ଧରିତ୍ରୀ ପ୍ରଭାବ: ତାରରେ ନଦୀ ପାର ହେବା ଘଟଣା; ଗଦାପୁର ନଦୀ କୂଳରେ ପହଞ୍ଚିଲେ ବିଡିଓ, ସହକାରୀ ଯନ୍ତ୍ରୀ

ଚନ୍ଦ୍ରଗିରି,୧୯ା୯(ଡି.ଏନ.ଏ.)-ମୋହନା ବ୍ଲକର ଅତି ଦୁର୍ଗମ ଇଲାକାରେ ଅବସ୍ଥିତ ଗରଡମା ପଞ୍ଚାୟତର ରାଜଖମା ଗ୍ରାମ ନିକଟସ୍ଥ ଗଦାପୁର ନଦୀ। ଏହି ନଦୀରେ ପୋଲ ନାହିଁ। ଖରାଦିନେ ଏହା ଶୁଖିଲା ଥିବାରୁ ଲୋକେ ଚାଲି ଯାଇଥାନ୍ତି। ମାତ୍ର ବର୍ଷାଦିନ ଜଳସ୍ତର ବୃଦ୍ଧି ପାଏ। ପ୍ରାୟ ୮ରୁ ୧୦ ଫୁଟ ପାଣି ଓ ପ୍ରଖର ସ୍ରୋତରେ ଜୀବନକୁ ବାଜି ଲଗାଇ ଦୈନିକ ବିଦ୍ୟୁତ୍‌ ତାର ସାହାରା ନେଇ ଅଞ୍ଚଳବାସୀ ଉକ୍ତ ନଦୀ ପାର ହେଇଥାନ୍ତି। ନଦୀ ପାର ଘଟଣା ପ୍ରଥମେ ଗତ ୧୧ ତାରିଖରେ ଧରିତ୍ରୀ ଲାଇଭ୍‌ ଏବଂ ୧୨ରେ ଧରିତ୍ରୀ କାଗଜରେ ପ୍ରକାଶ ପାଇବା ପରେ ଏବେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ଜିଲା ପ୍ରଶାସନର ନିର୍ଦ୍ଦେଶରେ ସୋମବାର ମୋହନା ବିଡିଓ ବଂଶୀଧର ଖୋସଲା ଏବଂ ବ୍ଲକର ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ନଦୀ ଉପରେ ପୋଲ ନିର୍ମାଣ କରିବା ନିହାତି ଜରୁରୀ। ପୋଲ ନିର୍ମାଣ ହେଲେ ନଦୀ ଆରପଟେ ଥିବା ରାଜଖମା, ବେତାଗଣ୍ଡା, କୁଟ୍ରୀପଦର, ଗାଙ୍ଗୁଡିପଙ୍କା ଭଳି କେତେ ଖଣ୍ଡ ଆଦିବାସୀ ବହୁଳ ଗଁ।କୁ ଯାତାୟାତର ସୁବିଧା ହୋଇପାରିବ ବୋଲି କହିଥିଲେ। ଏଥିସହ ପଞ୍ଚାୟତର ଢେପାଗୁଡାରୁ ଗମ୍ଭାରୀ ଓ ରାଜଖମା ଗାଁ ରାସ୍ତା ଅତି ଦୟନୀୟ ଥିବାରୁ ଏଠାରେ ୮ କିମି ଥିବା ମାଟି ରାସ୍ତାକୁ ପକ୍କାରାସ୍ତା କିଭଳି ହେବ ସେ ନେଇ ସମିତି ବୈଠକରେ ଆଲୋଚନା କରାଯିବ ବୋଲି ବିଡିଓ କହିଥିଲେ। ଉକ୍ତ ନଦୀରେ ଗୋଟିଏ ପୋଲର ଆବଶ୍ୟକତା ରହିଥିବା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବା ସହ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ମଧ୍ୟ ସମାଧାନ କରାଯିବ ବୋଲି ସେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri