ଧରିତ୍ରୀରେ ଖବର ପ୍ରକାଶିତ ହେବାପରେ ଚେତିଲା ପୂର୍ତ୍ତ ବିଭାଗ: ରାତିଅଧିଆ ରାସ୍ତା ମରାମତି କାର୍ଯ୍ୟ ଶେଷ

ଦାରିଙ୍ଗବାଡ଼ି,୨୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଦବି ଯାତାୟାତରେ ସମସ୍ୟା ହେଉଥିଲା। ତେବେ ରାସ୍ତା ମରାମତି ଦିଗରେ ବିଭାଗ ପଦକ୍ଷେପ ନେବା ବଦଳରେ ବର୍ଷା ଛାଡ଼ିଲେ ମରାମତି କରାଯିବ ବୋଲି କହିଥିଲା। ଏ ନେଇ ଶୁକ୍ରବାର ଧରିତ୍ରୀ ଓ୍ବେବ୍‌ ପୋର୍ଟାଲରେ ଖବର ବାହାରିବା ସହ ଶନିବାର ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା। ବିଭାଗୀୟ ଯନ୍ତ୍ରୀଙ୍କ ମତାମତ ଲୋଡ଼ାଯାଇଥିଲା। ତେବେ ଏ ନେଇ ରାତିଅଧିଆ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳିଛି । ବିଭାଗୀୟ ଯନ୍ତ୍ରୀ ବର୍ଷା ହେଉଛି, ବର୍ଷା ଛାଡ଼ିଗଲେ ଉକ୍ତ ରାସ୍ତା ମରାମତି କରାଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହୁଥିବା ବେଳେ ଖବର ପ୍ରକାଶ ଯୋଗୁ ସେ ଉକ୍ତ କାର୍ଯ୍ୟକୁ ଶୀଘ୍ର ଶେଷ କରିଦେଇଥିବା କହି ଅଞ୍ଚଳବାସୀ ବିଭାଗ ଏବଂ ପ୍ରକାଶିତ ଖବରକୁ ନେଇ ସାଧୁବାଦ ଜଣାଇଛନ୍ତି ।