ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ଉତ୍ତେଜନା

ଯାଜପୁର ଟାଉନ ୧୪।୮(ଡି.ଏନ୍‌.ଏ.): ଯାଜପୁର ସହର ନିକଟସ୍ଥ ବୈତରଣୀ ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ବୁଧବାର ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ରକରି ଯାଜପୁରର ମୁଖ୍ୟରାସ୍ତା ଗାନ୍ଧୀଛକଠାରେ ଦୀର୍ଘସମୟ ଧରି ରାସ୍ତାରୋକୋ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକମାନେ ଜିଦ୍‌ ଧରି ବସିଥିଲେ। ପରେ ଏସ୍‌ପି ଓ ଜିଲାପାଳ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାକୁ ପୋଲିସ ଫୋର୍ସ ଉପସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ଗାନ୍ଧୀଛକ ନିକଟରେ ଥିବା କଂସେଇ ଖାନାକୁ ସିଲ୍‌ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଯାଜପୁର ସହରର ବିଶ୍ୱହିନ୍ଦୁପରିଷଦ ପକ୍ଷରୁ ବୁଧବାର ସଫେଇ କାର୍ଯ୍ୟକ୍ରମ କରାଯାଉଥିବାବେଳେ ବୈତରଣୀ ନଦୀ କିଲ୍ଲାଘାଟ ନିକଟ ରିଂରୋଡରେ ବସ୍ତାରେ ବନ୍ଧାହୋଇ ଗୋମାଂସ, ହାଡ଼, ମୁଣ୍ଡ ପଡ଼ି ରହିଥିବା ଦେଖିବାକୁ ପାଇଥଲେ। ଏହି ଘଟଣା ପ୍ରଚାରିତ ହେବାପରେ ବଜରଙ୍ଗ ଦଳର ଶତାଧିକ କର୍ମୀ ଯାଜପୁର ସହରର ମୁଖ୍ୟ ରାସ୍ତା(ଗାନ୍ଧୀଛକ)ଠାରେ ଦୀର୍ଘ ସମୟ ଧରି ରାସ୍ତାରୋକୋ କରିଥିଲେ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଯାଜପୁର ଜିଲାପାଳ ଓ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକୋ ହଟିଥିଲା। ପରେ ବିଶ୍ୱହିନ୍ଦୁ ପରିଷଦ ଜିଲା ସୁରକ୍ଷା ପ୍ରମୁଖ ବାଦଲ ନାୟକ ଥାନାରେ ଏକ ଲିଖିତ ଏତଲା ଦାଏର କରିଥିଲେ। ଯେଉଁଥିରେ ସେକ୍‌ ରଫିକ୍‌, ସେକ୍‌ କାଲା, ସେକ୍‌ ଗୋଲାମ, ରେକ୍‌ ରାଜୁ, ସେକ୍‌ କାଡି, ସେକ୍‌ ବସିର୍‌ ଓ ସେକ୍‌ ଗୋରା ପ୍ରମୁଖ ଏକ ବେଆଇନ କଂସେଇଖାନା ଚଳାଇ ଆସୁଛନ୍ତି ଓ ସେମାନେ ଗୋରୁମାଂସଗୁଡିକୁ ସର୍ବସାଧାରଣ ବ୍ୟବହାର ସ୍ଥାନରେ ବାରମ୍ବାର ପକାଇ ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏପରି କି ଏହି ବେଆଇନ କଂସେଇଖାନାରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାର ଗୋରୁଙ୍କୁ ହତ୍ୟା କରାଯାଉଛି। ବୈତରଣୀରେ ଶ୍ରାବଣୀଙ୍କ ଭିଡ଼ ଓ ଧର୍ମୀୟ ଭାବନାକୁ ନଷ୍ଟ କରିବା ନିମନ୍ତେ ଏକ ପ୍ରକାର ହୀନ ଚକ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ଏଣୁ ବେଆଇନ ଭାବେ ଚାଲିଥିବା କଂସେଇଖାନାକୁ ତୁରନ୍ତ ବନ୍ଦ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ବଜରଙ୍ଗ ଦଳ ସଂଯୋଜକ ସମୀର ନାୟକ, ଅରବିନ୍ଦ ଦାସ, ମଣ୍ଟୁ ପଟ୍ଟନାୟକ, ଲିପୁନ୍‌ ପାତ୍ର, ରଂଜନ ମହାନ୍ତି, ହରିଶଙ୍କର ପାଣି, ମନ୍ମଥ ବରାଳ, ସୁଦୀପ୍ତ କୁମାର ପଣ୍ଡା, ସତ୍ୟଜିତ୍‌ ସ୍ବାଇଁଙ୍କ ସମେତ ଶତାଧିକ ବଜରଙ୍ଗ ଦଳର କର୍ମୀ ଯାଜପୁର ଥାନାରେ ପହଞ୍ଚତ୍ ଥାନା ଅଧିକାରୀଙ୍କୁ ଲିଖିତ ଏତଲା ପ୍ରଦାନ କରିଛନ୍ତି। ଉକ୍ତ ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ଏକ ମାମଲା(ନଂ.୨୨୭/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଅପରାହ୍ନରେ ଯାଜପୁର ତହସିଲଦାର ସୁନୀଲ କୁମାର ମେହେର, ଥାନା ଅଧିକାରୀ ଆଶିଷ କୁମାର ସାହୁ, ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆ ପ୍ରମୁଖ ଗାନ୍ଧୀଛକ ନିକଟରେ ଥିବା କଂସେଇଖାନାକୁ ଯାଇ ଗୋମାଂସ ସମେତ କଟାଯାଉଥିବା ଯନ୍ତ୍ରକୁ ଜବତ କରିବା ସହ ଏହାକୁ ସିଲ୍‌ କରିଛନ୍ତି। ଏଥିସହ ବେଆଇନ କଂସେଇଖାନାକୁ ଚଳାଉଥିବା ୪ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ, ବର୍ଷବର୍ଷ ଧରି ଏହି ବେଆଇନ କଂସେଇଖାନା ଚାଲୁଥିବାରୁ ସ୍ଥାନୀୟ ବସ୍ତି ଲୋକମାନେ ବନ୍ଦ କରିବା ପାଇଁ ଜିଲା ପ୍ରଶାସନ ପାଖରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ଏଠାରେ ବେଆଇନ କଂସେଇଖାନା ଚାଲୁଥିବାରୁ ସ୍ଥାନୀୟ ଅଞ୍ଚଳର ପରିବେଶ ଦୂଷିତ ହେବା ସହ ଦୁର୍ଗନ୍ଧରେ ସ୍ଥାନୀୟ ଲୋକମାନେ ଅତିଷ୍ଠ ହୋଇପଡୁଛନ୍ତି। ଯାଜପୁର ସହରରେ କୌଣସି ଅପରିସ୍ଥିତି ଘଟଣା ନ ଘଟିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri