ନକଲି ମୋବିଲ କାରଖାନା ଠାବ: ୨ ଗିରଫ

ବାଲେଶ୍ୱର ଅଫିସ,୧୯।୭: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ଆରଡ଼ି ବଜାର ମଜିତ୍‌ ଗଳି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ପୋଲିସ ଚଢ଼ାଉ କରି ନକଲି ମୋବିଲ କାରଖାନା ଠାବ କରିଛି। ଏଥିରେ ୨ଜଣଙ୍କୁ ଗିରଫ କରାଯିବା ସହ ୫ ଲକ୍ଷ ଟଙ୍କାର ମୋବିଲ, ମିଶ୍ରଣ ସାମଗ୍ରୀ ଜବତ କରାଯାଇଛି। ୨ ଅଭିଯୁକ୍ତ ହେଲେ ଇସୁଦ୍‌ ଖାନ୍‌(୪୦) ଓ ଇର୍‌ସାଦ ଖାନ୍‌ (୧୮)। ଏ ନେଇ ପୋଲିସ (କେସ୍‌ ନଂ. ୧୯୮/୧୯) ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛି।