ଧର୍ମସଭାରେ ଯୋଗଦେଇଥିବା ୧୦ ମୃତ

ନୂଆଦିଲ୍ଲୀ,୧ା୪(ପି.ଟି.): ଦିଲ୍ଲୀର ନିଜାମୁଦ୍ଦିନ ଓ୍ବେଷ୍ଟରେ ଥିବା ତବଲିଘି ଜମାତ୍‌ ମୁଖ୍ୟାଳୟ କରୋନା ସଂକ୍ରମଣର ହଟ୍‌ସ୍ପଟ ପାଲଟିଥିବାବେଳେ ସ୍ବାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଲକ୍‌ଡାଉନ ଘୋଷଣା ହେବା ପୂର୍ବରୁ ସେଠାରେ ଅନୁଷ୍ଠିତ ଧର୍ମସଭାରେ ଦେଶବିଦେଶରୁ ୨୦୦୦ରୁ ଊର୍ଦ୍ଧ୍ୱ ଲୋକ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତେଲଙ୍ଗାନାର ୬ ଜଣ ଥିବାବେଳେ ତାମିଲନାଡୁ, କର୍ନାଟକ ଓ ଜମ୍ମୁ-କଶ୍ମୀରରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ମୃତକ ଫିଲିପାଇନ୍ସର ବୋଲି ଜଣାପଡ଼ିଛି। ଧର୍ମସଭାରୁ ଫେରିଥିବା ଏହି ଲୋକମାନଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି।
୨୪ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସଂକ୍ରମଣ ସନ୍ଦେହରେ ୩୩୫ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ଦିଲ୍ଲୀରେ ୨୫ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ନିଜାମୁଦ୍ଦିନର ୧୮ ଜଣ ରହିଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭ ହୋଇଛି। ୧୦୩୩ ଜଣଙ୍କୁ ବିଭିନ୍ନ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୧୩ରୁ ୧୫ ପର୍ଯ୍ୟନ୍ତ ନିଜାମୁଦ୍ଦିନର ମର୍‌କାଜ୍‌ଠାରେ ଧର୍ମସଭା ହୋଇଥିଲା। ଏଥିରେ ଯୋଗଦେଇଥିବା ୭୦୦ ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବାବେଳେ ୩୩୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧର୍ମସଭାରେ ଭାଗନେଇଥିବା ସମସ୍ତଙ୍କର ନମୁନା ପରୀକ୍ଷା କରାଯାଉଛି। ଏହି ଧର୍ମ ସମ୍ମିଳନୀର ନେତୃତ୍ୱ ନେଇଥିବା ମୌଲାନାଙ୍କ ବିରୋଧରେ ଏତଲା ଦାଏର ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି। ସମ୍ମିଳନୀରେ ଯୋଗଦେଇଥିବା ଅଧିକାଂଶଙ୍କଠାରେ ସଂକ୍ରମଣ ଲକ୍ଷଣ ଦେଖାଯିବା ପରେ ପୋଲିସ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛି। ଇଣ୍ଡୋନେସିଆ ଓ ମାଲେସିଆ ନାଗରିକଙ୍କ ସମେତ ୨୦୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଏହି ଧର୍ମସଭାରେ ଯୋଗଦେଇଥିଲେ।
ଯୋଗଦେଇଥିଲେ ୨୧୬ ବିଦେଶୀ
ନୂଆଦିଲ୍ଲୀସ୍ଥିତ ତବଲିଘି ଜମାତ୍‌ର ନିଜାମୁଦ୍ଦିନ ମରକଜ୍‌ କାର୍ଯ୍ୟକ୍ରମରେ ମୋଟ ୧,୭୪୬ ଜଣ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୬୧ ଜଣ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି। ଏହି ବାର୍ଷିକ ସମ୍ମିଳନୀରେ ଇଣ୍ଡୋନେସିଆ, ମାଲେସିଆ, ଥାଇଲାଣ୍ଡ, ନେପାଳ, ମ୍ୟାନ୍‌ମାର, ବାଂଲାଦେଶ, ଶ୍ରୀଲଙ୍କା ଓ କିର୍ଗିଜସ୍ତାନର ମୁସଲମାନମାନେ ସାମିଲ ହୋଇଥିଲେ। ଏହା ପୂର୍ବରୁ ସେମାନେ ଜମ୍ମୁ-କଶ୍ମୀର ଓ ଆନ୍ଧ୍ରପ୍ରଦେଶ ଯାଇ ବିଭିନ୍ନ ସ୍ଥାନ ବୁଲିଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଦେହକୁ କୋଭିଡ୍‌-୧୯ ସଂକ୍ରମଣ ହୋଇଥିବା କୁହାଯାଉଛି। ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୨ ତାରିଖରେ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ଡାକରା ଦେଇଥିଲେ। ଏହାର ଦିନକ ପୂର୍ବରୁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ନିଜାମୁଦ୍ଦିନ ମରକଜ୍‌ ଧର୍ମସଭା ଆୟୋଜନ କରାଯାଇଥିଲା। ଏହି ସମୟରେ ଅତିରିକ୍ତ ୮୨୪ ଜଣ ବିଦେଶୀ ଭାରତର ବିଭିନ୍ନ ଭାଗରେ ତବଲିଘ (ଚିଲ୍ଲା) ପାଳନ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri