ନକଲି ବାଣ କାରଖାନା ଠାବ: ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

ସଜନାଗଡ଼,୧୨।୧୦(ଡି.ଏନ.ଏ.)-ନୀଳଗିରି ଥାନା ମଲ୍ୟାଣି ଗ୍ରାମର ଏକ ନକଲି ବାଣ କାରଖାନା ଉପରେ ଶନିବାର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏଥିରେ ସମ୍ପୃକ୍ତ ଭବେଶ ବାରିକ (୫୦)ଙ୍କୁ ମଧ୍ୟ ଗିରଫ କରାଯାଇଛି।
ଭବେଶ ନିଜ ଘରେ ବାଣ ତିଆରି ପାଇଁ ବିସ୍ଫୋରକ ସାମଗ୍ରୀ ରଖିଥିବା ବେଳେ ନୀଳଗିରି ଥାନା ଆଇଆଇସି ନଳିତା ମୋଦୀ ଖବର ପାଇ ଚଢାଉ କରିଥିଲେ। ନୀଳଗିରି ଥାନା ଏଏସ୍‌ଆଇ ଶରତ ଚନ୍ଦ୍ର ଧଳଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତକାରୀ ଅଧିକାରିଣୀ ସସ୍ମିତା ମଲ୍ଲିକ ଥାନାରେ ମାମଲା (ନଂ. ୨୫୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଚଢ଼ାଉରେ ନୀଳଗିରି ଥାନାର ସବ୍‌ଇନ୍ସପେକ୍ଟର ବାସୁଦେବ ଜୟସିଂହ ପ୍ରମୁଖ ସାମିଲ ଥିଲେ।