ଧର୍ମଶାଳା ବ୍ଲକରେ ଆର୍ଥିକ କେଳେଙ୍କାରୀ: କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଦେଣନେଣ ଉପରେ ଆପତ୍ତି

ଯାଜପୁର ଅଫିସ,୨୦।୮- ଯାଜପୁର ଜିଲାର ସର୍ବାଧିକ ସରକାରୀ ରାଜସ୍ବ ଆଦାୟ ହେଉଥିବା ଧର୍ମଶାଳା ପଞ୍ଚାୟତ ସମିତି (ବ୍ଲକ)ରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇଛି। ଏହି ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ହେରାଫେରି ଯୋଗୁ ୨୦ଲକ୍ଷ ୯୩ ହଜାର ୭୮୮ ଟଙ୍କା ଅସୁଲି କରିବାକୁ ଅଡିଟ ଟିମ୍‌ ନିର୍ଦ୍ଦେଶ ଦେଇଛି। ଖାଲି ସେତିକି ନୁହେଁ, ୧କୋଟି ୬୨ଲକ୍ଷ ୮୦ହଜାର ଟଙ୍କା ଦେଣନେଣ ଉପରେ ଅଡିଟ ଟିମ୍‌ ଆପତ୍ତି ଉଠାଇଛି। ଏହାବାଦ୍‌ ଧର୍ମଶାଳା ବ୍ଲକରେ ଚାଲିଥିବା ବିଭିନ୍ନ ଜନହିତକର ଯୋଜନାରେ ଆବଶ୍ୟକ ରେକର୍ଡ ବ୍ୟବହାର ନ କରି ଅଡିଟ ଟିମ୍‌କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରାଯାଇଛି। ବିଡମ୍ବନା ଯେ, ବହୁ ଗୁରୁତ୍ୱପୂର୍ଣ୍ଣ ୧୩ଟି ରେକର୍ଡ/ରେଜିଷ୍ଟର ବ୍ୟବହାର ହୋଇ ନ ଥିବାବେଳେ ୮ଟି ରେକର୍ଡ/ରେଜିଷ୍ଟର ଅଡିଟ ଟିମ୍‌ ସମ୍ମୁଖରେ ଦାଖଲ ହୋଇପାରି ନାହିଁ। ଏଥିଯୋଗୁ ଖର୍ଚ୍ଚ ନିୟନ୍ତ୍ରଣ କ୍ରିୟା ଠିକ୍‌ଭାବେ ହୋଇପାରି ନ ଥିବା ଅଡିଟ ରିପୋର୍ଟର ୩.୨ ପାରାରେ ଦର୍ଶାଯାଇଛି। ଅଞ୍ଚଳର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ବିଧାନସଭା ସଦସ୍ୟ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ଏଲ୍‌ଏ ଲ୍ୟାଡ)ର ବିନିଯୋଗରେ ବ୍ୟାପକ ଅନିୟମିତତା ହୋଇଥିବା ଅଡିଟରେ ଧରାପଡିଛି। ଅଡିଟ ଟିମ୍‌ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଖର୍ଚ୍ଚ ଉପରେ ପ୍ରଶ୍ନ କରିଥିବାବେଳେ ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ନିରବ ରହି ଏଭଳି ଅନିୟମିତତାକୁ ପରୋକ୍ଷରେ ସହଯୋଗ କରୁଥିବା ମନେହେଉଛି ା
୪୩ଟି ଗ୍ରାମ ପଞ୍ଚାୟତକୁ ନେଇ ଧର୍ମଶାଳା ବ୍ଲକ ଗଠିତ ହୋଇଛି ା ପ୍ରତିବର୍ଷ ପରି ୨୦୧୭-୧୮ ଆର୍ଥିକ ବର୍ଷର ଆୟବ୍ୟୟ ଉପରେ ଲୋକାଲ ଫଣ୍ଡ ଅଡିଟ ହୋଇଥିଲା। ଜିଲା ଅଡିଟ ଅଫିସରଙ୍କ ନିକଟରେ ଗତ ୨୯ା୫ା୨୦୧୯ରେ ଦାଖଲ ହୋଇଥିବା ୯୩ ପୃଷ୍ଠା ବିଶିଷ୍ଟ ଅଡିଟ ରିପୋର୍ଟରେ ବିଭିନ୍ନ ଯୋଜନାରେ ଅଯଥା ଖର୍ଚ୍ଚ ସମେତ ଆବଶ୍ୟକ ରେକର୍ଡ ପତ୍ର ଦାଖଲ ହୋଇପାରି ନ ଥିବା ଦର୍ଶାଯାଇଛି ା ଏଥିରେ ମଷ୍ଟରରୋଲ, କମ୍ପ୍ଲିଶନ ସାର୍ଟିଫିକେଟ, ଏମ୍‌ବି, ଷ୍ଟକବୁକ, ଲଗବୁକ, ଚେକ ଆଣ୍ଡ ଡ୍ରାଫ୍ଟ ରିସିଭ ରେଜିଷ୍ଟର, ଷ୍ଟେସନେରୀ ଆକାଉଣ୍ଟସ, ପାସବୁକ ଆଦି ୧୮ଟି ରେକର୍ଡ ଯାଞ୍ଚ ହୋଇଥିଲା। କିନ୍ତୁ ଅଡିଟ ସମ୍‌ରେ ଆଡମିନିଷ୍ଟ୍ରେଟିଭ ଆପ୍ରୁଭାଲ ରେଜିଷ୍ଟର ସମେତ ଏଗ୍ରିମେଣ୍ଟ, ଟେଣ୍ଡର ଅର୍ଡର, କଣ୍ଟ୍ରାକ୍ଟର ଦ୍ୱାରା ଦାଖଲ ହେଉଥିବା ଫର୍ମ ଫାଇଲ, ରେଭିନ୍ୟୁ ରେଜିଷ୍ଟର, ଲୋନ ରେଜିଷ୍ଟର ପ୍ରଭୃତି ୧୩ଟି ରେକର୍ଡପତ୍ର ବ୍ୟବହାର ହୋଇନାହିଁ। ଏହାବାଦ ଏଷ୍ଟିମେଟ ରେଜିଷ୍ଟର ସମେତ ଡିପୋଜିଟ ଲେଜର, ଆଉଟଷ୍ଟାଣ୍ଡିଂ ଆଡଭାନ୍ସ, ଆଡଭାନ୍ସ ରେଜିଷ୍ଟର, ପରମାନେଣ୍ଟ ଆଡଭାନ୍ସ କେଶବୁକ, ସପ୍ଲାଇ ଗାର୍ଡ ଫାଇଲ, ଅର୍ଡରବୁକ ଓ ଗ୍ରାଣ୍ଟ-ଇନ-ଏଡ ରେଜିଷ୍ଟର/ରେକର୍ଡ ଦାଖଲ ହୋଇପାରି ନ ଥିଲା। ଫଳରେ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଆଇନ, ଜିଜିୱାଇ, ତ୍ରୟୋଦଶ ଅର୍ଥ କମିଶନ, ସିସିରୋଡ, ବିପିଜିୱାଇ, ଚତୁର୍ଦ୍ଦଶ ଅର୍ଥ କମିଶନ, ଅଙ୍ଗନଓ୍ବାଡି ଆଦି ଯୋଜନାର ସଫଳ ଭାବେ ଅଡିଟ ହୋଇପାରି ନାହିଁ ା ସିକ୍ୟୁରିଟି ଡିପୋଜିଟ ଲେଜର ବ୍ୟବହାର ହୋଇ ନ ଥିବାରୁ ସିକ୍ୟୁରିଟି ଡିପୋଜିଟ ଫେରାଇବା ଏବଂ ଡବଲ ପେମେଣ୍ଟ ସଂକ୍ରାନ୍ତରେ ରିପୋର୍ଟ ପ୍ରସ୍ତୁତ ହୋଇପାରି ନାହିଁ ା ଇନଭେଷ୍ଟମେଣ୍ଟ ରେଜିଷ୍ଟର ବ୍ୟବହାର ହୋଇ ନ ଥିବାରୁ ବାସ୍ତବ ଇନଭେଷ୍ଟମେଣ୍ଟ, ପୂର୍ଣ୍ଣ ବିକାଶର ତାରିଖ, ସୁଧ ଆଦି ସଂକ୍ରାନ୍ତରେ ଜାଣିବା କଷ୍ଟକର ହୋଇଥିଲା। ପ୍ରପର୍ଟି ରେଜିଷ୍ଟର ବ୍ୟବହାର ହୋଇ ନ ଥିବାରୁ ବ୍ଲକର ଜମି, ପୋଖରୀ, ମାର୍କେଟ କମ୍ପ୍ଲେକ୍ସ ପ୍ରଭୃତିରୁ ହେଉଥିବା ରାଜସ୍ବ ସମ୍ପର୍କରେ ଠିକ ତଥ୍ୟ ମିଳିପାରି ନାହିଁ। ଏହାବାଦ ବାର୍ଷିକ ହିସାବ ପ୍ରସ୍ତୁତ ନ ହେବା, ଆୟ ବ୍ୟୟର ହିସାବ ଠିକ ନ ରଖିବା ଯୋଗୁ ସରକାରୀ ଅର୍ଥର ହେରାଫେରି ହୋଇଥିବା ସନ୍ଦେହ କରିଛି ଅଡିଟ ଟିମ୍‌ ା ଅଡିଟ ବର୍ଷ ତଥା ୨୦୧୭-୧୮ରେ ପୂର୍ବବର୍ଷର ବକୈୟା ସହ ଅନୁଦାନକୁ ମିଶାଇ ୩୯କୋଟି ୮୮ଲକ୍ଷ ୮୭ହଜାର ୪୯୨ ଟଙ୍କା ମହଜୁଦ ଥିଲା। ତେବେ ସେହି ବର୍ଷ ୧୮କୋଟି ୬୩ଲକ୍ଷ ୭୭ହଜାର ୫୭୩ ଟଙ୍କା ଖର୍ଚ୍ଚ ହୋଇଥିଲା। ଓଡ଼ିଶା ଜେନେରାଲ ଫାଇନାନ୍ସିଆଲ ରୁଲସ୍‌ ଅନୁସାରେ ଖର୍ଚ୍ଚ ହୋଇପାରି ନ ଥିବା ଅନୁଦାନକୁ ଫେରାଇ ଦେବା କଥା କିମ୍ବା ସରକାରୀ ଅନୁମତି ନେଇ ପରବର୍ତ୍ତି ବର୍ଷରେ ତାକୁ ଖର୍ଚ୍ଚ କରିବାର ନିୟମ ରହିଛି। କିନ୍ତୁ ଏହିସବୁ ନିୟମକୁ କେହି ପାଳନ କରିନାହାନ୍ତି କିମ୍ବା ଅନୁଦାନ ଅର୍ଥ ଫେରସ୍ତ ହୋଇନାହିଁ। ଅନୁଦାନର ମାତ୍ର ୩୯.୩୧ ପ୍ରତିଶତ ଖର୍ଚ୍ଚ ହୋଇଥିଲେ ହେଁ କୌଣସି ଯାଞ୍ଚ ବିନା ପରବର୍ତ୍ତୀ ଅନୁଦାନ ଆବଣ୍ଟିତ ହୋଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ବିଡିଓ ହେମନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ, ସେ ନୂତନଭାବେ ଯୋଗ ଦେଇଛନ୍ତି ଏବଂ ରିପୋର୍ଟ ଦେଖିଲା ପରେ ଯାହା କହିହେବ ବୋଲି ପ୍ରକାଶ କରିଛନ୍ତି। ତେବେ ଅଡିଟ ରିପୋର୍ଟରେ ବ୍ୟାପକ ଅନିୟମିତତା ଓ ହେରାଫେରି ହୋଇଥିବା ଟଙ୍କାକୁ ରିକଭରି କରିବା ପାଇଁ ନିର୍ଦ୍ଦେଶ ହୋଇଥିଲେ ହେଁ ୩ମାସ ପରେ ବି ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri