ନଡିଆଗଛ ଉପୁଡ଼ି ଘର ଭାଙ୍ଗିଲା

ଖଇରା, ୨୩।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଚ୍ୟୁତପୁର ପଞ୍ଚାୟତ ଅଧୀନ ଓହଡ ଗ୍ରାମର ଜମ୍ବୁବତୀ ସାହୁଙ୍କ ଝାଟିମାଟି ଘର ଉପରେ ଏକ ନଡିଆ ଗଛ ଉପୁଡି ପଡିବାରୁ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ବୁଧବାର ଗଣ୍ଡିବେଡ ରାଜସ୍ବ ନିରୀକ୍ଷକ ମିନାରାଣୀ ଶିଅଳ ପହଞ୍ଚି ରହିବା ପାଇଁ ପଲିଥିନ ପ୍ରଦାନ କରିଛନ୍ତି। ଜମ୍ବୁବତୀଙ୍କ ୫ ପରିବାର ଏହି ପଲିଥିନ ତଳେ ଆଶ୍ରୟ ନେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି ା