ଧନତେରସ୍‌ ପାଇଁ ଝାଡୁ ଅଭାବ

ବାଲିଅନ୍ତା,୨୪।୧୦(ଡି.ଏନ୍‌.ଏ.): ଧନତେରସରେ ଝାଡୁ ଏବଂ ସୁନା କିଣିଲେ ଶୁଭ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ରବିବାର ଧନତେରସ ପାଇଁ ଝାଡୁର ଅଭାବ ଦେଖିବାକୁ ମିଳିଥିଲା। ବାଲିଅନ୍ତା ହାଟ ବଜାରରେ ଲୋକେ ଝାଡୁ କିଣିବା ପାଇଁ ଲାଇନ ଲଗାଇଥିଲେ। ବଜାରକୁ ଆସିଥିବା ମହିଳାମାନେ ହାତରେ ଗୋଟିଏ କିମ୍ବା ଦୁଇଟି ଲେଖାଁ ଝାଡୁ ଧରି ଘରକୁ ନେଇଥିଲେ। ହଠାତ୍‌ ଲୋକଙ୍କ ଚାହିଦା ବଢିବାରୁ ବ୍ୟବସାୟୀମାନେ ଗ୍ରାହକଙ୍କୁ ଝାଡୁ ଦେଇ ପାରି ନ ଥିଲେ। ବହୁ ଲୋକ ଝାଡୁ ନ ପାଇ ନିରାଶରେ ଘରକୁ ଫେରିଥିଲେ। ଧନତେରସ୍‌ ପାଇଁ ଫୁଲଝାଡୁ ଗୋଟା ପିଛା ୮୦ରୁ ୧୦୦ ଟଙ୍କା, ଖଜୁରି ଝାଡୁ ଗୋଟାକୁ ୩୦ରୁ ୫୦ ଟଙ୍କାରେ ବିକ୍ରି ହୋଇଥିଲା। ଗୋଟିଏ ଦିନରେ ପାଖାପାଖି ୫୦୦ ଝାଡୁ ବିକ୍ରି ହୋଇଥିବା ଜଣାପଡିଛି।