ଧରାହେଲେ ଆଉ ୨ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର,୭।୨(ବ୍ୟୁରେ): ରାଜଧାନୀ ପାଲଟିଛି ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ। ବିଗତ କିଛି ମାସ ହେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ କମିଶନରେଟ ପୋଲିସ ସ୍ପେଶାଲ ଡ୍ରାଇଭ୍‌ ଚଳାଇଛି। ଇତିମଧ୍ୟରେ ଚଢ଼ାଉ ଜାରି ରହିଥିବାବେଳେ ବହୁ ନିଶା ମାଫିଆ, ବେପାରୀ ଓ ଗ୍ରାହକ ଧରାପଡିଛନ୍ତି। ଭୁବନେଶ୍ୱରରେ ଏହାର ଚେର ଏପରି ମାଡ଼ିଯାଇଛି ଯେତେ ଖୋଳିଲେ ବି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବୁଧବାର ବରମୁଣ୍ଡା ଅଞ୍ଚଳରୁ ଦୁଇଜଣ ବେପାରୀଙ୍କୁ ଗିରଫ କରାଯିବା ସହ ୧୫୦ ଗ୍ରାମ ଓ ଏକ କାର୍‌ ଜବତ କରିଥିଲା ଖଣ୍ଡଗିରି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌। ଗୁରୁବାର ଆଉ ଦୁଇଜଣ ଧରାପଡିଛନ୍ତି। ସେମାନେ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଉପରସାହିର ପ୍ରଦୀପ କୁମାର ସାହୁ (୩୮) ଓ ମଞ୍ଚେଶ୍ୱର ଥାନା ରୋକଟା ଅଞ୍ଚଳର ସଞ୍ଜୟ ବେଜ୍‌। ଉଭୟଙ୍କଠାରୁ ୩୩.୭ ଗ୍ରାମ ବ୍ରାଉନସୁଗାର ଓ ୧୫ହଜାର ଟଙ୍କା ଜବତ କରାଯାଇଛି।
ଓଡ଼ିଶାରେ ବ୍ରାଉନସୁଗାର କାରବାରରେ ଗ୍ୟାଙ୍ଗ୍‌ଷ୍ଟର୍‌ ଓ ବାଂଲାଦେଶ ଲିଙ୍କ୍‌ ପଦାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏହା ଉପରେ ଫୋକସ୍‌ କରିଛି। ବର୍ଷକ ଭିତରେ ବହୁ ବଡ଼ ଓ ଛୋଟ ନିଶା ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିବାବେଳେ ସେମାନଙ୍କୁ ପଚରାଉଚରାବେଳେ ଭୁବନେଶ୍ୱର ବ୍ରାଉନସୁଗାର କାରବାରର କେନ୍ଦ୍ରସ୍ଥଳ ପାଲଟିଥିବା ଜଣାପଡିଥିଲା। ଏହାପରେ କମିଶନରେଟ ପୋଲିସ ସହ ମିଶି ଏସ୍‌ଟିଏଫ୍‌ ରାଜଧାନୀରେ ଚଢ଼ାଉ ଜାରି ରଖିଛି। ଗିରଫ ହୋଇଥିବା ପ୍ରଦୀପଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ତାଙ୍କ ଉପରେ ନଜର ରଖିଥିଲା ଏସ୍‌ଟିଏଫ୍‌। ଗୁରୁବାର ରାତିରେ ସେ ଏୟାରଫିଲ୍ଡ ଥାନା ଅଞ୍ଚଳର ଏକ ଅନ୍ଧାରୁଆ ସ୍ଥାନରେ ବ୍ରାଉନସୁଗାର ବେପାର କରୁଥିବାବେଳେ ଏସ୍‌ଟିଏଫ୍‌ ଏକ ଟିମ୍‌ ତାଙ୍କୁ ମାଡ଼ି ବସିଥିଲା। ଯାଞ୍ଚପରେ ତାଙ୍କଠାରୁ ୨୧.୭ ଗ୍ରାମର ବ୍ରାଉନସୁଗାର ମିଳିଥିଲା। ଏନ୍‌ଡିପିଏସ୍‌ କେସ୍‌ ନଂ.୧୨/୨୦ରେ ଅଭିଯୁକ୍ତ ପ୍ରଦୀପଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ। ତେବେ ପଚରାଉଚରାବେଳେ ତାଙ୍କଠାରୁ ବହୁ ତଥ୍ୟ ପାଇଛି ପୋଲିସ। ପ୍ରଦୀପ ବାଲେଶ୍ୱରର ଜଣେ ଏଜେଣ୍ଟଙ୍କଠାରୁ ବାଇକ୍‌ ଡିକିରେ ବ୍ରାଉନସୁଗାର ଆଣି ରାଜଧାନୀରେ ବେପାର କରନ୍ତି। ବିଶେଷକରି ସେ ଛୋଟ ବେପାରୀଙ୍କୁ ଯୋଗାଉଥିବାବେଳେ ଆଉ କେତେଜଣ ଯୁବକ ଓ କଲେଜ ଛାତ୍ର ତାଙ୍କର ନିୟମିତ ଗ୍ରାହକ ରହିଛନ୍ତି। ଏହି ବେଆଇନ କାରବାର ପାଇଁ ସ୍ଥାନୀୟ ଥାନାର ନିର୍ଦ୍ଦିଷ୍ଟ କେତେଜଣ ପୋଲିସ କର୍ମଚାରୀ ତାଙ୍କଠାରୁ ନିୟମିତ ପାଉଣା ନେଇ ସୁରକ୍ଷା ଓ ସୂଚନା ଯୋଗାଇଥାନ୍ତି ବୋଲି ଜଣାପଡିଛି।
ଅନ୍ୟପକ୍ଷରେ ଅନ୍ୟତମ ଅଭିଯୁକ୍ତ ସଞ୍ଜୟ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରୋକଟା ଅଞ୍ଚଳରେ ରୁହନ୍ତି। ସେ ନନ୍ଦନକାନନ ପଦାସାହିର ଜଣେ ବେପାରୀଙ୍କଠାରୁ ବ୍ରାଉନସୁଗାର ଆଣି କିଛିଦିନ ହେବ ବେପାର ଆରମ୍ଭ କରିଥିଲେ। ଗୁରୁବାର ସେ ରୋକଟାସ୍ଥିତ ପାଣିପମ୍ପ୍‌ କେନ୍ଦ୍ର ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିବାବେଳେ ପୋଲିସ ତାଙ୍କୁ ଧରିଥିଲା। ତାଙ୍କଠାରୁ ୧୨ ଗ୍ରାମ ବ୍ରାଉନସୁଗାର ଓ ୧୭ହଜାର ଟଙ୍କା ଜବତ କରାଯାଇଛି। ମଞ୍ଚେଶ୍ୱର ଥାନାରେ କେସ୍‌ ନଂ.୫୬/୨୦, ୨୧(ବି) ଏନ୍‌ଡିପିଏସ୍‌ ଆକ୍ଟରେ ସଞ୍ଜୟଙ୍କୁ କୋର୍ଟଚାଲାଣ କରାଯାଇଛି। ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri