Categories: ଜାତୀୟ

ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଖଟ୍ଟର

ଚଣ୍ଡିଗଡ଼,୨୭।୧୦: ହରିୟାଣା ବିଧାନସଭାର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କରଛନ୍ତି ଭାଜପା ନେତା ମନୋହର ଲାଲ ଖଟ୍ଟର। ରବିବାର ରାଜଭବନରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହାସହ ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସମେତ ଅନ୍ୟ କେତେଜଣ ଭାଜପା ନେତା ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଭାଜପାକୁ ହରିୟାଣା ବିଧାନସଭାରେ ବହୁମତ ମିଳି ନ ଥିବା ବେଳେ ସେ ଜନନାୟକ ଜନତା ପାର୍ଟି ସହ ମେଣ୍ଟ କରି ଏବେ ସରକାର ଗଠନ କରିଛି।

 

Share