ଧାନ ଗଦା ଜଳିଗଲା

ଦିଗପହଣ୍ଡି,୧୦ା୧୨(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ପୋଡାବାଡି ଗାଁରେ ମଙ୍ଗଳବାର ସକାଳେ ଚାଷୀ ସୋମନାଥ ଦଳେଇଙ୍କ ୧୦ ଭରଣ ଜମିିର ଧାନ ଗଦା ଜଳିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ଧାନ ଗଦାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ଧାନ ଖଳାକୁ ରାସ୍ତା ନ ଥିବାରୁ ଦମକଳ ଗାଡ଼ି ଘଟଣାସ୍ଥଳକୁ ଯାଇ ନ ପାରି ଫେରିଯାଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ନିଆଁ ଲିଭାଯାଇଛି। ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶରେ ରାଜସ୍ବ ନିରୀକ୍ଷକ ପ୍ରଶାନ୍ତ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରି ଫେରିଛନ୍ତି। ଅଗ୍ନିକାଣ୍ଡରେ ପ୍ରାୟ ୫୦ ହଜାର ଟଙ୍କା ମୂଲ୍ୟର ଧାନ ଜଳି ଯାଇଥିବା ଚାଷୀ କହିଛନ୍ତି। ଏ ନେଇ ସେ ସନ୍ଧ୍ୟାରେ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।