Categories: ଗଞ୍ଜାମ

ଧରାପଡ଼ିଲେ ନିଶାସକ୍ତ ୨ ଗାଡ଼ି ଚାଳକ

ଗୋପାଳପୁର,୨୪ା୧୧: ଗୋଳନ୍ଥରା ଥାନା ପୋଲିସ ରଣ୍ଢା, ଚିକରଡ଼ା ରାସ୍ତାରେ ଶୁକ୍ରବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୨ ଚାଳକଙ୍କୁ ଅଟକାଇଥିଲା। ବ୍ରେଥ୍‌ ଆନାଲାଇଜର ମେଶିନରେ ପରୀକ୍ଷା କରାଯିବାରୁ ପଞ୍ଚମା ଓ ଢେପନୂଆପଡ଼ା ଗ୍ରାମର ଏହି ଚାଳକ ମଦ ପିଇଥିବା ଜଣାପଡ଼ିଥିଲା। ଶନିବାର ଏ ନେଇ ପୋଲିସ ନଂ.୪୪, ୪୫/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଅପରାହ୍ନରେ କୋର୍ଟଚାଲାଣ କରିଛି ।