ଧନସରାରେ ଭୀମା ବିହା ସଂଗେ ବାଲିଯାତ୍‌ରା ଉଦ୍‌ଯାପିତ

କୋକସରା,୫।୨(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଁଚେତ୍‌ ଧନସରାରେ ଗଲା ୩ ମାସ ଧରି ପାଲିତ ହେଇଥିବାର ବାଲିଯାତ୍‌ରା ମାଘ ମାସ ଉକିଆ ଦଶମୀ ମଙ୍ଗଳବାର ଦିନ ଉଦ୍‌ଯାପିତ ହେଇଯାଇଛେ। ଇ ଯାତ୍‌ରାଟା ଧନସରାର ମା’ଲଙ୍କେଶ୍ୱରୀ ଗଁା ପୂଜା କମିଟି ତରଫୁ ଆୟୋଜିତ ହେଇଥିଲା। ଯାତ୍‌ରାରେ ମାଟି ଦେବତା ଭୀମାକଁର ପୂଜାପାଠ୍‌ ସଂଗେ ବିହା ପରବ୍‌ ଅନୁଷ୍‌ଠିତ ହେଇଥିଲା। ପଛେ ପୋଢ଼ ବଲି ପଡ଼ି ଯାତ୍‌ରା ଉଦ୍‌ଯାପିତ ହେଇଛେ।
ପରଥା ଅନ୍‌ସାରେ ଚାଷ୍‌ କାମ୍‌ ମୂଲ କରବାର ଆଗ୍‌ରୁ ଗଁାବାସୀ ମାନସିକ ପୂରନ ଆର ଭଲ ଚାଷ୍‌ବାସ ଲାଗି ମାଟି ଦେବତା ଭୀମାକଁର ବିହାର ଆୟୋଜନ କରସନ୍‌। ଇ ପରବ୍‌ର ମୁଖିଆ ଆକରଷନ୍‌ ହେଉଛେ ଗୁରୁମେ ଗଁାର ଶେଷ ମୁଡ଼ସାନେ ଗୁଟେ ମାଏଟ୍‌ ଘର କରି ୩ ମାସ୍‌ ତକ୍‌ ପୂଜାପାଠ୍‌ କରସନ୍‌। ସେନ୍‌ତା ଗଁାର ମଂଗଲ କାମନା କରି କୁଅଁାରୀ ଟୁକେଲମାନକୁ ଫିଦିନ ପୂଜାପାଠ୍‌ କରାଯାଏସି ଆର ସେମାନକର ଦିହେ ଦେବତା ଭରେଇ ଭକତମାନକର ମାନସିକ ପୂରନ୍‌ କରାଯାଏସି। ଶେଷେ ଗୁଟେ ପୋଢ଼କେ ଗଁାର ପୂଝାରୀକଁର ଘରୁ ପୂଜାପାଠ୍‌ କରି ବାଲିଯାତ୍‌ରା ପଡ଼ିଆକେ ପରସେଶନରେ ଆନ୍‌ସନ। ସେଠାନେ ଧରନୀପେନୁ(ମାଟି ଦେବତା)କଁର ଉଦେଶରେ ଗୁରୁମେ ପୂଜାପାଠ୍‌ କରସନ୍‌। ଗଁାର ପୂଝାରୀ ଇ କାମ୍‌ରେ ତାହାକୁ ସହଯୋଗ କରସନ୍‌। ପୂଜାପାଠ୍‌କେ ୩ ମାସ ପୂରଲା ଉତାରୁ ଗୁରୁମେକଁର ନିରଦେଶରେ ପୂଜା ପାଉଥିବାର ପୋଢ଼କେ ମାଟି ଦେବତାର ଉଦେଶ୍‌ରେ ବଲି ଦେଇ ତାର ରକତ୍‌କେ ଭୋଗ୍‌ ହିସାବେ ସମରପନ୍‌ କରାଯାଏସି। ଇ ପୂଜାପାଠ୍‌ରେ ଧରନୀ ଦେବତା ଖୁସ୍‌ ହେବାର ସଂଗେ ଗଁାବାସୀକର ମଂଗଲ କରସନ୍‌, ଚାଷ୍‌ବାସ ଭଲ ହେସି ବଲି ଆଏଜ୍‌ ବି ଲୋକ୍‌ ବିଶୁଆସ ରହିଛେ। ଇ ବାଲିଯାତ୍‌ରା ପରବ୍‌ଟା ବଉଁଶ ପରଂପରା ହିସାବେ ପାଲନ ହେଇ ଆସୁଥିଲାବେଲେ ଇଟା ଆଦିବାସୀମାନକର ଗୁଟେ ମୁଖିଆ ପରବ୍‌ ଆଏ। ବାଲିଯାତ୍‌ରା କମିଟିରେ ଗଁାର ଗଉଁତିଆ ଆର ପୂଜା କମିଟି ସଭାପତି ରୁଦ୍ର ପ୍ରସାଦ ନାଏକ, ଗଁା ପୂଝାରୀ ସୁରେଶ ପୂଝାରୀ, ଉପସଭାପତି କ୍ଷେତ୍ରମୋହନ ସତନାମୀ, ସମ୍ପାଦକ ଜଗତରାମ ସତନାମୀ, ସହ ସମ୍ପାଦକ ତନୁକଲାଲ ନାଗ, କୋଷାଧ୍ୟକ୍ଷ ବରିଞ୍ଚତ୍ ଶବର, ଲକ୍ଷ୍ମଣ ନାଏକ, ଭୋଲାନାଥ ନାଏକ, ଗଁାର ନରିଆ ଶିବ ରାଉତ ପରମୁଖ ରହି ପରିଚାଲନା କରିଥିଲେ। ସେନ୍‌ତା ଧନସରା ଆର ଆସର ପାସର ଗଁାର ଶତାଧିକ ଲୋକ୍‌ ପରିଚାଳନାରେ ଭାଗ ନେଇଥିଲେ। ଇ କୃଷି ଭିତିକ ପରବ୍‌ ବାଲିଯାତ୍‌ରା ଅବ୍‌ସରରେ ଗଁାରେ ୩ ମାସ୍‌ ଧରି ଉଛବ୍‌ର ମାହୋଲ ଦେଖ୍‌ବାକେ ମିଲିଥିଲା। ଉଦ୍‌ଯାପନୀ କାଯ୍‌କରମରେ ଯୁବନେତା ଦିଗାମ୍ବର ଦୁରିଆ, ସନ୍ତୋଷ କୁମାର ପାଢୀ, ଗୋବିନ୍ଦ ଜାଳ, ଶ୍ୟାମ ସୁନ୍ଦର ମାଝି, ଢଗ ନାଏକ ପରମୁଖ ଠୋଲ ହେଇଥିଲେ।