ଧାନପେଷା ମେଶିନ ସଂସ୍ପର୍ଶରେ ଆସି ମହିଳା ଗୁରୁତର

ଆନନ୍ଦପୁର,୧୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧୀନ ଦରଡ଼ିପାଳ ଗ୍ରାମରେ ଜଣେ ମହିଳା ଧାନପେଷା ମେଶିନ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ଦରଡ଼ିପାଳ ଗ୍ରାମର ଗୁରୁତର ମହିଳା ସତ୍ୟଭାମା ରାଉତଙ୍କୁ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଗୁରୁବାର ସକାଳେ ସତ୍ୟଭାମା ଗ୍ରାମରେ ଥିବା ଏକ ମେଶିନ୍‌କୁ ଧାନ ପେଶିବା ପାଇଁ ନେଇଥିଲେ। ମେଶିନ ଡାଲାରେ ଧାନ ଢାଳିବା ସମୟରେ ଅସାବଧାନତା ବଶତଃ ତାଙ୍କ ଶାଢ଼ି ମେଶିନ ବେଲ୍ଟରେ ଗୁଡ଼ାଇ ହୋଇଯାଇଥିଲା।