ଧାନ କିଣାରେ ମଧ୍ୟସ୍ଥ ଉଚ୍ଛେଦ

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ପଶ୍ଚିମ ଓଡ଼ିଶାର ୭ଟି ଜିଲାର ୮୫୧ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟର(ପିପିସି) ମଧ୍ୟରୁ ୩୪୭ଟି କେନ୍ଦ୍ରରୁ ଧାନ କ୍ରୟ ପାଇଁ ଟୋକନ୍‌ ଦିଆଯାଇସାରିଛି। ଏହିପରି ଭାବେ ଚଳିତ ମାସ ୧୯(ମଙ୍ଗଳବାର) ସୁଦ୍ଧା ଚାଷୀଙ୍କୁ ୨୬,୫୪୩ ଟୋକନ୍‌ ଦିଆଯାଇସାରିଛି। ୧୫,୫୪,୦୧୭ କୁଇଣ୍ଟାଲ ଧାନ କ୍ରୟ ପାଇଁ ଟୋକନ୍‌ ଦିଆଯାଇଛି। ସେଥିମଧ୍ୟରୁ କେବଳ ୨୪ ଜଣ ଚାଷୀଙ୍କଠାରୁ ୧୨୭୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ଜଣାପଡିଛି। ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଙ୍ଗଳବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ଭାଜପା ସଦସ୍ୟ ଜୟନାରାୟଣ ମିଶ୍ର, ମୁକେଶ ମହାଲିଙ୍ଗ ଏବଂ ଶଙ୍କର ଓରାମଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ‘ରାଜ୍ୟରେ ଧାନକିଣାରେ ସରକାର ସମ୍ପୂର୍ଣ୍ଣ ବିଫଳ’ର ଉତ୍ତର ରଖି ରଣେନ୍ଦ୍ର ଏହା କହିଛନ୍ତି।

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ମଙ୍ଗଳବାର ସୁଦ୍ଧା ବରଗଡ ଜିଲାରେ ୨୨୫ କୁଇଣ୍ଟାଲ, କଳାହାଣ୍ଡି ୧୪୩ କୁଇଣ୍ଟାଲ, କୋରାପୁଟ ୧୦୦ କୁଇଣ୍ଟାଲ, ସମ୍ବଲପୁର ୨୯ କୁଇଣ୍ଟାଲ, ସୁବର୍ଣ୍ଣପୁର ୫୦୩ କୁଇଣ୍ଟାଲ, ନୂଆପଡା ୨୩୧ କୁଇଣ୍ଟାଲ ଏବଂ ବଲାଙ୍ଗୀରରେ ୪୦ କୁଇଣ୍ଟାଲ ଧାନ କିଣାଯାଇସାରିଛି। ସେହିପରି ବରଗଡରେ ୧୬,୩୯୫, କଳାହାଣ୍ଡି ୧୦୮୯, କୋରାପୁଟ ୧୧, ସମ୍ବଲପୁର ୬୬୬୫, ସୁବର୍ଣ୍ଣପୁର ୪୨୩, ନୂଆପଡା ୪୦୫ ଏବଂ ବଲାଙ୍ଗୀରରେ ୧୫୫୫ଟି ଟୋକନ୍‌ ପ୍ରଦାନ କରାଯାଇଛି। ବିରୋଧୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ଉତ୍ତର ରଖି ମନ୍ତ୍ରୀ ରଣେନ୍ଦ୍ର କହିଛନ୍ତି ଯେ, ପ୍ୟାକ୍ସ ବ୍ୟବସ୍ଥାକୁ ଉନ୍ନତ କରାଯାଇ ଡିଜିଟାଲକରଣ କରାଯାଇଛି। ବ୍ୟବସ୍ଥାରେ ମଧ୍ୟସ୍ଥ କାରବାର ସମ୍ପୂର୍ଣ୍ଣ ଉଚ୍ଛେଦ ହେବ। କୌଣସି ମିଲର, ଟ୍ରେଡରଙ୍କୁ ଅନିୟମିତତା କରି ଆର୍ଥିକ ଫାଇଦା ପାଇଁ ସୁଯୋଗ ଦିଆଯିବନାହିଁ। ଟୋକନ୍‌ ବ୍ୟବସ୍ଥା ନିକଟରେ ଆରମ୍ଭ ହୋଇଛି। ତେଣୁ ବିରୋଧୀ ଅନୂ୍ୟନ ୩ ମାସ ଅପେକ୍ଷା କରନ୍ତୁ, ପୂର୍ବାପେକ୍ଷା ସ୍ବଚ୍ଛତା ଆସୁଛି ନା ନାହିଁ, ବଳେ ଜାଣିପାରିବେ। କେତେକ ସଦସ୍ୟ ବ୍ୟବସ୍ଥା ମଧ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉପସ୍ଥିତି ନେଇ ପ୍ରଶ୍ନ କରିଛନ୍ତି। ମହିଳାମାନେ ଧାନକ୍ରୟ ବ୍ୟବସ୍ଥାରେ ସକ୍ରିୟ ଅଂଶଗ୍ରହଣ କରିବା ଦ୍ୱାରା ସେମାନଙ୍କୁ ଅଧିକ ସଶକ୍ତୀକରଣ କରାଯାଉଥିବା ମନ୍ତ୍ରୀ କହିଛନ୍ତି। ତେଣୁ ବିରୋଧୀ ସଦସ୍ୟମାନେ ନିଜର ଦୃଷ୍ଟିଭଙ୍ଗୀ ବଦଳାନ୍ତୁ। ଭାଜପା ସଦସ୍ୟ ମୁକେଶ ମହାଲିଙ୍ଗ ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଛନ୍ତି, ତାହାକୁ ବିଭାଗ ପକ୍ଷରୁ ଗ୍ରହଣ କରାଯିବ। ଇଣ୍ଟରନେଟ୍‌ ନ ଥିବା ସ୍ଥାନରେ ଅଫ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ସମସ୍ତ କ୍ରୟ ଏବଂ ଅର୍ଥ ପୈଠ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଖରିଫ ଋତୁରେ ୧୨.୩୫ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରୟ କରିବା ପାଇଁ ସେମାନଙ୍କ ପ୍ୟାକ୍ସ/ଲ୍ୟାମ୍ପ୍ସ ଜରିଆରେ ନାମ ପଞ୍ଜୀକରଣ କରିଛନ୍ତି। ବରଗଡ, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡା ଓ ବଲାଙ୍ଗୀର ଜିଲାରେ ଏଯାବତ୍‌ ୨୦,୭୩୮ ଚାଷୀଙ୍କୁ ମୋଟ ୧୫ ଲକ୍ଷ ୬ ହଜାର ୩୭୫ କୁଇଣ୍ଟାଲ ଧାନ ସହ ନିର୍ଦ୍ଧାରିତ ତାରିଖରେ ଉପସ୍ଥିତ ରହିବା ପାଇଁ ଏସ୍‌ଏମ୍‌ଏସ୍‌ ବାର୍ତ୍ତା ପ୍ରେରଣ କରାଯାଇଛି। ଚଳିତ ବର୍ଷ ୪୧ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ କରାଯିବାର ଲକ୍ଷ୍ୟ ରହିଛି। ତେଣୁ ଧାନ ହିସାବରେ ଏହା ୬୦ ଲକ୍ଷ ମେଟ୍ରିକ ଟନ୍‌ ହେବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ଧାନ ଓ ଗ୍ରେଡ୍‌ – ଏ ଧାନ ପାଇଁ କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ଯଥାକ୍ରମେ ୧୮୧୫ ଟଙ୍କା ଏବଂ ୧୮୩୫ ଟଙ୍କା ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri