଛି। ନନ୍ଦନକାନନରେ ଏବେ ୪ଟି ହାତୀ ମଧ୍ୟରେ ସବୁଠାରୁ ଛୋଟହାତୀ ମାମାର ବୟସ ୨ବର୍ଷ ଓ ହୀରାର ବୟସ ୨୧ବର୍ଷ। ଯଦିଓ ଏହି ଭୁତାଣୁ ଛୋଟ ହାତୀମାନଙ୍କୁ ଆକ୍ରାନ୍ତ କରିଥାଏ ତଥାପି ନନ୍ଦନକାନନ ପକ୍ଷରୁ ହୀରା ଓ ମାମା ସମେତ ସମସ୍ତ ହାତୀ ଉପରେ ସର୍ତକ ଦୃଷ୍ଟି ରଖାଯାଇଛି। ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି, ଜୁଲି ମଲାପରଠାରୁ ଆମେ ଆମେରିକାର ସ୍ମିଥସୋନିଆନ୍‌ସ ଜୁ ଓ ରିସର୍ଚ୍ଚ ସେଣ୍ଟର, ଆସାମର ହର୍ପିସ ଗବେଷଣା କେନ୍ଦ୍ର ଓ କେରଳର ଜଙ୍ଗଲ ବିଭାଗ ସହ ଯୋଗାଯୋଗରେ ରହିଛୁ। ସମସ୍ତ ହାତୀମାନଙ୍କୁ ଆଣ୍ଟିଭାଇରାଲ ଡୋଜ ଦିଆଯିବା ସହ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ଶନିବାର ହର୍ପିସ ଭୁତାଣୁର ଲକ୍ଷଣ କୌଣିସ ହାତୀ କ୍ଷେତ୍ରରେ ଦେଖିବାକୁ ମିଳି ନାହିଁ। ଅନ୍ୟପଟେ ମୃତ୍ୟୁବରଣ କରିଥିବା ଜୁଲି, ଚନ୍ଦନ, ଗୌରୀ, କମଳାର ମାହୁନ୍ତ ଅର୍ଜୁନ ଖମାରୀ, ଧିରେନ ସାମଲ, ପ୍ରଦୀପ୍ତ ବାଗ, ରବୀନ୍ଦ୍ରନାଥ ଭୋଇଙ୍କୁ ହାତୀସଫାରୀର ହାତୀଶାଳକୁ ନ ଯିବାକୁ ଡାକ୍ତରମାନେ ଶନିବାର ମନାକରିବାକୁ ନେଇ ମାହୁନ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…

ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ

ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ସ୍ତ୍ରୀ ଚରିତ୍ରକୁ ସନ୍ଦେହ କଲେ ସ୍ବାମୀ, ଝଗଡା ପରେ ଛୁରି ଭୁଷିଦେଲେ

ଭୁବନେଶ୍ୱର,୧୬।୪(ତ୍ରିନାଥ ମହାନ୍ତି): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଛୁରୀ ମାଡ଼ କରିଛନ୍ତି । ଫଳରେ ସ୍ତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି…

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଧକ୍କା ଦେଲା ମୋଟର ସାଇକେଲ୍, ତା’ପରେ…

ବନ୍ତ,୧୭।୪(କିଶୋର କୁମାର ସେଠୀ):  ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଜାମିତୀରା ଛକ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ୫୩ ନମ୍ବର…

ଓଏଏସ୍‌ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୧୭।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ, କ୍ଷତିପୂରଣ ଦାବିରେ ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତାରୋକୋ

ଖୋର୍ଦ୍ଧା/ନିରାକାରପୁର,୧୭।୪(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ) : ଟାଙ୍ଗୀ ରେଞ୍ଜ ନିଧିପୁର ଗାଁରେ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri