ଧାନଖଳାରେ ଅଗ୍ନିକାଣ୍ଡ

ପଡିଆ, ୧୩ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ପଡିଆ ସଦର ମହକୁମାସ୍ଥିତ ଖ୍ରୀଷ୍ଟିଆନସାହିର ଚାଷୀ ଜାନରାଜୁ ନାରା ଅମଳ କରି ଖଳାରେ ନିଆଁ ଲାଗି ଧାନ ସବୁ ନଷ୍ଟ ହୋଇଯାଇଛି। ଫଳରେ ତାଙ୍କର ସବୁ ଧାନ ପୋଡି ପାଉଁଶ ହୋଇଯାଇଛି। ପଡିଆଠାରୁ ୨୫୦୦ମିଟର ଦୂର ପାମଗେଟା ରାସ୍ତା କଡରେ ଥିବା ନିଜ ଚାଷଜମି ପାଖରେ ଧାନଖଳା କରି ସେ ଧାନ ରଖିଥିଲେ। ସେହି ଖଳାରୁ ଟ୍ରାକ୍ଟର ଯୋଗେ ଅଧା ଧାନମଣ୍ଡିକୁ ନେଇଥିଲେ। ଆଉ ଅଧା ଘରକୁ ଆଣିବାକୁ ଗାଡି କରିଥିଲେ। ମାତ୍ର ଶୁକ୍ରବାର ମଧ୍ୟାହ୍ନରେ ହଠାତ ତାଙ୍କ ଖଳାରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଏବେ ଋଣ କିପରି ଶୁଝିବେ ଜାନରାଜୁ ଚିନ୍ତାରେ ପଡିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।