ନନ୍ଦନକାନନରେ ଚନ୍ଦନର ମୃତ୍ୟୁ

ବାରଙ୍ଗ,୧୫।୯(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନର ହାତୀସଫାରୀରେ ଥିବା ୧୦ ବର୍ଷର ହାତୀ ଚନ୍ଦନର ଶନିବାର ରାତିରେ ମୃତ୍ୟୁ ଘଟିଛି। ଗତ ୩ ଦିନ ତଳେ ଚନ୍ଦନ ଅସୁସ୍ଥ ହୋଇପଡ଼ିଥିଲା। ସେ ଥଣ୍ଡା ସହ ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଥିଲା। ଚନ୍ଦନ ୪ ମାସର ହୋଇଥିବା ବେଳେ ମା’କୁ ହରାଇ ଚନ୍ଦକା ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିଲା।ତେବେ ଚନ୍ଦନର ମୃତ୍ୟୁ ପରେ ନନ୍ଦନକାନରେ ହାତୀ ସଂଖ୍ୟା ହ୍ରାସପାଇ ୬ରେ ପହଞ୍ଚିଛି।