ଧର୍ମଶାଳା ବ୍ଲକରେ ଆର୍ଥିକ କେଳେଙ୍କାରୀ: କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଦେଣନେଣ ଉପରେ ଆପତ୍ତି

ଯାଜପୁର ଅଫିସ,୨୦।୮- ଯାଜପୁର ଜିଲାର ସର୍ବାଧିକ ସରକାରୀ ରାଜସ୍ବ ଆଦାୟ ହେଉଥିବା ଧର୍ମଶାଳା ପଞ୍ଚାୟତ ସମିତି (ବ୍ଲକ)ରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇଛି। ଏହି ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ହେରାଫେରି ଯୋଗୁ ୨୦ଲକ୍ଷ ୯୩ ହଜାର ୭୮୮ ଟଙ୍କା ଅସୁଲି କରିବାକୁ ଅଡିଟ ଟିମ୍‌ ନିର୍ଦ୍ଦେଶ ଦେଇଛି। ଖାଲି ସେତିକି ନୁହେଁ, ୧କୋଟି ୬୨ଲକ୍ଷ ୮୦ହଜାର ଟଙ୍କା ଦେଣନେଣ ଉପରେ ଅଡିଟ ଟିମ୍‌ ଆପତ୍ତି ଉଠାଇଛି। ଏହାବାଦ୍‌ ଧର୍ମଶାଳା ବ୍ଲକରେ ଚାଲିଥିବା ବିଭିନ୍ନ ଜନହିତକର ଯୋଜନାରେ ଆବଶ୍ୟକ ରେକର୍ଡ ବ୍ୟବହାର ନ କରି ଅଡିଟ ଟିମ୍‌କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରାଯାଇଛି। ବିଡମ୍ବନା ଯେ, ବହୁ ଗୁରୁତ୍ୱପୂର୍ଣ୍ଣ ୧୩ଟି ରେକର୍ଡ/ରେଜିଷ୍ଟର ବ୍ୟବହାର ହୋଇ ନ ଥିବାବେଳେ ୮ଟି ରେକର୍ଡ/ରେଜିଷ୍ଟର ଅଡିଟ ଟିମ୍‌ ସମ୍ମୁଖରେ ଦାଖଲ ହୋଇପାରି ନାହିଁ। ଏଥିଯୋଗୁ ଖର୍ଚ୍ଚ ନିୟନ୍ତ୍ରଣ କ୍ରିୟା ଠିକ୍‌ଭାବେ ହୋଇପାରି ନ ଥିବା ଅଡିଟ ରିପୋର୍ଟର ୩.୨ ପାରାରେ ଦର୍ଶାଯାଇଛି। ଅଞ୍ଚଳର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ବିଧାନସଭା ସଦସ୍ୟ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ଏଲ୍‌ଏ ଲ୍ୟାଡ)ର ବିନିଯୋଗରେ ବ୍ୟାପକ ଅନିୟମିତତା ହୋଇଥିବା ଅଡିଟରେ ଧରାପଡିଛି। ଅଡିଟ ଟିମ୍‌ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଖର୍ଚ୍ଚ ଉପରେ ପ୍ରଶ୍ନ କରିଥିବାବେଳେ ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ନିରବ ରହି ଏଭଳି ଅନିୟମିତତାକୁ ପରୋକ୍ଷରେ ସହଯୋଗ କରୁଥିବା ମନେହେଉଛି ା
୪୩ଟି ଗ୍ରାମ ପଞ୍ଚାୟତକୁ ନେଇ ଧର୍ମଶାଳା ବ୍ଲକ ଗଠିତ ହୋଇଛି ା ପ୍ରତିବର୍ଷ ପରି ୨୦୧୭-୧୮ ଆର୍ଥିକ ବର୍ଷର ଆୟବ୍ୟୟ ଉପରେ ଲୋକାଲ ଫଣ୍ଡ ଅଡିଟ ହୋଇଥିଲା। ଜିଲା ଅଡିଟ ଅଫିସରଙ୍କ ନିକଟରେ ଗତ ୨୯ା୫ା୨୦୧୯ରେ ଦାଖଲ ହୋଇଥିବା ୯୩ ପୃଷ୍ଠା ବିଶିଷ୍ଟ ଅଡିଟ ରିପୋର୍ଟରେ ବିଭିନ୍ନ ଯୋଜନାରେ ଅଯଥା ଖର୍ଚ୍ଚ ସମେତ ଆବଶ୍ୟକ ରେକର୍ଡ ପତ୍ର ଦାଖଲ ହୋଇପାରି ନ ଥିବା ଦର୍ଶାଯାଇଛି ା ଏଥିରେ ମଷ୍ଟରରୋଲ, କମ୍ପ୍ଲିଶନ ସାର୍ଟିଫିକେଟ, ଏମ୍‌ବି, ଷ୍ଟକବୁକ, ଲଗବୁକ, ଚେକ ଆଣ୍ଡ ଡ୍ରାଫ୍ଟ ରିସିଭ ରେଜିଷ୍ଟର, ଷ୍ଟେସନେରୀ ଆକାଉଣ୍ଟସ, ପାସବୁକ ଆଦି ୧୮ଟି ରେକର୍ଡ ଯାଞ୍ଚ ହୋଇଥିଲା। କିନ୍ତୁ ଅଡିଟ ସମ୍‌ରେ ଆଡମିନିଷ୍ଟ୍ରେଟିଭ ଆପ୍ରୁଭାଲ ରେଜିଷ୍ଟର ସମେତ ଏଗ୍ରିମେଣ୍ଟ, ଟେଣ୍ଡର ଅର୍ଡର, କଣ୍ଟ୍ରାକ୍ଟର ଦ୍ୱାରା ଦାଖଲ ହେଉଥିବା ଫର୍ମ ଫାଇଲ, ରେଭିନ୍ୟୁ ରେଜିଷ୍ଟର, ଲୋନ ରେଜିଷ୍ଟର ପ୍ରଭୃତି ୧୩ଟି ରେକର୍ଡପତ୍ର ବ୍ୟବହାର ହୋଇନାହିଁ। ଏହାବାଦ ଏଷ୍ଟିମେଟ ରେଜିଷ୍ଟର ସମେତ ଡିପୋଜିଟ ଲେଜର, ଆଉଟଷ୍ଟାଣ୍ଡିଂ ଆଡଭାନ୍ସ, ଆଡଭାନ୍ସ ରେଜିଷ୍ଟର, ପରମାନେଣ୍ଟ ଆଡଭାନ୍ସ କେଶବୁକ, ସପ୍ଲାଇ ଗାର୍ଡ ଫାଇଲ, ଅର୍ଡରବୁକ ଓ ଗ୍ରାଣ୍ଟ-ଇନ-ଏଡ ରେଜିଷ୍ଟର/ରେକର୍ଡ ଦାଖଲ ହୋଇପାରି ନ ଥିଲା। ଫଳରେ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଆଇନ, ଜିଜିୱାଇ, ତ୍ରୟୋଦଶ ଅର୍ଥ କମିଶନ, ସିସିରୋଡ, ବିପିଜିୱାଇ, ଚତୁର୍ଦ୍ଦଶ ଅର୍ଥ କମିଶନ, ଅଙ୍ଗନଓ୍ବାଡି ଆଦି ଯୋଜନାର ସଫଳ ଭାବେ ଅଡିଟ ହୋଇପାରି ନାହିଁ ା ସିକ୍ୟୁରିଟି ଡିପୋଜିଟ ଲେଜର ବ୍ୟବହାର ହୋଇ ନ ଥିବାରୁ ସିକ୍ୟୁରିଟି ଡିପୋଜିଟ ଫେରାଇବା ଏବଂ ଡବଲ ପେମେଣ୍ଟ ସଂକ୍ରାନ୍ତରେ ରିପୋର୍ଟ ପ୍ରସ୍ତୁତ ହୋଇପାରି ନାହିଁ ା ଇନଭେଷ୍ଟମେଣ୍ଟ ରେଜିଷ୍ଟର ବ୍ୟବହାର ହୋଇ ନ ଥିବାରୁ ବାସ୍ତବ ଇନଭେଷ୍ଟମେଣ୍ଟ, ପୂର୍ଣ୍ଣ ବିକାଶର ତାରିଖ, ସୁଧ ଆଦି ସଂକ୍ରାନ୍ତରେ ଜାଣିବା କଷ୍ଟକର ହୋଇଥିଲା। ପ୍ରପର୍ଟି ରେଜିଷ୍ଟର ବ୍ୟବହାର ହୋଇ ନ ଥିବାରୁ ବ୍ଲକର ଜମି, ପୋଖରୀ, ମାର୍କେଟ କମ୍ପ୍ଲେକ୍ସ ପ୍ରଭୃତିରୁ ହେଉଥିବା ରାଜସ୍ବ ସମ୍ପର୍କରେ ଠିକ ତଥ୍ୟ ମିଳିପାରି ନାହିଁ। ଏହାବାଦ ବାର୍ଷିକ ହିସାବ ପ୍ରସ୍ତୁତ ନ ହେବା, ଆୟ ବ୍ୟୟର ହିସାବ ଠିକ ନ ରଖିବା ଯୋଗୁ ସରକାରୀ ଅର୍ଥର ହେରାଫେରି ହୋଇଥିବା ସନ୍ଦେହ କରିଛି ଅଡିଟ ଟିମ୍‌ ା ଅଡିଟ ବର୍ଷ ତଥା ୨୦୧୭-୧୮ରେ ପୂର୍ବବର୍ଷର ବକୈୟା ସହ ଅନୁଦାନକୁ ମିଶାଇ ୩୯କୋଟି ୮୮ଲକ୍ଷ ୮୭ହଜାର ୪୯୨ ଟଙ୍କା ମହଜୁଦ ଥିଲା। ତେବେ ସେହି ବର୍ଷ ୧୮କୋଟି ୬୩ଲକ୍ଷ ୭୭ହଜାର ୫୭୩ ଟଙ୍କା ଖର୍ଚ୍ଚ ହୋଇଥିଲା। ଓଡ଼ିଶା ଜେନେରାଲ ଫାଇନାନ୍ସିଆଲ ରୁଲସ୍‌ ଅନୁସାରେ ଖର୍ଚ୍ଚ ହୋଇପାରି ନ ଥିବା ଅନୁଦାନକୁ ଫେରାଇ ଦେବା କଥା କିମ୍ବା ସରକାରୀ ଅନୁମତି ନେଇ ପରବର୍ତ୍ତି ବର୍ଷରେ ତାକୁ ଖର୍ଚ୍ଚ କରିବାର ନିୟମ ରହିଛି। କିନ୍ତୁ ଏହିସବୁ ନିୟମକୁ କେହି ପାଳନ କରିନାହାନ୍ତି କିମ୍ବା ଅନୁଦାନ ଅର୍ଥ ଫେରସ୍ତ ହୋଇନାହିଁ। ଅନୁଦାନର ମାତ୍ର ୩୯.୩୧ ପ୍ରତିଶତ ଖର୍ଚ୍ଚ ହୋଇଥିଲେ ହେଁ କୌଣସି ଯାଞ୍ଚ ବିନା ପରବର୍ତ୍ତୀ ଅନୁଦାନ ଆବଣ୍ଟିତ ହୋଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ବିଡିଓ ହେମନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ, ସେ ନୂତନଭାବେ ଯୋଗ ଦେଇଛନ୍ତି ଏବଂ ରିପୋର୍ଟ ଦେଖିଲା ପରେ ଯାହା କହିହେବ ବୋଲି ପ୍ରକାଶ କରିଛନ୍ତି। ତେବେ ଅଡିଟ ରିପୋର୍ଟରେ ବ୍ୟାପକ ଅନିୟମିତତା ଓ ହେରାଫେରି ହୋଇଥିବା ଟଙ୍କାକୁ ରିକଭରି କରିବା ପାଇଁ ନିର୍ଦ୍ଦେଶ ହୋଇଥିଲେ ହେଁ ୩ମାସ ପରେ ବି ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?