ନଦୀରେ ବୁଡ଼ି ଶିଶୁ ମୃତ

କୁଆମରା ,୨୨ା୧(ଡ଼ି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଅଧୀନ ବରଡିହି ପଞ୍ଚାୟତର ପରିଛିପୁର ଗ୍ରାମର ଏକ ୪ ବର୍ଷର ଶିଶୁ ପୁତ୍ର ସୋନ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି।
ସୂଚନା ଅନୁସାରେ ଗ୍ରାମର କନ୍ଦା ସିଂ ଓ ତାଙ୍କର ସ୍ତ୍ରୀ ମମତା ମଙ୍ଗଳବାର ସ୍ଥାନୀୟ ଇଟା ଭାଟିକୁ କାମ କରିବାକୁ ଯାଇ ଥିବା ବେଳେ ତାଙ୍କର ୪ବର୍ଷର ଶିଶୁ ରଜତ ଘରେ ଥିଲା। ମଧ୍ୟାହ୍ନ ସମୟରେ ରଜତ ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗମାନେ କିଛି ସମୟ ଧରି ଖୋଜା ଖୋଜି କରି ନ ପାଇବାରୁ ଫେରି ଯାଇଥିଲେ। ପରେ ପରିବାର ଲୋକେ ନଦୀ ଭିତରୁ ମୃତ ଅବସ୍ଥାରେ ରଜତଙ୍କୁୁ ଉଦ୍ଧାର କରିଥିଲେ। ଏ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କୁଶଳଦା ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏ ନେଇ ଏକ ଅପମୃତ୍ୟୁ ମାମଲା(ନଂ. ୩/୨୦) ରୁଜୁ କରିଛି। ବୁଧବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଫାଣ୍ଡି ଅଧିକାରୀ ଏନ. ଦାଶ କହିଛନ୍ତି।