ନନ୍ଦନକାନନରେ ଖୁସି ଖବର: ନୀଳଗିରି ଲାଙ୍ଗୁରର ଶାବକ ଜନ୍ମ

ନରାଜ,୧।୬(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୁକ୍ରବାର ଡାଇରିଆ ରୋଗରେ ଆକ୍ରାନ୍ତ ହୋଇ ଅଣ୍ଡିରା ନୀଳଗିରି ଲାଙ୍ଗୁରର ମୃତ୍ୟୁ ଘଟିଥିଲା। ତେବେ ଏକାକି ଥିବା ମାଇ ନୀଳଗିରି ଲାଙ୍ଗୁର ଶନିବାର ଏକ ଶାବକ ଜନ୍ମ ଦେଇଛି। ଶାବକଟିର ଲିଙ୍ଗ ନିରୂପଣ ହୋଇ ନ ଥିବା ବେଳେ ଏହି ପ୍ରଜାତିର ନୀଳଗିରି ଲାଙ୍ଗୁର ସଂଖ୍ୟା ୨ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ୨୬ ସେପ୍ଟେମ୍ବର ୨୦୧୭ରେ ଆରିଗିନାର ଆନ୍ନା ଜୁଲୋଜିକାଲ ପାର୍କ ଚେନ୍ନାଇରୁ ୧୭ ବର୍ଷ ବୟସ ଅଣ୍ଡିରା ନୀଳଗିରି ଲାଙ୍ଗୁର ବାନରକୁ ତା’ର ସାଥି ସହ ନନ୍ଦନକାନନକୁ ଅଣାଯାଇଥିଲା। ମାତ୍ର ଡାଇରିଆ ସହ ପ୍ରବଳ ଜ୍ୱରରେ ପୀଡ଼ିତ ଥିବା ଯୋଗୁ ଅଣ୍ଡିରା ଲାଙ୍ଗୁରର ମୃତ୍ୟୁ ଘଟିଛି। ଫଳରେ ମାଇ ନୀଳଗିରି ବାନର ଏକାକି ହୋଇଯାଇଥିଲା।