Posted inଖେଳ

’ଧୋନୀଙ୍କୁ ୭ନଂରେ ଛାଡ଼ିବା ନିଷ୍ପତ୍ତି ଏକା ମୋର ନ ଥିଲା‘

ମୁମ୍ବାଇ,୨।୮- ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ମହେନ୍ଦ୍ର ସିଂ ଧୋନୀଙ୍କୁ ୭ ନଂରେ ବ୍ୟାଟିଂ ପାଇଁ ଛାଡ଼ିବା ନେଇ ଚାଲିଥିବା ଚର୍ଚ୍ଚା ଏପର୍ଯ୍ୟନ୍ତ ଥମି ନାହିଁ। ଏ ଘଟଣା ସମ୍ପର୍କରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର। ଏହି ନିଷ୍ପତ୍ତି ମୁଁ ଏକାକୀ ନେଇ ନ ଥିଲି। ଆମେ ପରିସ୍ଥିତିକୁ ମୂଲ୍ୟାୟନ କରିବା ପରେ ଧୋନୀଙ୍କୁ ୭ନଂରେ ବ୍ୟାଟିଂ ପାଇଁ ଛାଡ଼ିବା ନିଷ୍ପତ୍ତି ନେଇଥିଲୁ। ବିଶ୍ୱକପ୍‌ ଆରମ୍ଭରୁ ବ୍ୟାଟିଂ ଗ୍ରୁପକୁ କେତେକ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଥିଲା। ଏପରି କି ମ୍ୟାଚ୍‌ର ସ୍ଥିତି ଅନୁଯାୟୀ ଆମେ ମଧ୍ୟକ୍ରମର ୫ମ, ୬ଷ୍ଠ ଓ ୭ମରେ କେଉଁ ବ୍ୟାଟ୍ସମ୍ୟାନ ଖେଳିବେ ତାହା ଆମେ ବିଚାର କରୁଥିଲୁ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଧୋନୀଙ୍କୁ ନିମ୍ନ କ୍ରମରେ ଛଡ଼ାଯିବା ନେଇ ଅଧିନାୟକ ବିରାଟ କୋହଲିଙ୍କ ସହ ଆଲୋଚନା ପରେ ଧାର୍ଯ୍ୟ ହୋଇଥିଲା। କାରଣ ୩୫ରୁ ଶେଷ ଓଭର ପର୍ଯ୍ୟନ୍ତ ଧୋନୀଙ୍କ ଉପସ୍ଥିତି ଦରକାର ଥିଲା। ନିମ୍ନ କ୍ରମର ବ୍ୟାଟ୍ସମ୍ୟାନଙ୍କ ସହ ବ୍ୟାଟିଂ କରିବାର ଧୋନୀଙ୍କ ବେଶ୍‌ ଦକ୍ଷତା ରହିଛି। ଏଣୁ ତାଙ୍କୁ ୭ମ ସ୍ଥାନରେ ବ୍ୟାଟିଂ କରିବାକୁ ଛଡ଼ା ଯାଇଥିଲା। ଗୋଟିଏ ପରେ ଗୋଟିଏ ଉଇକେଟ ପଡ଼ିବା କାରଣରୁ ଦୀନେଶ କାର୍ତ୍ତିକଙ୍କୁ ୫ମ କ୍ରମରେ ଛଡ଼ା ଯାଇଥିଲା। ଆଉ ଧୋନୀଙ୍କୁ ମ୍ୟାଚ୍‌ ଶେଷ କରିବା ଲାଗି ରଖାଯାଇଥିଲା। ଏହାକୁ କୋଚ୍‌ ରବି ଶାସ୍ତ୍ରୀ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ଥିତ୍ଲା ବୋଲି କହିଥିଲେ। ହେଲେ ମୁଁ ଜାଣିପାରୁ ନାହିଁ ଏଥିନେଇ କେବଳ ମୋତେ କାହିଁକି ଦାୟୀ କରାଯାଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ତାଙ୍କ କାର୍ଯ୍ୟକାଳରେ ଭାରତୀୟ ଦଳ ୫୦ ଟେଷ୍ଟ ଓ ୧୧୯ ଦିନିକିଆ ଖେଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri