Categories: ଖେଳ

ଧୋନୀଙ୍କ ନାଁରେ ଚାଲିଛି ରେଷ୍ଟୁରାଣ୍ଟ: ପ୍ରଶଂସକଙ୍କୁ ମିଳୁଛି ମାଗଣା ଖାଦ୍ୟ

କୋଲକାତା, ୧୩।୬: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ଲୋକପ୍ରିୟତା ରହିଛି। ଧୋନୀଙ୍କ ଜଣେ ନିଆରା ପ୍ରଶଂସକ ହେଉଛନ୍ତି ଶମ୍ଭୁ। ସେ ପଶ୍ଚିମବଙ୍ଗର ଅଲ୍ଲୀପୁରଦ୍ୱାର ଜିଲାରେ ଏକ ହୋଟେଲ ଖୋଲିଛନ୍ତି। ଯାହାର ନାମ ରହିଛି ଏମଏସ ଧୋନୀ ରେଷ୍ଟୁରାଣ୍ଟ। ଏହି ରେଷ୍ଟୁରାଣ୍ଟର ଖାସ୍‌ କଥା ହେଉଛି ଏଠାରେ ଧୋନୀଙ୍କ ପ୍ରଶଂସକଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି ଶମ୍ଭୁ। ଧୋନୀଙ୍କୁ ସେ ଛୋଟ ବେଳୁ ପସନ୍ଦ କରୁଛନ୍ତି, ତାଙ୍କଠାରୁ ଅନେକ କିଛି ଶିଖିବାକୁ ମିଳିଛି ବୋଲି କହିଛନ୍ତି ସେ। ସୁଯୋଗ ମିଳିଲେ ତାଙ୍କ ସହ ଭେଟ ହେବ ବୋଲି ସେ କହିଛନ୍ତି

Share