ନନ୍ଦନକାନନରୁ ଚନ୍ଦକା ଗଲେ ୭ ହରିଣ

ବାରଙ୍ଗ,୮ା୧୨(ଡି.ଏନ୍‌.ଏ)
ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶନିବାର ୭ଟି ଚିତ୍ରାହରିଣ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ଚନ୍ଦକାରେ ଛଡ଼ାଯିବାର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ଇତି ମଧ୍ୟରେ ପ୍ରାୟ ୧୯ଟି ଚିତ୍ରାହରିଣ ଛଡ଼ାଗଲାଣି। ନନ୍ଦନକାନନରେ ଥିବା ଏନକ୍ଲୋଜର ସାଙ୍ଗକୁ ଏହାର ପରିସରରେ ଅଧିକ ପରିମାଣର ଚିତ୍ରାହରିଣ ରହିଛି। ସଂକୀର୍ଣ୍ଣ ଜାଗାର ଅଭାବ ହେତୁ ବନ୍ୟପ୍ରାଣୀଙ୍କ ମଧ୍ୟରେ ଦଳାଚକଟା ଓ ବୁଲା କୁକୁରଙ୍କ ଦୌରାତ୍ମ୍ୟର ଶିକାର ହୋଇ ଚିତ୍ରାହରିଣମାନଙ୍କର ମୃତ୍ୟୁ ହେଉଅଛି। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ୨୦୦ଟି ଚିତ୍ରାହରିଣ ଜଙ୍ଗଲରେ ଛାଡିବାକୁ ଯୋଜନା କରିଥିବାର ଜଣାପଡିଛି।