ଦ୍ୱିତୀୟ ଦିନରେ ଶରଣକୁଳ ଫୁଟବଲ୍‌ ଟୁର୍ନାମେଣ୍ଟ :ଟାଇବ୍ରେକରରେ ଝାଡ଼ଖଣ୍ଡ ବିଜୟୀ

ନୟାଗଡ଼ ଅଫିସ,୩।୧୧-ନୟାଗଡ଼ ଜିଲା ଶରଣକୁଳ ଲଡୁକେଶ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ୬୦ତମ ସର୍ବଭାରତୀୟ ଫୁଟବଲ୍‌ ଟୁର୍ନାମେଣ୍ଟ ଚାଲୁ ରହିଛି। ଦ୍ୱିତୀୟ ଦିନରେ ସ୍ପୋଟର୍ସ ହଷ୍ଟେଲ ସମ୍ବଲପୁର ଓ ଧାନବାଦ୍‌ ଫୁଟବଲ୍‌ ଆସୋସିଏଶନ ଝାଡ଼ଖଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧ ବେଶ ସଂଘର୍ଷପୂର୍ଣ୍ଣ ଥିବାବେଳେ ୫ ମିନିଟରେ ସମ୍ବଲପୁର ଦଳର ୩ ନମ୍ବର ଖେଳାଳି ଶ୍ରୀକାନ୍ତ ଭୋଇ ବିପକ୍ଷ ଦଳକୁ ଏକ ଗୋଲ୍‌ ସ୍କୋର ଦେଇଥିଲେ। ଏହା ପରେ ଝାଡ଼ଖଣ୍ଡ ଦଳର ୧୬ ନମ୍ବର ଖେଳାଳି ସୁଶୀଲ ସିଂହ ବିପକ୍ଷ ଦଳକୁ ଗୋଲ୍‌ ସ୍କୋର ଦେଇ ସ୍ଥିତି ବରାବର ରଖିଥିଲେ। ଏହାପରେ ଖେଳର ଦ୍ୱିତୀୟାର୍ଦ୍ଧର ୧୭ ମିନିଟରେ ଝାଡ଼ଖଣ୍ଡ ଦଳର ୧୫ ନମ୍ବର ଖେଳାଳି ସଞ୍ଜୟ କୁମାର ବିପକ୍ଷ ଦଳକୁ ଏକ ଗୋଲ ସ୍କୋର ଦେଇଥିବା ବେଳେ ୩୦ ମିନିଟରେ ସମ୍ବଲପୁର ଦଳର ୩ ନମ୍ବର ଖେଳାଳି ଶ୍ରୀକାନ୍ତ ବିପକ୍ଷ ଦଳକୁ ଏକ ଗୋଲ୍‌ ସ୍କୋର ଦେଇଥିଲେ। ଖେଳ ଶେଷ ପର୍ଯ୍ୟନ୍ତ ଉଭୟ ଦଳ ୨-୨ ଗୋଲ୍‌ ସ୍କୋର ଦେଇଥିବାରୁ ଖେଳ ଅମୀମାଂସିତ ରହିଥିଲା। ଏହା ପରେ ଟାଇବ୍ରେକରର ସହାୟତା ନିଆଯାଇଥିଲା। ଏଥିରେ ଝାଡ଼ଖଣ୍ଡ ଦଳ ବିଜୟୀ ହୋଇଥିଲା। ଶନିବାର ଖେଳରେ ସୁବାସ ଚନ୍ଦ୍ର ପଣ୍ଡା, କୃଷ୍ଣଚନ୍ଦ୍ର ମହାରଣା, କୃଷ୍ଣଚନ୍ଦ୍ର ତ୍ରିପାଠୀ, ମନୋରଞ୍ଜନ ମହାପାତ୍ର, ଶିବପ୍ରସାଦ ପୁଷ୍ପପାଳକ ଅତିଥିଭାବେ ଯୋଗ ଦେଇଥିଲେ। ଶିବପ୍ରସାଦ ଦାସ ଖେଳ ପରିଚାଳନା କରିଥିବା ବେଳେ ରାଜୁ ମହାନ୍ତି , ଦିବ୍ୟରଞ୍ଜନ ଦାସ, ଲକ୍ଷ୍ମୀପ୍ରସାଦ ଲାଇନ୍‌ରେ ସହାୟତା କରିଥିଲେ। ଝାଡ଼ଖଣ୍ଡ ଦଳର ଖେଳାଳି ଶ୍ରୀକାନ୍ତ ଭୋଇଙ୍କୁ ଶନିବାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ରବିବାର ସଂଘର୍ଷ କ୍ଲବ ଭୁବନେଶ୍ୱର ସହିତ ସାଇ ହଷ୍ଟେଲ କଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆସୋସିଏଶନର ସଭାପତି ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri